ଚାନ୍ଦବାଲି ହେବ ରାଜ୍ୟର ସବୁଠାରୁ ବିକାଶଶୀଳ ନିର୍ବାଚନ ମଣ୍ଡଳୀ:ମୁଖ୍ୟମନ୍ତ୍ରୀ
ଭଦ୍ରକ,(ଓଡ଼ିଶା ଜର୍ଣ୍ଣାଲ) : ସ୍ୱାଧିନତାର ୭୨ବର୍ଷ ପରେ ମଧ୍ୟ ଚାନ୍ଦବାଲେିର ବିଭିନ୍ନ ରାଜନୈତିକ ନେତୃବୃନ୍ଦ ଏଠାରେ ରାଜନୀତି କରୁଥିବା ବେଳେ ନଦୀନାଳ ଘେରା ଚାନ୍ଦବାଲିର ବିକାଶ ପହୁ ପଛରେ ଥିଲା । ୨୦୧୪ ମସିହାରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାନ୍ଦବାଲିରେ ଏହି ବିକାଶର ଧାରା ବଜାୟ ରହିଛି । ଆଗାମୀ ଦିନରେ ଚାନ୍ଦବାଲି ରାଜ୍ୟର ସବୁଠାରୁ ବିକାଶଶୀଳ ନିର୍ବାଚନ ମଣ୍ଡଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବା ସହ ନିଜର ଅଭିଭାଷଣ ରଖିଥିଲେ । ସ୍ଥାନୀୟ ଅଂଚଳରେ ବିକାଶ କ୍ଷେତ୍ରରେ କେହି ଦୃଷ୍ଟି ଦେଇ ନଥିବାବେଳେ ମୁଖ୍ୟମନ୍ତ୍ରୀ ଆଜି ଚାନ୍ଦବାଲି ଉପରେ ବିକାଶର ବୃଷ୍ଟି କରିଛନ୍ତି ବୋଲି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହି ଥିଲେ ।୨୦୧୬ ମସିହାରେ ୧୫୦କୋଟି ଟଙ୍କାର ୮ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ଉକ୍ତ ଅନୁଦାନର ସୁବିନିଯୋଗ ହୋଇଥିବାରୁ ଚାନ୍ଦବାଲିର ବିକାଶ ଧାରାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ମଧ୍ୟ।।ହ୍ନ ୧୨ଟାରେ ହେଲିକ୍ପଟରରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ରାଜକୀୟ ଠାଣିରେ ସଭାସ୍ଥଳକୁ ପାଛୋଟି ଅଣାଯାଇଥିଲା ।
ପରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଚାନ୍ଦବାଲିର ବହୁ ପ୍ରତିକ୍ଷିତ ୧୦୦ କୋଟି ଟଙ୍କାରଗ୍ରୀଡ,ଭଦ୍ରକ-ଚାନ୍ଦବାଲି ରାଜରାସ୍ତା,ଷ୍ଟାଡିୟମ,ଜାମୁଝାଡି-ଧାମରା ରାସ୍ତା, ଶିଶୁ ଉଦ୍ୟାନ,ମତ୍ସ୍ୟପ୍ରକ୍ରିୟା କରଣ କେନ୍ଦ୍ର,ଉଦଘାଟନ କରବା ସହ ୧୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଦେଇଥିଲେ ।ଏଥି ନିମନ୍ତେ ହୋଇଥିବା ସାଧାରଣ ସଭାରେ କୁନା ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଚାନ୍ଦବାଲି ବିଧାୟକ ବିକାଶର ଧାରା ବଜାୟ ରହିବ ବୋଲି ନିଜର ବକ୍ତବ୍ୟ ରଖିଥିଲେ ।
ଅନୁଷ୍ଠିତ ଏହି ସଭାରେô ମନ୍ତ୍ରୀ ପ୍ରଫୁଲ ସାମଲ,ଭଦ୍ରକ ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ,ସଞ୍ଜିବ ମଲିକ, ସାଂସଦ ଅର୍ଜ୍ଜୁନ ଚରଣ ସେଠୀ,ଭଦ୍ରକ ବିଧାୟକ ଯୁଗଳ କିଶୋର ପଟନାୟକ,ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ପୂର୍ବତନ ବିଧାୟକ ବିଜୟ ନାୟକ,ପ୍ରକଳ୍ପ ନିର୍ଦେଶକ ମଧୁସୁଦନ ମିଶ୍ର, ପଂଚାୟତ ଅଧ୍ୟକ୍ଷା ମାନସୀ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ତିହିଡି ପଂଚାୟତ ସମିତି ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ,ରାଜ୍ୟ ପରିଷଦ ସଦସ୍ୟ ଅଜୟ ନାୟକ,ଭିଜିଲାନ୍ସ ମନିଟରିଂ କମିଟି ସଦସ୍ୟ ଅଶୋକ ବଳ, ଯୁବ ନେତା,ରଞନ ସାହୁ,ପାପା ଜେନା,ବଳଭଦ୍ର ଲେଙ୍କା, ଜୟନ୍ତ ବେହୁରା,ପରୀକ୍ଷିତ ଦାସ, ଅକ୍ଷୟ ନାୟକ,ଦିବାକର ମାଇତି,ନରେଶ ମାଝୀ, ରମେଶ ନାୟକ, ରାକେଶ ନାୟକ,ଜିତେନ୍ଦ୍ର ପାଣି ,ସତ୍ୟବୀର ପ୍ରତାପ ରାଏ, ଶୁଭେନ୍ଦୁ ସାହୁ, ଇନ୍ଦ୍ରମଣି ସାହୁ, ସ୍ୱର୍ଣଲତା ନାୟକ,ନାରୀନେତ୍ରୀ ମାନସୀ ପାଢୀ,ଶରତ ସାହୁ,ଲମ୍ବୋଦର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣରେ ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳ ମଣିଙ୍କ ପୀଠର ଉନ୍ନତି କଳ୍ପେ ୬କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ ।ଏଥିସହ ଚାନ୍ଦବାଲିକୁ ରାଜ୍ୟ ର ସବୁଠାରୁ ବିକାଶଶୀଳ ନିର୍ବାଚନ ମଣ୍ଡଳୀରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ଏହି ସଭାରେ ପ୍ରକଳ୍ପ ନିର୍ଦେଶକ ମଧୁସୁଦନ ମିଶ ଧନ୍ୟବାଦ ଅର୍ପଣ କରିଥିଲେ ।