କାକୁ ପ୍ରସାଦଙ୍କୁ ଫାଡି ମାରିଦେଲା ହାତୀ

Straight to the Point

ତାଳଚେର,(ଓଡ଼ିଶା ଜର୍ଣ୍ଣାଲ): ତାଳଚେର ସହରରେ ପ୍ରଥମ ଥର ପାଇଁ ଦେଉଳବେଡା ୱାର୍ଡ ନଂ ୧୭ରେ ଭୋର ୫.୨୦ ମିନିଟ୍ରେ କାକୁ ପ୍ରସାଦ (୬୯) ନିଜ ବାସଗୃହରୁ ଶର୍ମାଛକ (୨୦୦ ମିଟର) ଯାଉଥିବା ସମୟରେ ଗ୍ରାମ ଭିତରକୁ ପଶି ଆସିଥିବା ବଣୁଆ ହାତୀ ସାମନାରେ ମୁହାଁ ମୁହିଁ ହୋଇଗଲେ । ହାତୀ କାକୁକୁ ଫାଡି ଦେଇ ଗୋଡ ଓ ଗଣ୍ଡିକୁ ଅଲଗା କରିଦେଲା । ଦେଉଳବେଡାର ତଥା ଓଡ଼ିଶା ଜର୍ଣ୍ଣାଲ ଜିଲ୍ଲା ପ୍ରତିନିଧି ପ୍ରକାଶ ସାହୁ ଖବର ପାଇ ଘଟଣା ସ୍ଥଳକୁ ଯାଇ ତାଳଚେର ରେଞ୍ଜର ଓ କୋଲିୟରୀ ଥାନାକୁ ଫୋନ୍ କରିଥିଲେ ।

ଘଟଣା ସ୍ଥଳକୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ସମାଜସେବୀ ତଥା ପ୍ରାକ୍ତନ କାଉଁନସିଲର ସଂଜିବ ନାୟକ, ଗିରିଶ ଭୂତିଆ, ଲମ୍ବୋଦର ପ୍ରଧାନ, ବିଜେଡି ନଗର ସଭାପତି ଆସିଫ୍ ଖାଁ, ସାଧାରଣ ସଂପାଦକ ତଥା ଯୁବ ଆଇନଜିବି ସାମ୍ବାଦିକ ବିରଜା ମିଶ୍ର, କ୍ଲବ – ୬ର ବିଜୁ ଯୁବ ବାହିନୀ ପହଞ୍ôଚଥିଲେ । ମୃତ କାକୁର ଘର ତାଳଚେର ରେଞ୍ଜର । ଆଇଆଇସି (କୋଲିୟରୀ ଓ ତାଳଚେର), ପ୍ରାକ୍ତନ କାଉଁନସିଲର ସଂଜିବ ନାୟକ, ଗିରିଶ ଭୂତିଆ ଏବଂ ମୃତ କାକୁର ପୁତୁରା କ୍ରିଷ୍ଣ ପ୍ରସାଦକୁ ୨ଟି ଚେକ୍ ଟ ୪୦,୦୦୦ଙ୍କା ଓ ଟ୧,୦୦,୦୦୦ଙ୍କା ପ୍ରଦାନ କରାଗଲା । ଅନ୍ୟାନ୍ୟ କାଗଜ ଦେଖାଇଲେ ବଳକା ୨ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ ସରକାରଙ୍କ ତରଫରୁ କରାଯିବ । ତାଳଚେର ସହରରେ ଏହା ପ୍ରଥମ ଘଟଣା ଅଟେ ।

error: Thank You Keep Visiting