ଉପଜିଲ୍ଲାପାଳଙ୍କ ଗାଡି ଧକ୍କାରେ ଯୁବତୀ ଗୁରୁତର

Straight to the Point

ତାଳଚେର: ତାଳଚେର ଟାଉନ୍ ୬ ନମ୍ବର ୱାର୍ଡ ଭୈରବି ସାହିର ଶୁଭଶ୍ରୀ ଶୁଭସ୍ମିତା ନନ୍ଦ (୨୨) ତାଙ୍କ ସ୍କୁଟିରେ ଯାଉଥିବା ବେଳେ ତାଳଚେର ଉପ ଜିଲ୍ଲାପାଳ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ହଠାତ୍ ଓଆର୧୯ଏନ୍ ୭୨୯୯ ନମ୍ବର ବିଶିଷ୍ଟ ଉପଜିଲ୍ଲାପାଳଙ୍କ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଯୁବୀ ଜଣଙ୍କ ସ୍କୁଟିରୁ ପଡିଯାଇ ଗୁରୁତର ଆହାତ ହୋଇଥିଲେ । ଏହି ଗାଡିରେ ଉପଜିଲ୍ଲାପାଳ ବସିଥିବା ବେଳେ ଦୁଷ୍ମନ୍ତ ନାମକ ତାଙ୍କ ଡ୍ରାଇଭର ଗାଡି ଚଳାଉଥିଲା । ମାତ୍ର ଉପଜିଲ୍ଲାପାଳ କିମ୍ବା ତାଙ୍କ ଗାଡି ଚାଳକ ମାନବିକତା ଦୃଷ୍ଟି କୋଣରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ଉପରେ ପଡି ରହିଥିବା ଯୁବତୀ ଜଣଙ୍କୁ ଡାକ୍ତରଖାନାକୁ ନେବା ତ ଦୂରର କଥା ଏପରିକି ଗାଡିରୁ ନ ଓହ୍ଲାଇ ସେଠାରୁ ଚାଲି ଯାଇଥିଲେ । ପରିଶେଷରେ ସେଠିକାର ଲୋକ ଉକ୍ତ ଯୁବତୀ ଜଣକୁ ନେଇ ତାଳଚେର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହାପରେ ଉକ୍ତ ଯୁବତୀ ଜଣକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏ ନେଇ ସେ ତାଳଚେର ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଏବଂ ଏହାକୁ ନେଇ ଉକ୍ତ ଗାଡି ଚାଳକଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିବା ଜଣା ପଡିଛି । ତେବେ ସରକାରୀ ଗାଡି ଚାଳକ ପ୍ରଶାସନ ଅଧିକାରୀଙ୍କ ମନଭାବ ଯଦି ଏପରି ହୁଏ ତେବେ ଜନତା ଆଶା କରିବେ କ’ଣ ?

error: Thank You Keep Visiting