ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ପ୍ରକଳ୍ପକୁ ପୁନର୍ବାର ଉଦଘାଟନ କଲେ ବିଧାୟକ

Straight to the Point

କେନ୍ଦ୍ରାପଡା,(ଓଡ଼ିଶା ଜର୍ଣ୍ଣାଲ): ଗତ ଫେବୃୟାରୀମାସ ୧୫ ତାରିଖରେ ବାରୋ ସିଦ୍ଧମଠ ପଡିଆରେ ଅନୁଷ୍ଠିତ ଚାଷୀ ମହାସମାବେଶରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ପଂଚାୟତର ଜରିଆବାଡଠାରେ ନବ ନିର୍ମିତ ୩୩/୧୧କେଭି ସବଷ୍ଟେସନକୁ ଅନ୍ୟ ପ୍ରକଳ୍ପ ଗୁଡିକ ସହିତ ଉଦଘାଟନ କରିଥିଲେ । କିନ୍ତୁ ସେହି ଏକା ପ୍ରକଳ୍ପକୁ ଆଜି କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ଜରିଆବାଡଠାରେ ପୁନର୍ବାର ଉଦଘାଟନ କରିଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଧାୟକଙ୍କ ସହିତ ଜିଲ୍ଲାପରିଷଦ ସଭାପତି ମାନସ କୁମାର ପରିଡା ଓ ଅନ୍ୟମାନେ ଉପସ୍ଥିତ ଥାଇ ଅନ୍ୟଏକ ଫଳକ ଲଗାଇ ସେହି ପ୍ରକଳ୍ପକୁ ଉଦଘାଟନ କରାଯାଇଥିବା ଦେଖାଯାଇଛି ।

error: Thank You Keep Visiting