ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ସ୍ଥାୟୀ ଜାମିନ

Straight to the Point

ଭୁବନେଶ୍ୱର: ସିସୋର ଚିଟ ଫଣ୍ଡ ମାମଲାରେ ସିିବିଆଇ ଦ୍ୱାରା ଗିରଫ ହୋଇ ପୂର୍ବରୁ ଅନ୍ତରୀଣ ଜାମିନରେ ଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମଙ୍ଗଳବାର ଦିନ ହାଇକୋର୍ଟ ସ୍ଥାୟୀ ଜାମିନ ମଂଜୁର କରିଛନ୍ତି ।
ପୂର୍ବରୁ ସେ ଏହି ମାମଲାରେ ଦୁଇ ମାସ ପାଇଁ ଅନ୍ତରୀଣ ଜାମିନରେ ଥିଲେ । ଗତ ୨୦୧୭ ସେପ୍ଟେମ୍ବର ୧୯ ତାରିଖରେ ସେ ଗିରଫ ହୋଇଥିଲେ । ଶାରୀରିକ ଅସୁସ୍ଥତା ପାଇଁ ସେ ଏସସିବି ମେଡିକାଲରେ ରହିଥିଲେ । ପାଂଚ ଲକ୍ଷ ଟଙ୍କା ଲେଖାଏ ଦୁଇ ଜାମିନଦାରଙ୍କ ସର୍ତରେ ସେ ଜାମିନ ପାଇଛନ୍ତି ।
ଜାମିନରେ ଆସିବା ପରେ ସେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ହାଇକୋର୍ଟରୁ ତାଙ୍କୁ ନ୍ୟାୟ ମିଳିଛି । ତେଣୁ ସେ ହାଇକୋର୍ଟକୁ କୃତଜ୍ଞତା ଜଣାଉଛନ୍ତି । ସାଧାରଣ ଲୋକଙ୍କ ସେବାକୁ ସେ ୮ ମାସ ଧରି ବଂଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମେତ ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।

error: Thank You Keep Visiting