୫ବର୍ଷ ମଧ୍ୟରେ ୪ଥର ବିଦ୍ୟାଳୟର ନାମ ପରିବର୍ତ୍ତନ

Straight to the Point

ଜଗତସିଂହପୁର,(ଓଡିଶା ଜର୍ଣ୍ଣାଲ): ୫ବର୍ଷ ମଧ୍ୟରେ ଗୋଟିଏ ବିଦ୍ୟାଳୟର ନାମ ୪ଥର ପରିବର୍ତ୍ତନ କରାଯାଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗରୁ ପ୍ରକାଶ , ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ରଘୁନାଥପୁର ବ୍ଲକ ଅନ୍ତର୍ଗତ ପୁରଣ-ଓଡପଡା ଗ୍ରା.ପ.ର ପୁରଣ ଗ୍ରାମରେ ଥିବା ବିଦ୍ୟାଳୟର ନାମ ପ୍ରଥମେ ୨୦୧୪ରେ ପୁରଣ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରାଗଲା । ଏହାପରେ ବିଭାଗୀୟ କତ୍ତୃପକ୍ଷ ଏହି ବିଦ୍ୟାଳୟର ନାମକରଣ ୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପୁରଣ କରାଗଲା । ଏହାପରେ ପୁନର୍ବାର ବିଭାଗୀୟ କତ୍ତୃପକ୍ଷ ଏହି ବିଦ୍ୟାଳୟର ନାମ ସରକାରୀ ଉଚ୍ଚ ବିଦ୍ୟାଳୟ ପୁରଣ କରିବାକୁ ନିର୍ଦେଶ ଦେଲେ ।

ଗଣଶିକ୍ଷା ବିଭାଗର ନିର୍ଦେଶ ପରେ ଏହି ବିଦ୍ୟାଳୟର ନାମ ସରକାରୀ ଉଚ୍ଚ ବିଦ୍ୟାଳୟ ପୁରଣ କରାଗଲା । କିନ୍ତୁ ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଏହି ବିଦ୍ୟାଳୟର ନାମ ପୁରଣଓଡପଡା ପ୍ରୋଜେକ୍ଟ ୟୁ.ପି. ସ୍କୁଲ କରିବାପାଇଁ ନିର୍ଦେଶ ଦେଇଛନ୍ତି । ଏଭଳି ଭାବେ ୫ବର୍ଷ ମଧ୍ୟରେ ଏହି ବିଦ୍ୟାଳୟର ୪ଥର ନାମ ପରିବର୍ତ୍ତନ ଶିକ୍ଷାବିଭାଗ ଏବଂ ଉଚ୍ଚ କତ୍ତୃପକ୍ଷ କରିଥିବାରୁ ପୁରଣ ଗ୍ରାମବାସୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ରଘୁନାଥପୁର ବ୍ଲକରେ ଥିବା ୧୬୦ବିଦ୍ୟାଳୟର ନାମ ପରିବର୍ତ୍ତନ କରି ନୂତନ ନାମ ତୁରନ୍ତ ବିଦ୍ୟାଳୟରେ ଲେଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଗୋଟିଏ ଶିକ୍ଷାନୁଷ୍ଠାନର ବାରମ୍ବାର ନାମ ପରିବର୍ତ୍ତନ କରାଯିବା କେତେଦୂର ଯୁକ୍ତିଯୁକ୍ତ ତାହା ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଶିକ୍ଷାବୁଷ୍ଠାନ ଗୁଡିକର ବାରମ୍ବାର ନାମ ପରିବର୍ତ୍ତନ ନ କରିବାରୁ ଏ ଅଂଚଳର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।

error: Thank You Keep Visiting