ଜିଲ୍ଲାପରିଷଦ ସଭ୍ୟଙ୍କ ଧମକପୂର୍ଣ୍ଣ ଅଡ଼ିଓ ଭାଇରାଲ ଘଟଣାରେ ନ୍ୟାୟ ପାଇଁ ଏସ୍.ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

Straight to the Point

ବାଲିଚନ୍ଦ୍ରପୁର: ଏକ ଜମିଜମା ଘଟଣାକୁ କେନ୍ଦ୍ର କରି ଧାଉଡ଼ିଆପଦା ଗ୍ରାମର ଦୁଇ ପରିବାର ମଧ୍ୟରେ ଗତ ୧୬ ତାରିଖ ଦିନ ଘଟିଥିବା ମାର ପିଟ୍ ଘଟଣାରେ ୨୦ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟଙ୍କ ହସ୍ତକ୍ଷେପ ଓ ଫୋନ୍ ଯୋଗେ ଘରୁ ଉଠାଇନେବା ଭଳି ଧମକ ଅଭିଯୋଗକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ବାଲିଚନ୍ଦ୍ରପୁର ପୋଲିସ ଏତଲା ରୁଜୁ କରିନଥିଲା । ଏଥନେଇ ଅଭିଯୋଗକାରିଣୀ ଥାନାକୁ ଏତଲା କପି ପାଇଁ ଯାଇଥିଲେ ମଧ୍ୟ ପୋଲିସ ତାଙ୍କୁ ଏତଲା କପି ନଦେଇ ଘଟଣାର ସମାଧାନ କରିବା ପାଇଁ ଚାପ ସୃଷ୍ଟି କରିବାରୁ ମହିଳା ଜଣକ ନିରାଶ ହୋଇ ଥାନାରୁ ଫେରିଥିଲେ । ଘଟଣାରୁ ପ୍ରକାଶ ଧାଉଡ଼ିଆପଦା ଗ୍ରାମର ଭଗବାନ ପାତ୍ରଙ୍କ ପରିବାରର ୧୦ରୁ ଉଦ୍ଧ୍ୱର୍ ସଦସ୍ୟ ସଙ୍ଘବଦ୍ଧ ହୋଇ ଦୁର୍ଯ୍ୟୋଧନ ପାତ୍ର ଏବଂ ତାଙ୍କ ପୁଅ ସୁରଜିତ ପାତ୍ରଙ୍କୁ ଗତ ୧୬ ତାରିଖ ଶେଷ ରଜ ଦିନ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଦୁର୍ଯ୍ୟୋଧନଙ୍କ ହାତ ଭାଙ୍ଗିବା ସହ ତାଙ୍କ ଶରୀରରେ ଆକ୍ରମଣକାରୀଙ୍କ ପ୍ରହାରରେ ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ହୋଇଥିଲା । ଏ ନେଇ ଦୁର୍ଯ୍ୟୋଧନଙ୍କ ଭାଇ ଧୃବଚରଣ ପାତ୍ର ସେହି ଦିନ ଥାନାରେ ଅଭିଯୋଗ କରିବା ପରେ ଭଗବାନ ପାତ୍ରଙ୍କ ପରିବାର ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ଥାନାରେ ହୋଇଥିଲା । ଏହି ଘଟଣାରେ ପୋଲିସ ଭଗବାନ ପାତ୍ରଙ୍କୁ ଗିରଫ କରିବା ପରେ ଫୋନ କରି ଦୁର୍ଯ୍ୟୋଧନଙ୍କୁ ଥାନାକୁ ଡକାଇ ଅଟକ ରଖିଥିଲା । ପରେ ପୋଲିସ ଚାପର ବସ ବର୍ତ୍ତୀ ହୋଇ ଆକ୍ରମଣକାରୀ ଭଗବାନ ସହିତ ଆହାତ ଦୁର୍ଯ୍ୟୋଧନଙ୍କୁ ମଧ୍ୟ ପରଦିନ କୋର୍ଟ ଚାଲଣ କରିଥିଲା । ଏହି ଘଟଣାରେ ଅଭିଯୋଗକାରୀ ଧୃବଚରଣଙ୍କୁ ପୋଲିସ ପକ୍ଷରୁ ପ୍ରଦତ୍ତ କରାଯାଇଥିବା ଏତଲା କପିରେ ୩୦୭ ଦଫା ଥିବା ବେଳେ କୋର୍ଟକୁ ଯେଉଁ ଫରୱାଡ଼ିଂ ଲେଟର ପୋଲିସ ପ୍ରଦାନ କରିଥିଲା ସେଥିରେ ଏହି ଦଫା ଉଚ୍ଛେଦ ଥାଇ କୋର୍ଟରେ ଦାଖଲ କରାଯାଇଥିବା ଜଣାପଡ଼ିଛି । ଏପରି କଥା ଜିଲ୍ଲାପରିଷଦଙ୍କ ଚାପରେ ପୋଲିସ କରିଛି ବୋଲି ଅଭିଯୋଗ ହୋଇଛି । ଏହି ଘଟଣାରେ ଜିଲ୍ଲାପରିଷଦ ସଭ୍ୟ ବିପିନ ଜେନାଙ୍କ ସଂପୃକ୍ତି ଜାଣି ଆହତ ଦୁର୍ଯ୍ୟୋଧନ ପାତ୍ର ଶ୍ରୀ ଜେନାଙ୍କୁ ଏଥିରେ ହସ୍ତକ୍ଷେପ ନକରିବା ପାଇଁ ଫୋନ ଯୋଗେ ନିବେଦନ କରିଥିଲେ । ମାତ୍ର ଶ୍ରୀ ଜେନା ଦୁର୍ଯ୍ୟୋଧନ ପାତ୍ରଙ୍କ କଥାକୁ କର୍ଣ୍ଣପାତ ନକରି ତାକୁ ଘର ପଶି ବାଡ଼େଇଲେ ତୋ ପିଠିରେ କିଏ ପଡ଼ିବ ମୁଁ ଦେଖିବି, ଦରକାର ପଡ଼ିଲେ ତୋ ଘରୁ ତତେ ଉଠାଇ ଆଣିବି ବୋଲି ଧମକ ପୂର୍ଣ୍ଣ ମନ୍ତବ୍ୟ ଦେଲେ । ଏହି ଘଟଣାକୁ ନେଇ ଦୁର୍ଯ୍ୟୋଧନଙ୍କ ପତ୍ନୀ ସୁନୀତା ପାତ୍ର ଗତ ୨୨ ତାରିଖ ଦିନ ଜିଲ୍ଲାପରିଷଦ ସଦସ୍ୟ ବିପିନ ବିହାରୀ ଜେନାଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ବାଲିଚନ୍ଦ୍ରପୁର ପୋଲିସଠାରୁ ନ୍ୟାୟ ନ ପାଇ ବାଧ୍ୟ ହୋଇ ଚତୁର୍ଥ ଦିନ ସୁନୀତା ଏବଂ ତାଙ୍କ ପରିବାର ଆଜି ସୋମବାର ଯାଜପୁର ଏସ୍.ପି ଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ସୁନୀତା ତାଙ୍କ ଅଭିଯୋଗ ଫର୍ଦ୍ଧରେ ଏସ୍.ପି ଙ୍କ ନିକଟର ଦର୍ଶାଇଛନ୍ତି ୨୦ ନଂ ଜୋନ୍ର ଜିଲ୍ଲାପରିଷଦ ସଭ୍ୟ ବିପିନି ବିହାରୀ ଜେନା ତାଙ୍କ ଗ୍ରାମର ଭଗବାନ ପାତ୍ରଙ୍କୁ ଉସୁକାଇ ମୋ ସ୍ୱାମୀ ଦୁର୍ଯ୍ୟୋଧନ ପାତ୍ରଙ୍କୁ ୧୬ ତାରିଖ ଶେଷ ରଜ ଦିନ ସକାଳ ୯ରୁ ୧୦ ଘଟିକା ସମୟରେ ଇଦ୍ ନମାଜ ଚାରିନଙ୍ଗଳ ଇଦ୍ଗା ପଡ଼ିଆରେ ଚାଲୁଥିବା ସମୟରେ ଶ୍ରୀ ଜେନା ଭଗବାନଙ୍କୁ ଡକାଇ ଦୁର୍ଯ୍ୟୋଧନଙ୍କୁ ବାଡ଼ା ଯାହା ହବ ମୁଁ ବୁଝିବି । ସେହିଦିନ ୪ ଘଟିକା ସମୟରେ ଭଗବାନ ଏବଂ ତାଙ୍କର ପରିବାର ସଦସ୍ୟମାନେ ମିଶି ମୋର ପୁଅ ଏବଂ ସ୍ୱାମୀକୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଗୋରୁ ଗାଇ ଭଳି ପିଟିଲେ । ପରେ ମୋ ସ୍ୱାମୀଙ୍କୁ ଶ୍ରୀ ଜେନା ଘରୁ ଉଠାଇ ନେବା ଭଳି ଧମକ ଦେଲେ । ଏହି ସବୁ ଘଟଣାରେ ବାଲିଚନ୍ଦ୍ରପୁର ପୋଲିସଠାରୁ ନ୍ୟାୟ ନପାଇ ଏସ୍.ପି ଙ୍କୁ ଭେଟିବା ପରେ ଏସ୍.ପି ମହାଶୟ ସମସ୍ତ ଘଟଣା ସୁନୀତା ଏବଂ ତା ପରିବାରଠାରୁ ପଚାରି ବୁଝିବା ପରେ ତୁମେ ମୋ ପାଖକୁ ଆସିଛ ନ୍ୟାୟ ନିଶ୍ଚୟ ମିଳିବ ବୋଲି ଭରଷା ଦେବା ସହ ତୁରନ୍ତ ବାଲିଚନ୍ଦ୍ରପୁର ଥାନାଧିକାରୀ ରାକେଶ କୁମାର ତ୍ରିପାଠୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବା କଥା ଅଭିଯୋଗକାରିଣୀ ସୁନୀତା ପାତ୍ର ଗଣମାଧ୍ୟମକୁ କହିଛନ୍ତି ।

error: Thank You Keep Visiting