କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପତ୍ର

An Independent Media

ନୂଆଦିଲ୍ଲୀ(ଓଡିଶା ଜର୍ଣ୍ଣାଲ): ଓଡ଼ିଶାରେ ରେଳ ଟିକେଟକୁ ଆଞ୍ଚଳିକ ଓଡିଆ ଭାଷାରେ ଛାପିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶାରେ ରେଳଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ତରଫରୁ ଅନେକ ବ୍ୟବସ୍ଥା କରାଯାଇଛି । ଯାତ୍ରୀ ସୁବିଧାରେ ଗତ କିଛି ବର୍ଷରେ ବହୁ ଉନ୍ନତି ପରିଲକ୍ଷିତ ହେବା ସହ ଯାତ୍ରା ସମୟରେ ଲୋକମାନଙ୍କର ସୁଃଖଦ ଅନୁଭୂତି ହେଉଛି । ଏହା ସହ ଯଦି ଓଡ଼ିଶାରେ ଟିକେଟ୍‍ ଗୁଡିକ  ଓଡିଆରେ ଉପଲବ୍ଧ ହେବ ତେବେ ଆମ ରାଜ୍ୟର ଲୋକମାନେ ଆହୁରି ଲାଭବାନ ହେବେ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

error: Thank You Keep Visiting