ମଲାଗୋରୁ ପକାଇବାକୁ ନେଇ ଉତ୍ତେଜନା

Straight to the Point

ଭଦ୍ରକ,(ଓଡ଼ିଶା ଜର୍ଣ୍ଣାଲ): ଭଦ୍ରକ ବ୍ଳକ୍ ଏରେଇଁ ପଞ୍ଚାୟତର କାଠୁଆସାହି ନିକଟସ୍ଥ ପଡ଼ିଆରେ ମଲାଗୋରୁ ଫିଙ୍ଗିବାକୁ କେନ୍ଦ୍ରକରି ଉତ୍ତେଜନା ଦେଖା ଦେଇଥିଲା । ଏକ ବେଆଇନ ଗୋରୁ ଟ୍ରକରେ ମଲାଗୋରୁଙ୍କୁ ଅଣାଯାଇ ଏହି ସ୍ଥାନରେ ଫିଙ୍ଗୁଥିବାର ଗ୍ରାମବାସୀମାନେ ଦେଖିଥିଲେ । ସେମାନେ ପରେ ଏକତ୍ରିତ ହୋଇ ଉକ୍ତ ଟ୍ରକକୁ ଅଟକାଇଥିଲେ । ପରେ କିଛି ଗୋରୁ ଦଲାଲ ପହଞ୍ଚି ଟ୍ରକକୁ ଛାଡ଼ିବାକୁ କହିଥିଲେ । କିନ୍ତୁ ପୁଲିସ ନଆସିବା ପର୍ଯ୍ୟନ୍ତ ଟ୍ରକକୁ ଛାଡ଼ିବାକୁ ମନା କରିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଖବର ପାଇ ଘଟଣାସ୍ଥଳରେ ଉଭୟ ଗ୍ରାମାଞ୍ଚଳ ଓ ପୁରୁଣାବଜାର ପୁଲିସ ପହଞ୍ଚି ସମସ୍ୟାର ସମାଧାନ କରିଥିଲେ । ପୌର କର୍ତ୍ତୃପକ୍ଷ ମଲାଗୋରୁଙ୍କୁ ଜେସିବିରେ ଗାତ ଖୋଲି ପୋଥିଥିବାବେଳେ, ପୁଲିସ ୧୨୦(ବି) ଦଫାରେ ଏକ ମାମଲା ରୁଜ୍ଜୁ କରି ଉକ୍ତ ଟ୍ରକକୁ ଅଟକ ରଖିଛି । ତେବେ ପୂର୍ବରୁ ଏହି ସ୍ଥାନରେ ବାରମ୍ବାର ମଲାଗୋରୁଙ୍କୁ ପକାଯାଉଥିବାରୁ ସଂପୃକ୍ତ ଅଞ୍ଚଳବାସୀ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ପ୍ରମୋଦ ନାୟକ, କନକଲତା ନାୟକଙ୍କ ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

error: Thank You Keep Visiting