ସ୍ତ୍ରୀର ପ୍ରେମିକ ପାଇଁ ସ୍ୱାମୀ ହେଲା ଶିଶୁପାଳ

Straight to the Point

କଟକ : ଦୁଇଦିନ ପୂର୍ବେ ବିବାହ କରିଥିବା ଭଦ୍ରକ ଅଞ୍ଚଳର ଜଣେ ନବବଧୂକୁ ଥାନା ସମ୍ମୁଖରୁ ତାଙ୍କର ପ୍ରେମିକ ନେଇଯିବା ଘଟଣା ଆଲୋଚନାର ବିଷୟ ହୋଇଛି। ନବବଧୂ ପଳାଇଯିବା ପରେ ସ୍ୱାମୀକୁ ଶିଶୁପାଳ ହେବାକୁ ପଡିଥିଲା। ଏଭଳି ଏକ ଘଟଣା ରବିବାର ରାତିରେ ଦେଖିବାକୁ ମିଳିଥିଲା ମାଲଗୋଦାମ ଥାନା ସମ୍ମୁଖରେ।
ମିଳିଥିବା ସୂଚନା ମୁତାବକ ମାଲଗୋଦାମ ଥାନା ଅନ୍ତର୍ଗତ ମୁରାଦାଖାଁ ପାଟଣା ଅଞ୍ଚଳର ସୁନା ନାୟକଙ୍କର ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କୁଅାଁସ ଗ୍ରାମର ଜଣେ ଯୁବତୀଙ୍କ ସହିତ ବିବାହ ସ୍ଥିର ହୋଇଥିଲା। ଉକ୍ତ ଯୁବତୀଙ୍କ ସହିତ ଗ୍ରାମର ଦୀପୁ ନାୟକଙ୍କ ସହିତ ଦୀର୍ଘଦିନର ପ୍ରେମ ସମ୍ପର୍କ ରହିଥିବା କେତେକ ସ୍ଥାନୀୟ ଲୋକେ ତାଙ୍କୁ କହିଥିଲେ। ସୁନା କିମ୍ବା ତାଙ୍କ ପରିବାର ଲୋକେ ଏହାକୁ କର୍ଣ୍ଣପାତ କରି ନ ଥିଲେ। ଗତ ୨୨ତାରିଖରେ ସୁନା ଉକ୍ତ ଯୁବତୀଙ୍କୁ ବିବାହ କରି ଶନିବାର ସକାଳେ ଘରେ ପହଞ୍ଚିଥିଲେ। ନୂୂଆବୋହୁକୁ ବନ୍ଦାପନା କରି ଘରକୁ ପାଛୋଟି ନେଇଥିଲେ। ସନ୍ଧ୍ୟାପ୍ରାୟ ୭ଟାରେ ପ୍ରେମିକ ଦୀପୁ ହଠାତ ସୁନାଙ୍କ ଘରେ ହାଜର ହୋଇଥିଲା। ଆପଣଙ୍କ ବୋହୂର ମୁଁ ସମ୍ପର୍କୀୟ ଏବଂ ଆପଣଙ୍କ ପଡ଼ିଶା ଘରର ବିଟୁ ନାୟକ ମୋର ଘନିଷ୍ଠ ବନ୍ଧୁ ବୋଲି ସୁନାଙ୍କ ପରିବାରଲୋକଙ୍କୁ କହିଥିଲେ। ଏହି କଥା ଶୁଣିବା ପରେ ପରିବାରଲୋକ ବୋହୁ ବସିଥିବା ଘରକୁ ତାଙ୍କୁ ନେଇଯାଇଥିଲେ। କିଛି ସମୟ ଦୁହେଁ କଥାବାର୍ତ୍ତା ହେବା ପରେ ଦୀପୁ ପଳାଇ ଯାଇଥିଲା। ସେ ବିଟୁଙ୍କ ଘରେ ରହିଥିବା କଥା କାହାକୁ ଜଣା ନଥିଲା। ଘରେ କୁଣିଆ ଥିବାରୁ ଯୋଜନା ମୁତାବକ ନବବଧୂ ଶୌଚ ହେବାକୁ ବିଟୁଙ୍କ ଘରକୁ ଜଣେ ଝିଅଙ୍କ ସହିତ ଚାଲିଯାଇଥିଲେ। ସେଠାରୁ କୌଶଳକ୍ରମେ ନବବଧୂ ଖସିଯାଇ ଯୋବ୍ରା ଛକରେ ଆଟୋ ଧରି ଅପେକ୍ଷା କରିଥିବା ପ୍ରେମିକ ଦୀପୁ ଓ ବିଟୁଙ୍କ ସହିତ ଚମ୍ପଟ ମାରିଥିଲେ। ଦୀର୍ଘ ସମୟ ପରେ ନବବଧୂ ଘରକୁ ନ ଫେରିବାରୁ ପରିବାରଲୋକେ ଖବର ନେବାପାଇଁ ବିଟୁଙ୍କ ଘରେ ପହଞ୍ଚିଥିଲେ। ସେ କିଛି ସମୟ ଆଗରୁ ଏଠାରୁ ଚାଲିଯାଇଥିବା ଜାଣିବାକୁ ପାଇଥିଲେ। ସନ୍ଧାନ ନେବାପରେ ଦୀପୁ ଓ ବିଟୁ ତାଙ୍କୁ ଅଟୋରେ ଅପହରଣ କରିନେଇଥିବା ସମ୍ପର୍କରେ ସୂଚନା ପାଇ ପରିବାରଲୋକ ଥାନାରେ ଏତଲା ଦେଇଥିଲେ। ଇନ୍ସପେକ୍ଟର ଦେବୀପ୍ରସାଦ ପାତ୍ର ଘଟଣାର ତଦନ୍ତ ଚଳାଇଥିଲେ। ଅପହୃତା ନବବଧୁକୁ ବିଟୁ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ରଖିଥିବା ସୂୂଚନା ପାଇ ଗତକାଲି ରାତି ପ୍ରାୟ ସାଢ଼େ ୨ଟାରେ ପୁଲିସ ସେଠାରେ ଚଢ଼ଉ କରିଥିଲା। ନବବଧୂକୁ ଉଦ୍ଧାର କରାଯିବା ସହିତ ଦୀପୁ ଓ ବିଟୁକୁ ଗିରଫ କରାଯାଇଥିଲା। ନବବଧୂକୁ ପୁଲିସ ସୁନାଙ୍କ ପରିବାର ଜିମା ଦେବା ସହିତ ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲେ। ଏହାର କିଛି ସମୟରେ ପରେ ସୁନା ଉକ୍ତ ଯୁବତୀଙ୍କୁ ଧରି ଥାନାରେ ହାଜର ହୋଇଥିଲେ।
ବିବାହର ମାତ୍ର ୨୪ଘଣ୍ଟା ନ ପୁରୁଣୁ ଅନ୍ୟଜଣଙ୍କ ସହିତ ପଳାଇ ଯାଉଥିବା ଯୁବତୀଙ୍କୁ ସେ ଗ୍ରହଣ କରିବେ ନାହିଁ ଏବଂ ତାଙ୍କୁ ତାଙ୍କର ପରିବାର ଜିମାରେ ଛାଡି ଦିଆଯାଉ ବୋଲି କହିଥିଲେ। ଖବର ପାଇ ଯୁବତୀଙ୍କ ମା’ ଥାନାରେ ପହଞ୍ଚିବା ପରେ ପୁଲିସ ଘଟଣା ସଂପର୍କରେ କହିବା ସହିତ ଝିଅକୁ ତାଙ୍କ ଜିମା ଦେଇଥିଲେ। ଏପଟେ ଜାମିନ୍‍ରେ ଛାଡ ପାଇଥିବା ଦୀପୁ ଘଟଣା ସଂପର୍କରେ ସୂଚନା ପାଇ ଆଜି ସନ୍ଧ୍ୟାରେ ଯୋବ୍ରାରେ ପହଞ୍ଚିଥିଲା। ମା’ ଝିଅକୁ ଧରି ଥାନା ବାହାରକୁ ଆସିବା ପରେ ପୂର୍ବରୁ ଅପେକ୍ଷା କରିଥିବା ଦୀପୁ ପୁଣି ଉକ୍ତ ଯୁବତୀଙ୍କୁ ଧରି ଚମ୍ପଟ ମାରିଥିଲା। ଏଥିରେ ସହମତି ଥିବା ଯୁବତୀଙ୍କ ମା’ କହୁଥିବାରୁ ଏ ନେଇ କୌଣସି ମାମଲା ରୁଜୁ କରାଯାଇ ନ ଥିବା ଇନ୍ସପେକ୍ଟର ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

error: Thank You Keep Visiting