କେନ୍ଦ୍ରାପଡା ରାଜନୀତି : ବୈଜୟନ୍ତଙ୍କୁ ଟକ୍କର ଦେଇପାରିବେ ଅରୂପ

Straight to the Point

(ଓଡ଼ିଶା ଜର୍ଣ୍ଣାଲ) ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ଦଳ ମଧ୍ୟରେ ନେତା ଅଦଳବଦଳ ଜାରି ରହିଛି । କେତେବେଳେ କେଉଁ ନେତା କେଉଁ ଦଳକୁ ଡିଆଁ ମାରୁଛନ୍ତି ଓ ଆଗକୁ ଆଉ କିଏ ମାରିବେ ତାହା କହିବା ମୁସ୍କିଲ । ଏଇ ନିକଟରେ ବିଜେଡିର ପୂର୍ବତନ ବରିଷ୍ଠ ନେତା ତିଥା ସାଂସଦ ବୈଜୟନ୍ତ ପଣ୍ଡା ଗତ ୪ ତାରିଖରେ ବିଜେପିରେ ଆନୁ଼ଷ୍ଠାନିକ ଭାବେ ଯୋଗଦେବା ପରେ ବିିଜେଡିରେ ପ୍ରହଳିକା ସୃଷ୍ଟି ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ସେ ଯାହା ବି ହେଉ ବୈଜୟନ୍ତ ବାବୁ ବିଜେପିରେ ଯୋଗଦେବା ପରେ ବିଜେପି ଭୋଟ ବ୍ୟାଙ୍କରେ ଉନ୍ନତି ଘଟିବ ବୋଲି କୁହାଯାଉଛି । ଏଠାରେ ଆଲୋଚନାର ବିଷୟ ଏହା ଯେ, ଦୀର୍ଘ ବର୍ଷ ଧରି ଓଡ଼ିଶାର ମଙ୍ଗ ସମ୍ଭାଳିଥିବା ବିଜେଡିରେ ଏବେ ଯେଉଁ ଭଳି ଭିବିଷଣ ସୃଷ୍ଟି ହୋଇଛନ୍ତି, ତାହା ଆଗାମୀ ଦିନରେ ଦଳକୁ ଯେ ବିପଥଗାମୀ ନକରିବ ତାହା କହିବା ମୁସ୍କିଲ ।

ତେଣୁ ବିଜେଡି ସଭାପତିଙ୍କୁ ଏଭଳି ପରସ୍ଥିତିରେ ମାପିଚୁପି ବାଟ ଚାଲିବା ଉଚିତ । ଆମର କହିବା କଥା ହେଲା, କେନ୍ଦ୍ରପଡାରେ ବିଜେଡି ଟିକେଟରୁ ୨ ଥର ଲୋକସଭାକୁ ଯାଇଥିବା ବୈଜୟନ୍ତ ବାବୁ ବ ର୍ମାନ ବିଜେପିରେ । ଏବେ ବିଜେପି ତାଙ୍କୁ ଲୋକଲୋଚନକୁ ଆଣିବା ସହିତ ଓଡ଼ିଶାରେ ଅନୁକମ୍ପା ଭୋଟ ହାତେଇବା ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିବ । ତେଣୁ ବୈଜୟନ୍ତଙ୍କୁ ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଉପ ସଭାପତି ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଶୁଣିବାକୁ ମିଳୁଛି ବାବୁ ବୈଜୟନ୍ତ କୁଆଡେ ବିଜେପି ଟିକେଟରୁ ତାଙ୍କର ପୁରୁଣା ନିର୍ବାଚନ ମଣ୍ଡଳି କେନ୍ଦ୍ରାପଡାରୁ ୨୦୧୯ ସାଧାରଣ ନିର୍ବାଚନ ଲଢିବେ । ଏଠାରେ ରାଜନୈତିକ ବିଷାରଦଙ୍କ ଗଣନାରୁ ଯାହା ଅନୁମାନ କରାଯାଉଛି, ଯଦି ବୈଜୟନ୍ତଙ୍କୁ କେନ୍ଦ୍ରାପଡା ଲୋକସଭା ଆସନରେ ବିଜେଡି ମାତ୍ ଦେବାକୁ ସ୍ଥିର କରିଛି, ତେବେ ମହାରାଷ୍ଟ୍ର କ୍ୟାଡର ପୂର୍ବତନ ଆଇପିଏସ ଅଫିସର ଅରୂପ ପଟ୍ଟନାୟକ ହିଁ ଯୋଗ୍ୟ ପ୍ରାର୍ଥୀ । କାରଣ ଜଣେ କ ର୍ବ୍ୟନିଷ୍ଠ ପୋଲିସ ଅଧିକାରୀ ହିଁ ଜନତାଙ୍କ ନିକଟବ ର୍ୀ ହୋଇ ପାରିବ ।

ତେଣୁ ବୈଜୟନ୍ତଙ୍କୁ ଟକ୍କର ଦେବାରେ ତାଙ୍କର ପାରିବାପଣିଆକୁ ସନ୍ଦେହ କରାଯାଇନପାରେ । ଅନ୍ୟପକ୍ଷରେ ଅରୂପ ପଟ୍ଟନାୟକ ଜଣେ ସମାଜସେବୀ ସହିତ ବିଜୁ ଯୁବ ବାହୀନିର କୋର୍ଡିନେଟର ରହିଆସିଛନ୍ତି । ତେଣୁ ସାଙ୍ଗଠନିକ କର୍ଯ୍ୟରେ ସେ ନିପୁଣ ହୋଇଥିବେ ନିଶ୍ଚୟ । ବୈଜୟନ୍ତ ଜଣେ ପୁରୁଣା ରାଜନୈତିକ ବ୍ୟକ୍ତି ବିଶେଷ ହୋଇଥିବା ପରେ ଔଦ୍ୟୋଗପତି ତେଣୁ ତାଙ୍କ ନିକଟରେ ଯେଉଁ ଦକ୍ଷତା ବିଜେଡି ସୃଷ୍ଟି କରିଥିଲା, ତାହାକୁ ନେଇ ସେ ଏବେ ବିଜେଡି ବିରୋଧରେ ରଣଭୂମିକୁ ଓହ୍ଲାଇବେ । ଏପରିସ୍ଥଳେ ବିଜେଡିକୁ ବୁଦ୍ଧିମାନର ସହ ଆଗକୁ ପାଦ ବଢ଼ାଇବାକୁ ହେବ । ସେହିପରି ଅରୂପ ପଟ୍ଟନାୟକଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ସମାଜ ସୁଧାର କାମରେ ଜଡିତ ରହିଛନ୍ତି । ତେଣୁ ସେ ହିଁ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳିର ବିଜେଡି ପକ୍ଷରୁ ଜଣେ ସୁଯୋଗ୍ୟ ପ୍ରାର୍ଥୀ ବୋଲି କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ଆଲୋଚନା ହେଉଛି । ଅରୂପଙ୍କ ଉପରେ ନବୀନ ଯଦି ଭରଷା କରନ୍ତି ତେବେ କେନ୍ଦ୍ରାପଡା ଲୋକସଭା ବିଜେଡି ଖାତାକୁ ଫେରିବା ପାଇଁ ବାଟ ପରିଷ୍କାର । ତେଣୁ ଏଠାରେ ଏକଥା କୁହାଯାଇ ପାରେ ଯେ, ବିଜେଡି ପ୍ରାର୍ଥୀ ଚୟନ କରିବାରେ ଯେପରି କୌଣସି ଟାଳଟୁଳ ନୀତି ଅବଳମ୍ବନ ନକରେ ।

ଯଦି ଦଳକୁ ତାର ପୂର୍ବ ଗାରିମା ବଜାୟ ରଖିବାକୁ ହେବ ତେବେ ଘରୁ ଯାଇଥିବା ଖେଳାଳିଙ୍କୁ କିଭଳି ବୋଲ୍ଡ କରିବାକୁ ହେବ ତାହାର ଗୋଟିଚାଳନା କରିବା ଦରକାର । ବୈଜୟନ୍ତ ଦୀର୍ଘଦିନ ବିଜେଡିରେ ରହି ଦଳର ଆଭ୍ୟନ୍ତରୀଣ ଘଟଣାକୁ ବେଶ ଭଲ ଭାବରେ ଜାଣିଛନ୍ତି । ତେଣୁ ତାଙ୍କ ସହ ମୁହାଁମୁହିଁ ଲଢେଇ ପାଇଁ ସେହିଭଳି ପୋଖତ ଖେଳଳି ଚୟନ କରିବା ବୁଦ୍ଧିମାନର କାମ । ନଚେତ ଦଳକୁ ଆସନ୍ତା ଦିନରେ ପଶ୍ଚତାପ କରିବାକୁ ପଡିପାରେ । ଏଥିପାଇଁ ଦଳ ସୁଚିନ୍ତିତ ପ୍ରସ୍ତାବ ଆଣିବା ଉଚିତ । ଗୋଟିଏ ପଟେ ବିଜେଡିରେ ଆଶୟୀଙ୍କ ଲମ୍ବାଧାଡି, ଅନ୍ୟପଟେ ସୁଯୋଗ୍ୟ ପ୍ରାର୍ଥୀ ଚୟନ । ଏହି ସବୁ ଘଟଣା ମଧ୍ୟରେ କିଏ କାହାକୁ ଚିତପଟାଙ୍ଗ କରିବ, ସେକଥା ଜନତାଙ୍କ ଉପରେ ଯଦିଓ ନିର୍ଭର କରେ ତଥାପି ଉଚିତ ସମୟରେ ସଠିକ ପଦକ୍ଷେପ ନେବା ହିଁ ବୁଦ୍ଧିମତାର କାମ ।

ଯଦି କଂଗ୍ରେସର କଥା ବିଚାରକୁ ନେବା ତେବେ ୧୯୫୨ ପରେ ଦଳ କେନ୍ଦ୍ରାପଡା ଲୋକସଭା ଆସନରେ ବିଜୟୀ ହୋଇନାହିଁ । ୨୦୧୪ ସାଧାରଣ ନିର୍ବାଚନରେ ଏଠାରେ କଂଗ୍ରେସକୁ କେବଳ ୩.୫୦ ଲକ୍ଷରୁ କିଛି ଅଧିକ ଭୋଟ ମିଳିଥିଲା । ତେଣୁ ଏଠାରେ ଦଳର ରେକର୍ଡ ଏତେଟା ଭଲ ନଥିବା ବେଳେ ତାହାକୁ ହାଲୁକାରେ ନେବା ବୋକାମୀ ହେବ । ଏବେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି ଦଳ ଭାବେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ହେବା ସୁନିଶ୍ଚିତ ହୋଇସାରିଛି । ତେଣୁ କିଏ କାହାପାଇଁ ଉଚିତ ସାବ୍ୟସ୍ତ ହେବ ତାହା ଦଳ ବିଚାରବିମର୍ଷ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ।

error: Thank You Keep Visiting