୯ ଲୋକସଭା ଆସନରେ ୮ ନୂଆ ପାର୍ଥୀଙ୍କ ନାମ ଘୋଷଣା

Straight to the Point

ଭୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ପ୍ରଥମ ପାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ ପାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ତେବେ ବିଜେଡି ନୂଆ ରଣନୀତି ଆପଣେଇଥିବା ଦେଖିବାକୁ ମିଳିଛି। ୯ଟି ଲୋକସଭା ଆସନରୁ ବିଜେଡି ୮ଟି ନୂଆ ପାର୍ଥୀଙ୍କୁ ଛିଡା କରାଇଛି।

୨୦୧୪ 

କନ୍ଧମାଳ –ହେମେନ୍ଦ୍ର ଚନ୍ଦ୍ର ସିଂହ , ବରଗଡ- ପ୍ରଭାସ କୁମାର ସିଂହ, କୋରାପୁଟ – ଝିନ୍ନ ହିକ୍‍କା , ନବରଙ୍ଗପୁର – ବଳଭଦ୍ର ମାଝି , କଳାହାଣ୍ଡି –ଅର୍କ କେଶରୀ ଦେଓ, 

ସୁନ୍ଦରଗଡ – ଦୀଲ୍ଲିପ କୁମାର ତିର୍କୀ, ବ୍ରହ୍ମପୁର – ସିଦ୍ଧାନ୍ତ ମହାପାତ୍ର, ଆସିକା – ଲଡୁ କିଶୋର ସ୍ୱାଇଁ

କେବଳ ବଲାଙ୍ଗୀର ଲୋକସଭା ଆସନ ପାଇଁ କଳିକେଶ ନାରାୟଣ ସିଂହଦେଓଙ୍କୁ ପୁନଃର୍ବାର ପାର୍ଥୀ କରିଛି। ଏହି ୯ ଲୋକସଭା ନିର୍ବାଚନ ପାର୍ଥୀ ମଧ୍ୟରେ ଦୁଇ ରାଜ୍ୟସଭା ସାସଂଦ ରହିଛନ୍ତି। ଉଭୟ ଅଚ୍ୟୁତ ସାମନ୍ତ ଓ ପ୍ରସନ୍ନ ଆଚାର୍ଯ୍ୟ ବର୍ତ୍ତମାନ ରାଜ୍ୟସଭା ସାସଂଦ ଅଛନ୍ତି। ତେବେ ଆସନ୍ତୁ ଜାଣିବା ପୂର୍ବ ଲୋକସଭା(୨୦୧୪) ନିର୍ବାଚନରେ କାହାକୁ ପାର୍ଥୀ କରାଯାଇଥିଲା ଏବଂ ବର୍ତ୍ତମାନ କାହାକୁ କରାଯାଇଛି।

୨୦୧୯

କନ୍ଧମାଳ – ଅଚ୍ୟୁତ ସାମନ୍ତ ,ବରଗଡ- ପ୍ରସନ୍ନ ଆଚାର୍ଯ୍ୟ , କୋରାପୁଟ – କୌଶଲ୍ୟା ହିକ୍‍କା , ନବରଙ୍ଗପୁର – ରମେଶ ଚନ୍ଦ୍ର ମାଝି , କଳାହାଣ୍ଡି – ପୁଷ୍ପେନ୍ଦ୍ର ସିଂହଦେଓ ,

ସୁନ୍ଦରଗଡ – ସୁନୀତା ବିଶ୍ୱାଳ, ବ୍ରହ୍ମପୁର – ଚନ୍ଦ୍ରଶେଖର ସାହୁ , ଆସିକା – ପ୍ରମିଳା ବିଶୋୟୀ 

 

error: Thank You Keep Visiting