ଯୁବରାଣୀ ପ୍ରିୟମ୍ବଦା ସିଂହଙ୍କୁ ନାରୀ ଶକ୍ତି ପୁରସ୍କାର-୨୦୧୮ ପ୍ରଦାନ

Straight to the Point

ତାଳଚେର,(ଓଡ଼ିଶା ଜର୍ଣ୍ଣାଲ) ବିଶ୍ୱ ମହିଳା ଦିବସରେ ତାଳଚେରର ଯୁବରାଣୀ ପ୍ରିୟମ୍ବଦା ସିଂହଙ୍କୁ ନାରୀ ଶକ୍ତି ପୁରସ୍କାର-୨୦୧୮ରେ ସମ୍ମାନିତ କରିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମାଜରେ ସମୃଦ୍ଧି ତଥା ନାରୀ ସଶକ୍ତିକରଣ ନିମନ୍ତେ ମୋଟ ୪୪ଜଣଙ୍କୁ ମହାମହିମ ରାଷ୍ଟ୍ରପତି ଏପରି ପୁରସ୍କାର ପ୍ରଦାନ କରିଛନ୍ତି । ବ୍ୟକ୍ତିଗତଭାବେ ମହିଳା ତଥା ତଦ୍ ସମ୍ବନ୍ଧୀୟ ଅନୁଷ୍ଠାନଗୁଡ଼ିକୁ ଏପରି ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ଯୁବରାଣୀ ପ୍ରିୟମ୍ବଦା ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।

ସେ ନିଜର ୧୪୮ବର୍ଷ ପୁରୁଣା ପୈତୃକ ଦୁର୍ଗକୁ ପୁନଃବିକଶିତ କରି ‘ହୋମ ଷ୍ଟେ’ ରେ ପରିଣତ କରି ଗ୍ରାମବାସୀଙ୍କ ନିମନ୍ତେ ଅପାର ରୋଜଗାରର ଅବସର ସୃଷ୍ଟି କରିଛନ୍ତି । ଏହିପରି ମହିୟସୀ ମହିଳାମାନେ ନିଜ ନିଜ କ୍ଷେତ୍ରରେ ତଥା ରାଷ୍ଟ୍ର ନିର୍ମାଣରେ ଅସାଧାରଣ ଯୋଗଦାନ ଦେଇଛନ୍ତି । ସେହିପରି ଉନ୍ନତମାନର ସମାଜର ନିର୍ମାଣ ତଥା ମହିଳାମାନଙ୍କର ସାହସ ଏବଂ ସମର୍ପଣର ଏମାନେ ପ୍ରତୀକ ଅଟନ୍ତି । ଏଥିନିମନ୍ତେ ଯୁବରାଣୀ ପ୍ରିୟମ୍ବଦାଙ୍କୁ ନାରୀଶକ୍ତି ପୁରସ୍କାର-୨୦୧୮ ସ୍ୱରୂପ ୧ଲକ୍ଷ ଟଙ୍କାର ଅର୍ଥରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ପ୍ରକାଶଯୋଗ୍ୟ, ଆମ ଦେଶର ମହିଳାମାନଙ୍କ ନିମନ୍ତେ ‘ନାରୀଶକ୍ତି ପୁରସ୍କାର’ ହେଉଛି ସର୍ବୋଚ୍ଚ ନାଗରିକ ସମ୍ମାନ ।

error: Thank You Keep Visiting