ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Straight to the Point

ଭୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ଆସନ୍ତାକାଲି କେନ୍ଦ୍ର ପେଟ୍ରୋଲିୟମ ଓ ପାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ । ଆସନ୍ତାକାଲି ସକାଳ ୯ଟାରେ ଶ୍ରୀ ପ୍ରଧାନ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ସକାଳ ୯.୩୦ରେ ଶ୍ରୀ ପ୍ରଧାନ ଭୁବନେଶ୍ୱର ଖଣ୍ଡଗିରି ଛକ ଜାତୀୟ ରାଜପଥର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ଦିନ ୧୧.୩୦ରେ ଶ୍ରୀ ପ୍ରଧାନ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଭୋଳା ହାଟ ଠାରେ ‘ମୋ ବୁଥ ସବୁଠୁ ମଜବୁତ’ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

 ଭୁବନେଶ୍ୱର ଖଣ୍ଡଗିରି ଛକ ଜାତୀୟ ରାଜପଥର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର
 ଶ୍ରୀ ପ୍ରଧାନ କେନ୍ଦ୍ରାପଡା ଜିଲ୍ଲାରେ ‘ମୋ ବୁଥ ସବୁଠୁ ମଜବୁତ’ କାର୍ଯ୍ୟକ୍ରମରେ ଯୋଗଦେବେ
 ପୁରୀ ବଡଦାଣ୍ଡରେ ଥିବା ୨ଟି ସିଏନଜି ଷ୍ଟେସନକୁ ଉଦଘାଟନ କରିବେ ଶ୍ରୀ ପ୍ରଧାନ

ସେହିପରି ଶ୍ରୀ ପ୍ରଧାନ ସଂଧ୍ୟା ୪ଟାରେ ପୁରୀ ବଡଦାଣ୍ଡରେ ଥିବା ୨ଟି ସିଏନଜି ଷ୍ଟେସନକୁ ଉଦଘାଟନ କରିବେ । ଉଦଘାଟନ ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଶ୍ରୀ ପ୍ରଧାନ ଭୁବନେଶ୍ୱର ଫେରି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

error: Thank You Keep Visiting