ଦେଶରେ ସ୍ୱଚ୍ଛ ଇନ୍ଧନ ପହଁଚାଇବାର ପ୍ରତିଶ୍ରୁତି ପୂରଣ ହୋଇଛି:ଧର୍ମେନ୍ଦ୍ର ପ୍ରଧାନ

Straight to the Point

ନୂଆଦିଲ୍ଲୀ/ଭୁବନେଶ୍ୱର,(ଓଡିଶା ଜର୍ଣ୍ଣାଲ): ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଭାରତବର୍ଷର ୭ କୋଟି ଗରିବ ପରିବାରକୁ ଗ୍ୟାସ ସଂଯୋଗ ଦେଇ ମୋଦି ସରକାର ଅସମ୍ଭବକୁ ସମ୍ଭବ କରିଛନ୍ତି । ୯୦୦୦ କୋଟି ଟଙ୍କା ବ୍ୟୟରେ ଦୁନିଆର ସବୁଠୁ ବଡ ଗ୍ୟାସ ପାଇପ ଲାଇନ ତିଆରି ହୋଇଛି, ବଟଲିଂ ପ୍ଲାଂଟ ନିର୍ମାଣ ହୋଇଛି, ବିତରକ ନେଟଓାର୍କକୁ ତଳସ୍ତର ଅଂଚଳରେ ପହଁଚାଇବା ପାଇଁ କମନ ସର୍ଭିସ ସେଂଟରର ମଧ୍ୟ ସହଯୋଗ ନିଆଯାଇଛି । ଫଳରେ ଦେଶରେ ସ୍ୱଚ୍ଛ ଇନ୍ଧନ ପହଁଚାଇବାର ପ୍ରତିଶ୍ରୁତି ପୂରଣ ହୋଇଛି ବୋଲି ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୭ କୋଟିତମ ହିତାଧିକାରୀଙ୍କୁ ଗ୍ୟାସ ବିତରଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ମଇ ୧ରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଶୁଭାରମ୍ଭ କରିଥିଲେ । ୫ ଲକ୍ଷ ମହିଳାଙ୍କୁ ଉଜ୍ଜଳା ଯୋଜନାରେ ସାମିଲ କରିବାର ଲକ୍ଷ୍ୟ ନେଇ ପ୍ରଥମ ୧ କୋଟି କନେକ୍ସନ ୮ ନଭେମ୍ବର ୨୦୧୬ରେ ପୂରଣ ହୋଇଥିଲା ବେଳେ ୩୧ ମାର୍ଚ୍ଚ ୨୦୧୭ ଓ ୧୨ ଅକ୍ଟୋବର ୨୦୧୭ରେ ୨ ଓ ୩ କୋଟି ଏଲପିଜି ସଂଯୋଗ ଲକ୍ଷ୍ୟ ପୂରଣ ହୋଇଥିଲା । ସେହିପରି ୪ କୋଟି ଗ୍ୟାସ ସଂଯୋଗ ୨୫ ମଇ ୨୦୧୮, ୫ କୋଟି ସଂଯୋଗ ସେହିବର୍ଷ ୩ ଅଗଷ୍ଟ, ୬ କୋଟି ସଂଯୋଗ ୨ ଜାନୁଆରୀ ୨୦୧୯ ରେ ଏବଂ ଆଜି ମାର୍ଚ୍ଚ ୮ରେ ୭ କୋଟି ଏଲପିଜି ଗ୍ୟାସ ସଂଯୋଗ ଲକ୍ଷ୍ୟ ପୂରଣ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ୫ଟି ରାଜ୍ୟ ଯଥା ଉତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ରାଜସ୍ଥାନ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ସବୁଠୁ ବଡ ଲାଭାର୍ଥୀ ରାଜ୍ୟ ହୋଇପାରିଛନ୍ତି ।

ପିଏମ ଉଜ୍ଜଳା ଯୋଜନା ଅଧୀନରେ ଉତରପ୍ରଦେଶରେ ୧ କୋଟି ୨୬ ଲକ୍ଷ ୪୦ ହଜାର ୮୮ ଏଲପିଜି ସଂଯୋଗ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୭୮ ଲକ୍ଷ ୪୭ ହଜାର ୧୧୦ ଦ୍ୱିତୀୟ ରାଜ୍ୟ ଲାଭାର୍ଥୀ ହୋଇପାରିଛି । ସେହିପରି ବିହାରରେ ୭୭ ଲକ୍ଷ ୫୧ ହଜାର ୮୨୫ , ମଧ୍ୟପ୍ରଦେଶରେ ୬୩ ଲକ୍ଷ ୩୧ ହଜାର ୮୧୫ ଓ ରାଜସ୍ଥାନରେ ୫୫ ଲକ୍ଷ ୩୪ ହଜାର ୮୮୮ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗ ହୋଇଛି । ପୂର୍ବରୁ ୭୦ ବର୍ଷ ସରକାରରେ ଦେଶରେ ୧୩ କୋଟି ଏଲପିଜି ସଂଯୋଗ ଥିଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଏହା ଦୁଇ ଗୁଣା ବୃଦ୍ଧି ପାଇ ୨୬ କୋଟି ୩୦ ଲକ୍ଷରେ ପହଁଚିଛି । ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୭ କୋଟି ଗ୍ୟାସ ସଂଯୋଗର ଲକ୍ଷ୍ୟ ଆଜି ପୂରଣ ଯାଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତବର୍ଷରେ ଜଣେ ବି ଗରିବ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରୁ ବଂଚିତ ନହେବାର ନୀତି ତିଆରି କରାଯାଇଛି । ସବ କି ସାଥ୍ ସବ୍ କି ବିକାଶ ଧାରାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଦେଶର ୪୨ ପ୍ରତିଶତ ତଥା ପାଖାପାଖି ୩ ଲକ୍ଷ ଅନୁସୂତିତ ଜାତି ଓ ଜନଜାତି ହିତାଧିକାରୀ ଅଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦିନେ ୧୨ ବର୍ଷର ବାଳକ ନିଜ ମାର ଚୁଲି ଧୂଆଁର କଷ୍ଟକୁ ଅନୁଭବ କରିଥିଲେ । ସେହି ଗରିବ ପିଲା ୫୫ ବର୍ଷ ପରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନିଜ ମାଆର କଷ୍ଟକୁ ନଭୁଲି ଆଜି ୭ କୋଟି ମହିଳାଙ୍କ ଆଖରୁ ଲୁହ ପୋଛି ପାରିଛି ବୋଲି ସେ କହିଛନ୍ତି ।

error: Thank You Keep Visiting