କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘନଘନ ଆକ୍ରମଣ, ମୁକୁଟ ମିଳିବ ତ ?

Straight to the Point

(ଓଡ଼ିଶା ଜର୍ଣ୍ଣାଲ) : ୨୦୧୯ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ରାଜନୀତି ପାଣିପାଗ ସେତିକି ଉଷ୍ମ ହେବାରେ ଲାଗିଛି । ଜାତୀୟ ଦଳଠୁ ଆରମ୍ଭ କରି ଆଞ୍ଚଳିକ ଦଳଗୁଡିକ ମଧ୍ୟରେ ଏକରକମର ବଳ କଷାକଷି ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ଶାସନ୍ ଗାଦି ମାଡିବସିଥିବା ବିଜେଡିକୁ କ୍ଷମତାଚ୍ୟୁତ କରିବା ପାଇଁ ପ୍ରାୟ ସବୁ ଦଳ ଯେପରି ବିଶ୍ୱଯୁଦ୍ଧ ଘେଷଣା କରି ଦେଇଛନ୍ତି । ତେବେ ଏଠାରେ ଥିବା ଶାସକକୁ ଚେକ୍ ଦେବାପାଇଁ କେଉଁ ରଣନୀତି ଆବଶ୍ୟକ ତାହାର ଗୋଟିଚାଳନା କେବେଠାରୁ କରାଯାଇଛି । କଂଗ୍ରେସ ରାଜନୀତି ଅସ୍ଥିରତା ମଧ୍ୟରେ ଗତିକରୁଥିବା ବେଳେ ପିସିସି ସଭାପତି ନିଜର ଦମ୍ଭ ଦେଖାଇବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଦଳ ପକ୍ଷରୁ ନବୀନଙ୍କୁ କିଏ ଟକ୍କର ଦେବ ସେକଥା ଦଳ ଅଧ୍ୟକ୍ଷ ସ୍ଥିର କରିବେ ବୋଲି କୁହାଯାଉଥିବା ବେଳେ ପିସିସି ସଭାପତିଙ୍କ ଭାଇ ସୌମ୍ୟରଞ୍ଜନ ଏବେ ନବୀନଙ୍କ ଛତ୍ରଛାୟା ତଳେ ।

ଗୋଟିଏ ଘରୁ ବାହାରି କିପରି ଯୁଦ୍ଧ ଲଢାଯିବ ଯଦିଓ ଏମାନଙ୍କୁ ଭଲ ଭାବରେ ଜଣା ଅଛି, ସେକଥା କାହାକୁ ଅଛପା ନାହିଁଯେ, ବାବୁ ନବୀନ ମହା ଖେଳାଳି । କେତେବେଳେ ଯେ କ’ଣ କରିଦେବେ ସେକଥା ତାଙ୍କ ବାମ ହାତକୁ ଜଣାନଥାଏ । ଏବେ ଆମେ ବିଜେପି କଥା ବିଚାର କରିବା । ଏଠାରେ ଏହି ଦଳର ନେତା ଘନଘନ ଆକ୍ରମଣ କରିବାରେ ପଛଘୁଞ୍ଚା ଦେଉ ନାହାନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଡେରା ପକାଇ ବସିଛନ୍ତି । ଜଣାପଡୁଛି ବାବୁଙ୍କୁ ଦଳ ବିଜୟ ହେଲେ ମୁଖିଆ ଆସନଟା ଦେବ । ଧର୍ମେନ୍ଦ୍ର ଏହି ଅଶାରେ ତ ନିଶ୍ଚୟ ଥିବେ, ହେଲେ ଏଇ କିଛି ଦିନ ମଧ୍ୟରେ ଦଳ ମଧ୍ୟରେ ଯେଭଳି ପରିବର୍ତ୍ତନ ଦେଖା ଦେଲାଣି ଭବିଷ୍ୟତ କଳ୍ପନା କରିବା ମୁସ୍କିଲ । କାରଣ ପୂର୍ବତନ ପ୍ରଶାସିକା ଅପରାଜିତା ମ୍ୟାଡମ ଦଳର ଭଲ ଇମ୍ପ୍ରେସନ୍ ହାସଲ କରି ସାରିଛନ୍ତି । ଏପରିକି ଓଡ଼ିଶା ବିଷୟରେ ତାଙ୍କୁ ଭଲଭାବରେ ଜଣା ।

ବିଗତ ଦିନରେ ସେ ପ୍ରଶାସିକା ହିସାବରେ ବିଭିନ୍ନ ବିଭାଗରେ ରହି ରାଜ୍ୟବାସୀଙ୍କ ପ୍ରିୟଭାର୍ଜନ ହୋଇଛନ୍ତି । ଏପରି ସ୍ଥିତିରେ ତାଙ୍କ ଆଶା ବି ରହିଥିବ । କାରଣ ସେ ବି କହିବା ଓ ଆକ୍ରମଣ କରିବାରେ ଟଳୁ ନାହାନ୍ତି । ଏବେ ବିଜେଡିର ପୂର୍ବତନ ବରିଷ୍ଠ ନେତା ଯିଏ କି ଜଣେ ଉଦ୍ୟୋଗପତି ଭାବରେ ବେଶ ଜଣାଶୁଣା ସେ ବର୍ତ୍ତମାନ ଦଳରେ ଏଣ୍ଟ୍ରି କରି ସାରିଛନ୍ତି । ଜଣେ ଭଲ ଜନପ୍ରତିନିଧି ଭାବରେ ଖ୍ୟତି ଅର୍ଜନ କରିଥିବା ବୈଜୟନ୍ତ ବାବୁ ଓଡ଼ିଶା ବିଷୟରେ ବିଜ୍ଞ । ତେଣୁ ତାଙ୍କର ଦଳ ପ୍ରବେଶ ବିଜପିକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଆଲୋଚନା ହେବା ଆରମ୍ଭ ହୋଇଗଲାଣି । ବିଜେଡିରେ ରହି ବିଜେଡି ବିଷୟରେ ବେଶ କଥା ଜାଣିଥିବା ବାବୁ ବୈଜୟନ୍ତ ଶାସକ ଦଳକୁ ମାଟି କାମୁଡାବରେ ଅମୋଘ ଅସ୍ତ୍ର ହୋଇ ପାରନ୍ତି । ଯଦି ଦଳ ଏଭଳି କୌଣସି ନିଷ୍ପତ୍ତି ନିଏ ଯାହା ବିଜେପିକୁ ଶାସନ କ୍ଷମତାକୁ ଆଣିବାରେ ସକ୍ଷମ ତେବେ ଅନ୍ୟମାନଙ୍କର କ’ଣ ହେବ ? ତେବେ ଦୀର୍ଘ ଦିନ ଓଡ଼ିଶାରେ ଡେରା ପକାଇ ନିରାଶ ହେବା ସାର ।

error: Thank You Keep Visiting