ଦାମ : ନବୀନଙ୍କୁ ହଟାଇବା ମୋର ଏକମାତ୍ର ଲକ୍ଷ୍ୟ ; ଯିଏ ବିକାଶ ସହ ଦୁର୍ନୀତିକୁ ହଟାଇବ ମୁଁ ତାଙ୍କ ସାଙ୍ଗରେ ରହିବି

Straight to the Point

ଭୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ନବୀନଙ୍କୁ ହଟାଇବା ମୋର ଏକମାତ୍ର ଲକ୍ଷ୍ୟ । ଯିଏ ତାଙ୍କୁ ହଟାଇବ ମୁଁ ତାଙ୍କ ସାଙ୍ଗରେ ରହିବି । ଯଦି ବିଜେପି ବିକାଶ ସହ ଦୁର୍ନୀତିକୁ ହଟାଇବାକୁ ଆଗେଇ ଆଶିବ ତେବେ ମୁଁ ବିଜେପିକୁ ସମର୍ଥନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ଗଣମାଧ୍ୟମରେ କହିଛନ୍ତି ।

ସୂଚନାଯୋଗ୍ୟ, ଶନିବାର ଦାମ ରାଉତ ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ । ତେଣୁ ଦାମ ରାଉଦ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି । ଏହାକୁ ମଧ୍ୟ ଦାମ ରାଉତ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରି ନାହାନ୍ତି । କେଉଁ ଦଳରେ ମିଶିବେ ତାହା ଚୂଡାନ୍ତ ହୋଇନାହିଁ । ହେଲେ ୨ରୁ ୩ ଦିନ ମଧ୍ୟରେ ତାହା ସ୍ପଷ୍ଟ ହେବ ବୋଲି ଦାମ ରାଉତ କହିଛନ୍ତି ।

error: Thank You Keep Visiting