ଭୂବନେଶ୍ୱର ଲୋକସଭା ଆସନ : ବିଜେଡିରେ ପ୍ରସନ୍ନଙ୍କ ବିକଳ୍ପ ଭକ୍ତ

Straight to the Point

(ଓଡ଼ିଶା ଜର୍ଣ୍ଣାଲ) ଏବେ ସାରା ରାଜ୍ୟରେ ନିର୍ବାଚନ ମାହୋଲ ଲାଗି ରହିଛି । କିଏ କେଉଁ ଦଳ ପକ୍ଷରୁ ପ୍ରାର୍ଥୀ ହେବ ତାହାକୁ ନେଇ କଳ୍ପନାଜଳ୍ପନା ଚାଲିଛି । ହେଲେ ପ୍ରାର୍ଥୀ ଚୟନ ଦାୟୀତ୍ୱ ଦଳ ସଭାପତିଙ୍କର । ଏଭଳି ସମୟରେ ରାଜଧାନୀ ବା ଭୁବନେଶ୍ୱର ଲୋକସଭା ଆସନଟି ଫୋକସରେ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଥର ପ୍ରସନ୍ନ ପାଟ୍ଟଶାଣୀଙ୍କ ଉପରେ ଭରଷା ଜତାଇଛନ୍ତି,ଏଥିରେ ସେ ମଧ୍ୟ ୧୦୦ ପ୍ରତିଶତ ସଫଳ ହୋଇଛିନ୍ତି । ହେଲେ ବ ର୍ମାନର ରାଜନୈତିକ ପାଣିପାଗ ଟିକିଏ ଭିନ୍ନ । ବିଜେଡି ଦୀର୍ଘବର୍ଷ ଧରି ଓଡ଼ିଶା ଶାସନ ଗାଦିକୁ ମାଡି ବସିଛି । ଏଠାରେ ପୂର୍ବରୁ ବୃହତ ଦଳ ଥିବା କଂଗ୍ରେସର ସେଭଳି ଭଲ ସ୍ଥିତି ନଥିବା ବେଳେ ଦଳ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଚେଷ୍ଟା ଜାରି ରଖିଛି । ଅନ୍ୟପଟେ ବିଜେପି ମଧ୍ୟ ଗାଦି ଆପଣାଇବା ପାଇଁ ଶତଚେଷ୍ଟା କରୁଛି । ସେଥିପାଇଁ ତ ଦଳର ତୁଙ୍ଗ ନେତାମାନଙ୍କ ସୁଅ ଓଡ଼ିଶାକୁ ଛୁଟିଛି ।

ବିଜେପି ମନ୍ତ୍ରୀଠାରୁ ତନ୍ତ୍ରୀ ପର୍ଯ୍ୟନ୍ତ ଏଠାରେ ଏକରକମର ଡେରା ପକାଇଛନ୍ତି । ଏପରିକି ବିଜେଡିର କାର୍ଯ୍ୟକଳାପ ଓ ସରକାରକୁ ବଦନାମ କରିବାରେ ଲାଗି ପଡିଛନ୍ତି । ବିଜେପିକୁ କିଛି ଅନ୍ୟଦଳର ନେତା ପ୍ରବେଶ କରିବାରେ ଲାଗି ପଡିଛନ୍ତି । କେନ୍ଦ୍ରରେ ଶାସନରେ ଥିବା ବିଜେପି କଳେବଳେ କୌଶଳେ ଏହି ଭୁବନେଶ୍ୱର ଆସନ ସହିତ ବିଧାନସଭା ଆସନକୁ ହାତେଇବାକୁ ଉଦ୍ୟମ କରିଚାଲିଛି । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ବିଜେପି କିଛି କରିପାରେ ବୋଲି କୁହାଯାଉଥିବା ବେଳେ କିପରି ଏହି ଲୋକସଭା ଆସନ ପୁଣି ବିଜେଡି ଖାତାକୁ ଆସିବ, ସେଥିପାଇଁ ଦଳ ସଭାପତି ସଚେତନ ହେବା ଅତ୍ୟନ୍ତ ଜରୁରୀ ହୋଇ ପଡିଛି । ବିଜେପି ଗୁରୁତ୍ପୂର୍ଣ୍ଣ ଭୁବନେଶ୍ୱର ଲୋକସଭା ଆସନକୁ ହାତେଇବା ପାଇଁ ଏଠାରେ ଥିବା ପୂର୍ବ ପ୍ରଶାସିକା ଅପରାଜିତା ଷଡଙ୍ଗୀଙ୍କୁ ଛିଡା କରାଇବ ବୋଲି ମିଳିଥିବା ଖବରରୁ ଶୁଣିବାକୁ ମିଳୁଛି । ସେହିପରି କଂଗ୍ରେସ ମଧ୍ୟ ନିଜର ରଣନୀତି ସ୍ପଷ୍ଟ କରିନଥିବା ବେଳେ ଏହା ନିଶ୍ଚୟ ଯେ, ଦଳ ପକ୍ଷରୁ ଜଣେ ଟାଣୁଆ ନେତାଙ୍କୁ ଏହି ଗୁରୁତ୍ପୂର୍ଣ୍ଣ ଆସନ ପାଇଁ ଛିଡା କରାଇବ ।

ଯାହା ଶୁଣାଯାଉଛି କଂଗ୍ରେସ କମ୍ୟୁନିଷ୍ଟ ସହିତ ମେ କରି ଜନାର୍ଦ୍ଧନ ପତିଙ୍କୁ ପ୍ରାର୍ଥୀ କରି ବସ୍ତି ଏବଂ ଶ୍ରମିକ ସଂଗଠନ ଭୋଟକୁ ନିଜ ସପକ୍ଷରେ କରିବା ପାଇଁ ଯୋଜନା କରୁଛି । ଯଦି ଆମେ ଅପରାଜିତାଙ୍କ କଥା ବିଚାରକୁ ନେବା ତେବେ ପୂର୍ବରୁ ସେ ଓଡ଼ିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ରହି ବେଶ ସଫଳତା ପାଇଛନ୍ତି ଓ ଜନମାନସରେ ଆଦୃତ ଲାଭ କରିଛନ୍ତି । ଏପରିକି ଶିକ୍ଷା ବିଭାଗରେ ସଚିବ ଥିବା ବେଳେ ଏକ୍ଷେତ୍ରରେ ବିଭିନ୍ନ ସଂସ୍କାର ଆଣିବା ସହିତ ନିଜର ପରାକାଷ୍ଠା ଦେଖାଇ ସାରିଛନ୍ତି । ବିଜେପି ତାଙ୍କୁ ଭୁବନେଶ୍ୱରରେ ପ୍ରାର୍ଥୀ କଲେ ତାଙ୍କୁ ଟକ୍କର ଦେବା ଭଳି ବିଜେଡିର ପ୍ରାର୍ଥୀ ଚୟନ ହେବା ଦରକାର । ଏପରି ସ୍ଥଳେ ଆମେ ପ୍ରସନ୍ନ ପାଟ୍ଟଶାଣୀଙ୍କ କଥା ବିଚାରକୁ ନେବା । ଯଦିଓ ବାବା ୫ଥର ବିଜେଡି ଟିକେଟରୁ ବିଜୟ ହୋଇ ସଂସଦକୁ ଯାଇଛନ୍ତି, ହେଲେ ଏବେର ପରିସ୍ଥିତି ଟିକିଏ ଭିନ୍ନ । ଏଥର ବାବାଙ୍କ କୁହୁକ ବାଡି କାମ କରିବ କି ନାହିଁ ତାହାର ପରିକଳ୍ପନା କରିବା ମୁସ୍କିଲ । ଭୁବନେଶ୍ୱରରେ ବାବା ପ୍ରସନ୍ନଙ୍କର ସେଭଳି କୌଣସି ଆଖିଦୃଶିଆ କାମ ଲୋକଲୋଚନକୁ ଆସି ନାହିଁ ।

ଯଦିଓ ଭୂବନେଶ୍ୱରରେ ବିଭିନ୍ନ ଉନ୍ନତିମୂଳକ କାମ ହେଉଛି, ତାହାର ଶ୍ରେୟ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଯାଉଛି । ଏଭଳି ପରିସ୍ଥିତିରେ ଯଦି ଦଳ ଏଥର ବାବାଙ୍କ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଟକେଟ ଦେଲା ତେବେ ଫଳାଫଳ ଦଳ ସପକ୍ଷରେ ଯିବା କାଠିକର ପାଠ । କାରଣ ଅପରାଜିତା ଷଡଙ୍ଗୀଙ୍କ ଫେମ ଏଠାରେ ଭଲ ଥିବା ବେଳେ ବାବା ତାଙ୍କୁ ଟକ୍କର ଦେବେ କଥାଟା କାହିଁକି ହଜମ ହେଉନି । ଯଦି ଆମେ ଯୁବ ନେତା ତଥା ଯାହାଙ୍କ ପ୍ରକାଶିତ ଦୂରଦୃଷ୍ଟି ଖବର କାଗଜରେ ପ୍ରତ୍ୟେକ ସମ୍ପାଦକୀୟ ଲୋକଙ୍କ କଥା କୁହେ ଏବଂ ସାଧାରଣ ଜନତାଙ୍କ ମନରେ ଦର୍ଘ ୨୨ ବର୍ଷର ତାଙ୍କ କାର୍ଯ୍ୟ କଥା ନିର୍ବାଚନ ପାଇଁ ବିଚାରକୁ ନେବା ତେବେ ଭକ୍ତ ଶେଖର ରାୟ ହିଁ ଜଣେ ଉପଯୁକ୍ତ ପ୍ରାର୍ଥୀ ହୋଇପାରିବେ ଯିଏକି ଅପରାଜିତାଙ୍କୁ ଟକ୍କ୍ର ଦେଇପାରିବେ । ନିକଟରେ ହୋଇଥିବା ଏକ ପବ୍ଲିକ ଓପିନିୟନ ସର୍ଭେରୁ ଜଣାପଡିଥିଲା ଯେ, ଭକ୍ତ ଶେଖରଙ୍କୁ ଭୁବନେଶ୍ୱରର ୭୭ ପ୍ରତିଶତ ଲୋକ ସେମାନଙ୍କର ସମର୍ଥନ ଜଣାଇଥିବା ବେଳେ ବାବା ପ୍ରସନ୍ନଙ୍କୁ କେବଳ ୨୩ ପ୍ରତିଶତ ଲୋକ ଆସନ୍ତା ନିର୍ବାଚନ ପାଇଁ ବିଚାରକୁ ନେଇଛନ୍ତି ।

ଜଣେ ଯୁବ ନେତା ଓ ଭଲ ସଂଗଠକ ହିସାବରେ ଭକ୍ତଙ୍କର ଦକ୍ଷତା ଉପରେ ଭୁବନେଶ୍ୱର ବାସୀ ବିଶ୍ୱସ ପ୍ରକଟ କରିପାରୁଛନ୍ତି । ଏପରିସ୍ଥଳେ ଦଳ ୨୦୧୯ ସାଧାରଣ ନିର୍ବାଚନରେ ରଣମୈଦାନକୁ କାହାକୁ ପଠାଇବ ତାହା କେବଳ ସମୟ କହିବ । ହେଲେ ପୂର୍ବ ବିଜୟଧାରାକୁ ଓ ଦଳର ଆତ୍ମବିଶ୍ୱାସକୁ ପଥୟ କରାଯାଇ ପାରେନା । କାରଣ ବିପକ୍ଷ ସେମାନଙ୍କ ରଣକୌଶଳକୁ ଶାଣିତ କରିସାରିଛନ୍ତି । ଏପରି ସମୟରେ ବୁଝିବିଚାରି ପ୍ରାର୍ଥୀ ଚୟନ ବିଜେଡି ପାଇଁ ଅପରିହାର୍ଯ୍ୟ । ତେଣୁ ଦଳୀୟ ଚିନ୍ତାଧାରାରୁ ଊଦ୍ଧ୍ୱର୍କୁ ଯାଇ ଦଳହୀତରେ ନିଷ୍ପ ୍ି ନେବା ଆବଶ୍ୟକ ।

ପ୍ରସନ୍ନ୍ ଓ ଭକ୍ତଙ୍କ ମଧ୍ୟ ତୁଳନା ଯଦିଓ କରାଯାଇ ନପାରେ ତଥାପି ବ ର୍ମାନର ଯୁବପୀଢି କ’ଣ ଚାହାନ୍ତି ତାହାକୁ ମଧ୍ୟ ବିଚାରକୁ ନେବା ଆବଶ୍ୟକ । ଆଜିର ସମାଜ ଓ ଯୁବ ସମାଜ କାହାକୁ ଚାହାନ୍ତି ସେକଥା ବିଚାରକୁ ନିଆଗଲେ ପ୍ରସନ୍ନଙ୍କଠାରୁ ବିଜେଡିର ଭକ୍ତଶେଖର ହିଁ ଦଳ ପାଇଁ ଠିକ୍ ସାବ୍ୟସ୍ତ ଯେ ନହେବେ ଏଥିରେ ଦ୍ୱିମତ ନାହିଁ । ତେବେ ଭକ୍ତ ଶେଖର ରାୟ ଏପର୍ଯ୍ୟନ୍ତ କୌଣସି ଦଳୀୟ ବ୍ୟାନରରେ ନଥିବାରୁ ସେ କେଉଁ ଦଳରୁ ଲଢିବେ ତାହା ସ୍ପଷ୍ଟ ହୋଇ ନାହିଁ । ଏହି ଆକଳନ ତାଙ୍କ ପ୍ରତିଥିବା ଦଳଗତ ନିର୍ବିଶେଷରେ ସମର୍ଥନରୁ ଆଲେଚନା ହେଉଛି, ଭକ୍ତ ହିଁ ଭୁବନେଶ୍ୱର ଳୋକସଭା ପାଇଁ ୁଉପଯୁକ୍ତ ପ୍ରାର୍ଥୀ ହୋଇ ପାରିବେ ।

error: Thank You Keep Visiting