ଦୋହରା ନୀତି ଅବଲମ୍ବନ କରୁଛନ୍ତି ମୁଖ୍ୟମନ୍ତ୍ରୀ : ସମ୍ବିତ ପାତ୍ର

Straight to the Point

ଭୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ମହିଳାଙ୍କୁ ସଂସଦକୁ ପଠାଇବା ଘୋଷଣା କରି ଦୋହରା ନୀତି ଅବଲମ୍ବନ କରୁଛନ୍ତି । ବିଧାନସଭାରେ ଏହି ବିଲ୍ ଆଣିଥିଲେ ବି ତାହା ପାରିତ ହୋଇପାରିଲା ନାହିଁ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମୁଖ୍ୟମନ୍ତ୍ରୀ କେବଳ ସଂସଦ ପାଇଁ ୩୩ ପ୍ରତିଶତ ସିଟ୍ ଆରକ୍ଷଣ ଦେଉଛନ୍ତି କିନ୍ତୁ ବିଧାନସଭାରେ ଏହି ନିୟମକୁ ଲାଗୁ କରୁନାହଁନ୍ତି କାହିଁକି ବୋଲି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି । ଶ୍ରୀ ପାତ୍ର କହିଛନ୍ତି ଯେ, ଶାସକ ବିଜେଡି ଦୀର୍ଘ ବର୍ଷ ଧରି ଶାସନ ପରେ ବି ନାରୀ ସମାଜ ଉପରେ ନିର୍ଯ୍ୟାତନା ଓ ଅତ୍ୟାଚାର ବୃଦ୍ଧି ପାଇଛି ।

ଏହାକୁ ଘୋଡାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ପୁଣିଥରେ ମହିଳା ସଂରକ୍ଷଣ ନାଁରେ ଭୂଆଁ ବୁଲାବାକୁ ଅପଚେଷ୍ଟା କରୁଛନ୍ତି । ଅନ୍ୟପଟେ ରାଜ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଜଣେ ପୁରୁଷ । ଏଥିରୁ ସ୍ପଷ୍ଟ ଜଣାପଡୁଛଝି କି , ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ କେତେ ପ୍ରାଧାନ୍ୟ ଦିଅନ୍ତି ।

ବିଧାନସଭାରେ ବହୁମତ ଥାଇ ମଧ୍ୟ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ବିଜେଡି ଲାଗୁ କରିପାରିଲା ନାହିଁ । ସେହିପରି ସଂସଦ ଭିତରେ ବିଜେଡିର ୨୦ ଜଣ ସାଂସଦ ଥାଇ ମଧ୍ୟ ଦିନଟିଏ ବି ଏହି ପ୍ରସଙ୍ଗକୁ ଉଠାଇ ନାହାଁନ୍ତି । ବିଜେପି ପୂର୍ବରୁ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ସ୍ୱାଗତ କରିଛି । ବିଜେପି ସବୁସମୟରେ ନାରୀଶକ୍ତି ସହ ରହିଛି । ନୂତନ ଭାରତ ଏବଂ ନୂତନ ଓଡିଶା ଗଠନ କାର୍ଯ୍ୟରେ ବିଜେପି କାମ କରୁଛି । ନବୀନ ବାବୁ ପଛରେ ଥିବାରୁ ଏପରି ଏକ ଘୋଷଣା କରି ଭେଳିକି ଚଲାଇଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି ।

error: Thank You Keep Visiting