ବିଜେପି ଆସିଲେ ଓଡିଆ ଭାଷାରେ ଶାସନ ହେବ :ବିଶ୍ୱଭୂଷଣ ହରିଚନ୍ଦନ

Straight to the Point

ଭୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ଆଜି ସଂକଳ୍ପ ସମିତିର ଅଧ୍ୟକ୍ଷ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଜେପି ସଂକଳ୍ପ ସମିତିର ପଂଚମ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ସାଢେ ୪ କୋଟି ଓଡିଆଙ୍କ ସ୍ୱପ୍ନ ଏବଂ ଆବଶ୍ୟକତା ଅନୁଯାୟୀ ବିଜେପି ୨୦୧୯ ସାଧାରଣ ନିର୍ବାଚନର ସଂକଳ୍ପ ପତ୍ର ତଥା ନିର୍ବାଚନ ଇସ୍ତାହାର ତିଆରି କରିବ । ବିଶେଷ କରି ରାଜ୍ୟର ବିକାଶକୁ ପ୍ରାଧାନ୍ୟ ଦିଆଯିବ । ସମାଜର ତୃଣମୂଳ ସ୍ତରରୁ ସାଧାରଣ ଲୋକଙ୍କ ଦାବି ଏବଂ ଆବଶ୍ୟକତାକୁ ନେଇ ଚଳିତ ବର୍ଷ ସଂକଳ୍ପ ପତ୍ର ବିଜେପି ପକ୍ଷରୁ ପ୍ରକାଶ କରାଯିବ ବୋଲି ସଂକଳ୍ପ ପତ୍ର ସମିତିର ଅଧ୍ୟକ୍ଷ ତଥା ବିଜେପିର ବରିଷ୍ଠ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ସୂଚନା ଦେଇଛନ୍ତି ।
ଖୁବଶୀଘ୍ର ବିଜେପି ସଂକଳ୍ପ ପତ୍ର ପ୍ରକାଶ କରିବ । ଓଡିଆ ଭାଷାରେ ଓଡିଶାରେ ଶାସନ ଚାଲିବ । ଓଡିଆ ଭାଷା ଓ ସଂସ୍କୃତି ସୁରକ୍ଷା ଦିଆଯିବ । ଚିଟ୍ଫଣ୍ଡରେ୨୨ଲକ୍ଷରୁ ଅଧିକ ଜମାକାରୀଙ୍କୁ ରାଜ୍ୟସରକାର ଭଣ୍ଡାଇ ଚାଲିଛନ୍ତି । ରାଜ୍ୟରେ ବିଜେପି ସରକାର ଆସିଲେ ୬ ମାସ ଭିତରେ ଏକ ଆଇନ କରି ଜମାକାରୀମାନଙ୍କୁ ଚିହ୍ନଟ କରି ସମସ୍ତ ପଇସା ଫେରସ୍ତ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
କୃଷି କ୍ଷେତ୍ରରେ ଜଳସେଚନକୁ ଅଗ୍ର୍ରାଧିକାର ଦିଆଯିବ । ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ । ଏଗ୍ରୋ ବେସ ଇଣ୍ଡଷ୍ଟ୍ରୀର ଆବଶ୍ୟକତା ରହିଛି । ଅଣୁ,କ୍ଷୁଦ୍ର ଓ ଲଘୁ ଉଦ୍ୟମକୁ ପ୍ରାଧାନ୍ୟ ଦିଆଯିବ । ଏହା ଦ୍ୱାରା ଯୁବପିଢୀ ସ୍ୱାବଲମ୍ବୀ ହୋଇପାରିବେ । ସେହିପରି ପ୍ରତି ଇଣ୍ଡଷ୍ଟ୍ରୀରେ ଓଡିଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

 ସାଢେ ୪ କୋଟି ଓଡିଆଙ୍କ ସ୍ୱପ୍ନକୁ ସାକାର କରିବ ବିଜେପି
 ଖୁବଶୀଘ୍ର ବିଜେପି ସଂକଳ୍ପ ପତ୍ର ପ୍ରକାଶ କରିବ
 ୬ ମାସ ଭିତରେ ଆଇନ ଆଣି ଚିଟଫଣ୍ଡ ଜମାକାରୀମାନଙ୍କୁ ଚିହ୍ନଟ କରି ସମସ୍ତ ପଇସା ଫେରସ୍ତ କରାଯିବ
 କୃଷି କ୍ଷେତ୍ରରେ ଜଳସେଚନକୁ ଅଗ୍ର୍ରାଧିକାର ଦିଆଯିବ
 ପ୍ରତି ଇଣ୍ଡଷ୍ଟ୍ରୀରେ ଓଡିଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ

ରାଜ୍ୟରେ ଭାଗ ଚାଷୀଙ୍କୁ ବିଜେଡି ସରକାର ପ୍ରତାରିତ କରି ଆସିଛି । ବିଜେପି ସରକାର ଆସିଲେ ଭାଗଚାଷୀ ଆଇନ ଆଣି ଭାଗଚାଷୀଙ୍କୁ ପ୍ରଥମେ ଚିହ୍ନଟ କରାଯିବ । ଧାନ ଉପରେ ଏମଏସପି ବୃଦ୍ଧି କରାହେବା ସହ ଆବଶ୍ୟକସ୍ଥଳେ ବୋନସ ଦିଆଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ସଂକଳ୍ପ ପତ୍ର ପାଇଁ ୱେବ ସାଇଟ, ଟୋଲ ଫ୍ରି ନମ୍ବର ଏବଂ ମତାମତ ବାକ୍ସ ମାଧ୍ୟମରେ ସାଧାରଣ ଜନତାଙ୍କ ମତାମତ ନିଆଯାଉଛି । ଏହି ସମିତିରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସୁରମା ପାଢୀ, ପ୍ରଦୀପ ନାୟକ, ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ଅବସର ପ୍ରାପ୍ତ ପ୍ରଶାସକ ଅଶୋକ ତ୍ରିପାଠୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା, ଟ୍ରାଇଫେଡ୍ (TRIFED)ର ପୂର୍ବତନ ଅଧ୍ୟକ୍ଷା ସୁକେଶୀ ଓରାମ, ପୂର୍ବର୍ତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ସ୍ତମ୍ଭକାର ଦିଲ୍ଲୀପ ରାଜ ବେହେରା, ଶିକ୍ଷାବିତ୍ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଚିକିତ୍ସିକା ଡାଃ. ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ସଦସ୍ୟ ଅଛନ୍ତି ।

error: Thank You Keep Visiting