ନୂଆ ବିଜେପି ନେତାଙ୍କୁ ଗ୍ରହଣ କରୁନାହାନ୍ତି ପୁରୁଣା ନେତା : ଅନୁଗୋଳ

Straight to the Point

ଅନୁଗୋଳ,(ଓଡ଼ିଶା ଜର୍ଣ୍ଣାଲ): ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବେ ପଦ୍ମ ପାଇଁ କଣ୍ଟା ସାଜିବ ପଦ୍ମ ବୋଲି ଆଲୋଚନା ହେଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୪ ନିର୍ବାଚନରେ କଂଗ୍ରେସ ଟିକଟରେ ଲଢିଥିବା ପ୍ରତାପ ପ୍ରଧାନଙ୍କୁ ସମର୍ଥନ କରୁଛନ୍ତି । ଏପରିକି ତାଙ୍କୁ ଟିକଟ ଦେବେ ବୋଲି ଚର୍ଚ୍ଚା ହେଉଛି । ଖାଲି ୋସତିକି ନୁହେଁ ଖୋଲାଖୋଲି ଧର୍ମେନ୍ଦ୍ର ବିଜେପି କର୍ମୀଙ୍କୁ ପ୍ରତାପଙ୍କ ସମର୍ଥନ କରିବା ପାଇଁ କହୁଥିବା ଜଣାଯାଇଛି ।

ଧର୍ମେନ୍ଦ୍ରଙ୍କ ମୁହଁରୁ ବିଭିନ୍ନ ସଭା ସମିତିରେ ପ୍ରତାପଙ୍କୁ ନେଇ ପ୍ରଶଂସା ଅନ୍ୟ ଛାମୁଆଁ ନେତାଙ୍କ ଦେହରେ ଯାଉଛି । କାରଣ ସେମାନେ ପୂର୍ବରୁ ଦଳ ସହିତ ଥିଲେ । ଦଳର ଭଲ ମନ୍ଦରେ ସେମାନେ ଛିଡା ହୋଇଥିଲେ । ଦଶନ୍ଧି ଧରି ସେମାନେ ପଦ୍ମଫୁଲ ଧରିଛନ୍ତି । ଅର୍ଥାତ୍ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହା ସହ ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ କରିଛନ୍ତି ।
ହେଲେ ଏବେ ଜଣେ ଭଡା କାର ଭଳି ଆସି ଘରର ଗେହ୍ଲା ପୁଅ ସାଜିବା ବିଜେପିର ଛାମୁଆ ନେତାମାନେ ସହଜରେ ହଜମ କରି ପାରୁ ନାହାଁନ୍ତି । ତେଣୁ ସେମାନେ ପ୍ରତାପଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି । ଏହା ସହ ନିଜେ ପ୍ରାର୍ଥୀ ହେବା ପାଇଁ ଉତ୍ସୁକତା ଦେଖାଉଛନ୍ତି । ତେଣୁ ଏବେ ବିଜେପିର କଣ୍ଟା ସାଜିଛନ୍ତି ବିଜେପି ନେତା ଓ ସେମାନଙ୍କର ସମଥକ ।

୨୦୧୪ ରେ ବିଜେପି ଟିକ୍ଟ୍ରେ ଲଢି ପାଖାପାଖି ୨୦ ହଜାର ଭୋଟ ହାତେଇଥିବା ମୀନକେତନ ଅମାନ୍ତ ଟିକେଟ୍ ଦୌଡରେ ଅଛନ୍ତି । ତାଙ୍କ ସମର୍ଥକ ମାନେ କହୁଛନ୍ତି, ମୀନକେତନ ଦୀର୍ଘଦିନ ଧରି ଦଳରେ ଅଛନ୍ତି । ଦଳର ତୃଣମୂଳସ୍ତରରେ ସେ ସଂଗଠନ କରିଛନ୍ତି । ତେଣୁ ତାଙ୍କୁ ଟିକେଟ୍ ମିଳି । ପ୍ରତାପ ପ୍ରଧାନଙ୍କୁ ଟିକେଟ୍ ମିଳିଲେ ମୀନକେତନଙ୍କ ଗୋଷ୍ଠୀ ଏହାକୁ ବିରୋଧ କରିବ ।
ଏପରିକି ପ୍ରତାପ କିପରି ହାରିବେ ସେ ନେଇ ସେମାନେ ଉଦ୍ୟମ କରିବେ । ଯାହା ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହେବ । କାରଣ ୨୦୧୪ ନିର୍ବାଚନରେ ୨୦ ହଜାର ଭୋଟ ହାତେଇ ମୀନକେତନ ତାଙ୍କ ପରାକ୍ରମ ଦେଖାଇ ସାରିଛନ୍ତି । ତାଙ୍କ ସମର୍ଥକମାନେ କହୁଛନ୍ତି, ମୀନକେତନଙ୍କ ହାତରେ ୨୦ ହଜାର ଭୋଟ ରହିଛି । ଏହି ଭୋଟ ଆମେ ଫେଡିଦେଲେ ବିଜେପି ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟ ହେବ । ତେଣୁ ଦଳ ହାଇକମାଣ୍ଡ ଚିନ୍ତା କରନ୍ତୁ, ଭଡା କାରକୁ ଘରର ଗେହ୍ଲା ପୁଅ କରିବେ ନା ଘର ପୁଅକୁ କୋଳାଇବେ ।

ଅପରପକ୍ଷରେ ପ୍ରତାପଙ୍କ ଗୋଷ୍ଠୀ କହୁଛନ୍ତି, ପ୍ରତାପ କଂଗ୍ରେସ ଟିକେଟ୍ରେ ଲଢି ୫୨ ହଜାରରୁ ଅଧିକ ଭୋଟ ପାଇଥିଲେ । ତେଣୁ ପ୍ରତାପଙ୍କ ହାତରେ ଥିବା ଭୋଟ ବ୍ୟାଙ୍କ କୁଆଡେ ଯିବ ନାହିଁ । ଏହା ସାଙ୍ଗକୁ ଯୋଡି ହୋଇଯିବ ମୋଦି ମ୍ୟାଜିକ । ଫଳରେ ପ୍ରତାପ ଜିତିବା କଷ୍ଟକର ହେବ ନାହିଁ । ସେହିପରି ଗତ ପଞ୍ଚାୟତ ନିର୍ବାଚନରେ ଯେପରି ମୋଦି ମେଜିକ୍ କାମ ଦେଲା ଆସନ୍ତା ସାଧାରଣ ନିର୍ବାଚନରେ ମଧ୍ୟ ଅନୁଗୋଳରେ ମୋଦି ମ୍ୟାଜକି କାମ ଦେବ ଓ ଅନ୍ୟ ଦଳ ସହ ବିଜେପି ଟକ୍କର ଦେବ ।

ଅପରପକ୍ଷରେ ରାଜନୈତିକ ପଣ୍ଡିତମାନେ ମତ ଦେଉଛନ୍ତି, ଦଳ ପାଇଁ ସବୁଠାରୁ ବଡ ପ୍ରଶ୍ନ ହେଉଛି ପ୍ରାର୍ଥୀ ମନୋନୟନ । ଦଳ କିଭଳି ପ୍ରାର୍ଥୀ ମନୋନୟନ କରିବ ତାହା ଉପରେ ନିର୍ଭର କରିବ ବିଜୟ ଓ ପରାଜୟ ।

error: Thank You Keep Visiting