ସମ୍ବଲପୁର ରେଳ ଷ୍ଟେସନ ଠାରେ ଫୁଡ ପ୍ଲାଜା ସହିତ ନୂତନ ସମନ୍ବିତ ଯାତ୍ରୀ ପ୍ରତୀକ୍ଷାଳୟ

Straight to the Point
 
ସମ୍ବଲପୁର ରେଳ ଷ୍ଟେସନ ଠାରେ ଆଧୁନିକ ସୁବିଧା ଥାଇ ନୂତନ ସମନ୍ବିତ ଯାତ୍ରୀ ପ୍ରତୀକ୍ଷାଳୟ ସୁବିଧା ପ୍ରଦାନ କରାଯାଇ ଅଛି I  ଏହି ସମନ୍ବିତ ଯାତ୍ରୀ ପ୍ରତୀକ୍ଷାଳୟ ଫୁଡ କୋର୍ଟ କୁ ଲାଗିକରି ଥିବାରୁ ଯାତ୍ରୀମାନେ ବାହାରକୁ ନଯାଇ ଏହି ପ୍ରତୀକ୍ଷାଳୟ ଠାରେ ସ୍ନାକ୍ସ, ପାନୀୟ ଜଳ ଓ ଅନ୍ୟାନ ଖାଦ୍ୟପଦାର୍ଥ ପାଇପାରିବେ I  ୧୯୦୦ ବର୍ଗ ଫୁଟ ରେ ନିର୍ମିତ ଏହି ଯାତ୍ରୀ ପ୍ରତୀକ୍ଷାଳୟ ପ୍ରାୟ ୨୫ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ହୋଇଥିବାବେଳେ ଏଥିରେ ଆଧୁନିକ ସୁବିଧା ଯୋଗାଇ ଦିଆଯାଇଅଛି I ପବ୍ଲିକ ଆଡ୍ରେସ ସୁବିଧା ଏଥିରେ ଉପଲବ୍ଧ କରାଯାଇପାରିଛି ଯାହାଦ୍ୱାରା ଯାତ୍ରୀମାନେ ଟ୍ରେନ ଆଗମନ ଓ ପ୍ରସ୍ଥାନ ସମ୍ବନ୍ଧରେ ଅବଗତ ହୋଇପାରିବେ I 
 
ଏହାବ୍ୟତୀତ, ଯାତ୍ରୀମାନେ ସେମାନଙ୍କର ମନମୁତାବକ ଖାଦ୍ୟ ସହିତ ଆଧୁନିକ ଷ୍ଟିଲ ଚେୟାର ଏହି ଯାତ୍ରୀ ପ୍ରତୀକ୍ଷାଳୟରେ ଯୋଗାଇଦିଆଯାଇଅଛି I  ଏହି ଆଧୁନିକ ସମନ୍ବିତ ଯାତ୍ରୀ ପ୍ରତୀକ୍ଷାଳୟ ସମ୍ବଲପୁର ରେଳମଣ୍ଡଳରେ ପ୍ରଥମ ଅଟେ ଯେଉଁଠି ଯାତ୍ରୀମାନେ ସେମାନଙ୍କର ଟ୍ରେନକୁ ଅପେକ୍ଷା ସମୟରେ ଜଳଖିଆ, ଅନ୍ୟ ଖାଦ୍ୟପଦାର୍ଥ ସହିତ ଚା ଓ କଫି ଏବଂ ଫଳରସ ସୁବିଧାରେ ପାଇପାରିବେ I 
 
ଉପରୋକ୍ତ ସୁବିଧା ବ୍ୟତୀତ ଏହି ନୂତନ ସମନ୍ବିତ ଯାତ୍ରୀ ପ୍ରତୀକ୍ଷାଳୟ ରେ ସ୍ଥାନୀୟ କଳା ଓ ସଂସ୍କୃତି କୁ ଚିତ୍ରିତ କରାଯାଇଥିବାବେଳେ ଦିବ୍ୟାଙ୍ଗ ସୁବିଧା ମଧ୍ୟ ଯୋଗାଇଦିଆଯାଇଅଛି I 
error: Thank You Keep Visiting