ବିଜେପିରେ ସାମିଲ ହେଲେ କଂଗ୍ରେସ ନେତା ଓ ସାଲେପୁର ବିଧାୟକ ପ୍ରକାଶ ବେହେରା

Straight to the Point

ନୂଆଦିଲ୍ଲୀ/ଭୁୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେପିରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ଓ ସାଲେପୁର ବିଧାୟକ ପ୍ରକାଶ ବେହେରା । ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି ସିଂହଦେଓ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅନୀଲ ବଲୁନୀ ଏବଂ ଗଣମାଧ୍ୟମ ବିଭାଗ ସହ-ସଂଯୋଜକ ସଂଜୟ ମୟୁକଙ୍କ ଉପସ୍ଥିତିରେ ଶ୍ରୀ ବେହେରା ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ପଣ୍ଡା, ରାଜ୍ୟ ସଭାପତି ଶ୍ରୀ ପଣ୍ଡା, ବିଧାୟକ ଦଳ ନେତା ଶ୍ରୀ ସିଂହଦେଓ, ପ୍ରବକ୍ତା ଡ.ପାତ୍ର ପ୍ରମୁଖ ଉତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ମାଝୀଙ୍କୁ ଦଳରେ ସ୍ୱାଗତ କରିଛନ୍ତି ।
ବିଜେପି ଓଡିଶାରେ ସୁଦୃଢ ହେଉଛି । କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବାରୁ ଶ୍ରୀ ବେହେରାଙ୍କୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ସ୍ୱାଗତ କରିଛନ୍ତି ।

ପ୍ରକାଶ ବେହେରାଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଗତ କରିଛନ୍ତି । ଏଥି ସହ ବିଜେପିରେ ପ୍ରକାଶ ବେହେରାଙ୍କ ଯୋଗଦାନ ଓଡିଶାର ରାଜନୀତିକୁ ପ୍ରଭାବିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅନେକ ଥର ଓଡିଶା ଗସ୍ତରେ ଆସିଛନ୍ତି । ଗତଥର ଓଡିଶା ଗସ୍ତର ଦିନକପରେ ଶ୍ରୀ ବେହେରା ବିଜେପିରେ ଯୋଗଦେଇଛନ୍ତି । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ମଧ୍ୟ ଭରସା ନଥିବା ଶ୍ରୀ ବେହେରାଙ୍କ ଯୋଗଦାନ ପ୍ରମାଣିତ କରୁଛି ।

କେନ୍ଦ୍ରାପଡା ଏବଂ କଟକ ଲୋକସଭା ନିର୍ବାଚନମଣ୍ଡଳୀର ପ୍ରଭାବଶାଳୀ ନେତା ଭାବେ ଶ୍ରୀ ବେହେରା ବେଶ୍ ଜଣାଶୁଣା । ତାଙ୍କର ବିଜେପିରେ ଯୋଗଦାନ ଉପକୂଳ ଓଡିଶାରେ ପ୍ରଭାବ ପକାଇବ ବୋଲି ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡା କହିଛନ୍ତି ।

ଗତ ୫ ବର୍ଷ ଭିତରେ ଦେଶରେ ଏବଂ କେନ୍ଦ୍ରସରକାରଙ୍କ ନେତୃତ୍ୱରେ ଅନେକ ପ୍ରଗତି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ୱକୁ ଭରସା କରି ମୁଁ ବିଜେପିରେ ଯୋଗ ଦେଇଛି । ଆଗାମୀ ଦିନରେ ବିଜେପି ପାଇଁ ମନପ୍ରାଣ ଦେଇ କାର୍ଯ୍ୟ କରିବି ବୋଲି ଏହି ଅବସରରେ ଶ୍ରୀ ବେହେରା କହିଛନ୍ତି ।
ମିଶ୍ରଣ ପର୍ବ ପରେ ଶ୍ରୀ ବେହେରା ସମସ୍ତ ନେତୃବୃନ୍ଦଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ।

error: Thank You Keep Visiting