ଦଶନ୍ଧି ଦଶନ୍ଧି ଧରି କେନ୍ଦ୍ରରେ ଶାସନାଧୀନ କଂଗ୍ରେସ ଓଡିଶାକୁ ଅବହେଳା କରିଥିଲା : ବିଜେପି

Straight to the Point

ଭୁୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ଓଡିଶାକୁ ବାରମ୍ବାର କଂଗ୍ରେସ ରାହୁଲ ଗାନ୍ଧୀ ଆସିକି ବିଭିନ୍ନ ସମୟରେ ଆତସବାଜି ପ୍ରଦର୍ଶନ କରୁଛନ୍ତି । କଂଗ୍ରେସ ହେଉଛି ସେହି ରାଜନୀତି ଦଳ ଏବଂ ରାହୁଲ ଗାନ୍ଧୀ ସେହି ପରିବାରରୁ ମଧ୍ୟ ଆସିଛନ୍ତି ଯେଉଁ ପରିବାର ଦେଶରେ ଭ୍ରଷ୍ଟାଚାରର ପ୍ରାରମ୍ଭ କରିଛି ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ହତ୍ୟା ଓ ଅସ୍ଥିରତା କରିଛି । ଦେଶରେ ବିଭିନ୍ନ ରାଷ୍ଟ୍ର ବିରୋଧୀ, ଜାମ୍ମୁକାଶ୍ମୀର ଆତଙ୍କବାଦୀ, ଖଲିଗସ୍ଥାନ ଆନ୍ଦୋଳନ ଏବଂ ଯାହା ସବୁ ରାଷ୍ଟ୍ର ବିରୋଧୀ କଥା ହୋଇଛି ସବୁର ସୂତପାତ୍ର କଂଗ୍ରେସ ଦଳ ସ୍ୱାର୍ଥ ନିଜ ପାଇଁ କରାଇଛି ସେହି ଦଳକୁ ରାହୁଲ ଗାନ୍ଧୀ ପ୍ରତିନିଧୀତ୍ୱ କରୁଛନ୍ତି । ଦଶନ୍ଧି ଦଶନ୍ଧି ଧରି କେନ୍ଦ୍ରରେ ଶାସନାଧୀନ ଥିବା କଂଗ୍ରେସଦଳ ଓଡିଶାକୁ ଅବହେଳା କରିଥିଲା । ୨୦୦୪ ରୁ ୨୦୧୪ ଦୀର୍ଘ ୧୦ ବର୍ଷ ହେବ ଶାସନ ଗାଦିରେ ରହିଥିବାବେଳେ ଓଡିଶା ପାଇଁ କଂଗ୍ରେସ ଦଳ କଣ କରିିଛି? ସାଧାରଣ ଗରିବ ଲୋକଙ୍କ ପାଇଁ ଇନ୍ଦିରା ଆବାସ ଯୋଜନାରେ କେତେ ଘର ଦେଇଛନ୍ତି ୧୦ ବର୍ଷର ଶାସନ କାଳରେ ତାଙ୍କ ଜନସଭାରେ ରାହୁଲ ଗାନ୍ଧୀ କୁହନ୍ତୁ ବୋଲି ବିଜେପି ଆହ୍ୱାନ କରୁଛି । ଓଡିଶାରେ ପ୍ରାକୃତିକ ବିପର୍ଯ୍ୟାୟ ସମୟରେ ଓଡିଶାର ଲୋକ ଯେଉଁଭଳି ଭାବେ ଦୁଃଖ କଷ୍ଟରେ କେନ୍ଦ୍ର ସରକାରଙ୍କୁ ଅର୍ଥ ମାଗୁଥିଲେ ସେହି ସମୟରେ ଋାହୁଲ ଗାନ୍ଧୀଙ୍କ ସରକାର ଟଙ୍କା ଗଛରେ ଫଳେନାହିଁ ବୋଲି କହୁଥିଲେ । ଏହା ହେଉଛି କଂଗ୍ରେସ ଦଳର ଓଡିଶା ପ୍ରତି ବୈମାତୃକ ମନୋଭାବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଓଡିଶାକୁ ରେଳବାଇ କ୍ଷେତ୍ରରେ କଂଗ୍ରେସ ୨୦୦୯-୧୪ ବର୍ଷ ମଧ୍ୟରେ ୫ ବର୍ଷରେ ଓଡିଶା ପାଇଁ ଯେତିକି ଅର୍ଥବରାଦ କରିଥିଲେ ମୋଦିଙ୍କ ନେତୃତ୍ୱରେ ଥିବା ବିଜେପି ସରକାର ତାହାଠାରୁ ଅଧିକ ଅର୍ଥ ମାତ୍ର ଗୋଟିଏ, ବର୍ଷରେ ଦେଇଛନ୍ତି । ଓଡିଶାର ବିକାଶରେ କଂଗ୍ରେସ ସରକାର କିଛି ବି ସହଭାଗିତା ନାହିଁ । କଂଗ୍ରେସ ୧୦ ବର୍ଷର ଶାସନ କାଳରେ ଓଡିଶାକୁ ପ୍ରଦେଶକୁ ଅବହେଲା ପାଇଁ ଓଡିଶାବାସୀ ସବୁଦିନ ପାଇଁ ପଛକୁ ଠେଲି ଦେଇଛନ୍ତି ଏବଂ ରାଜନିତିରୁ କଂଗ୍ରେସର ନାଁ ଲିଭେଇ ଦେଇଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

 ସାଧାରଣ ଗରିବ ଲୋକଙ୍କ ପାଇଁ ଇନ୍ଦିରା ଆବାସ ଯୋଜନାରେ ୧୦ ବର୍ଷର ଶାସନ କାଳରେ କେତେ ଘର ଦେଇଛନ୍ତି ରାହୁଲ ଗାନ୍ଧୀ କୁହନ୍ତୁ
 ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶାର ଲୋକ ଯେଉଁଭଳି ଭାବେ ଦୁଃଖ କଷ୍ଟରେ କେନ୍ଦ୍ର ସରକାରଙ୍କୁ ଅର୍ଥ ମାଗୁଥିଲେ ସେହି ସମୟରେ ରାହୁଲ ଗାନ୍ଧୀଙ୍କ ସରକାର ଟଙ୍କା ଗଛରେ ଫଳେନାହିଁ ବୋଲି କହୁଥିଲେ

ରାହୁଲ ଗାନ୍ଧୀ ବିଜେଡି ଦଳକୁ ଯେତେ ସମାଲୋଚନା କଲେ ନବୀନବାବୁ ଏହି ବାବଦରେ ଚୁପ୍ ରହୁଛନ୍ତି । ୨୦୦୯ ମସିହାରେ କଂଗ୍ରେସର ସାହାଯ୍ୟ ପାଇଁ ତାଙ୍କ ସରକାର ଗଠନ ହୋଇଥିଲା । ନବୀନବାବୁ ତାହାର ପ୍ରତିଦାନ ଦେଉଛନ୍ତି ଏବେ କଂଗ୍ରେସ ଦଳକୁ । କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଥିବା ମିଳିତ ଦୋସ୍ତି ଓଡିଶାବାସୀ ଜାଣିଛନ୍ତିି । ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ଓଡିଶାର ବିକାଶ କ୍ଷେତ୍ରରେ କିଛି ଅବଦାନ ନଥିବା କାରଣରୁ, ଓଡିଶାକୁ ଅଣଦେଖା କରିବାରୁ ଓଡିଶାର ଲୋକମାନେ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି ଓ ଆଗକୁ କରିବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଦେଶ ଏବେ ଏକ ହୋଇଛି ଆତଙ୍କବାଦୀ ବିରୋଧରେ । ଭାରତବର୍ଷର ନାଗରିକ ସ୍ୱଷ୍ଟ ଭାବରେ କହିପାରୁଛି ମୋ ଦେଶ ଏକ ସୁରକ୍ଷିତ ହାତରେ ଅଛି । ବିଭିନ୍ନ ଜନକଲ୍ୟାଣକାରି ଯୋଜନା ସଂପର୍କରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଗଣମାଧ୍ୟମର ମୁଖ୍ୟ ଓ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।

error: Thank You Keep Visiting