ବିଜେପିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ଶ୍ରୀ କେ. ନାରାୟଣ ରାଓ

Straight to the Point

ଭୁୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ବିଜେଡି ଛାଡି ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହେଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ଶ୍ରୀ କେ.ନାରାୟଣ ରାଓ । ଶ୍ରୀ ରାଓ ଆଜି ନିଜର ଶତାଧିକ ସମର୍ଥକଙ୍କ ଗ୍ରହଣରେ ରାଜ୍ୟ କାର୍ଯ୍ୟାଳୟକୁ ଆସି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।
ଶ୍ରୀ ରାଓଙ୍କ ସମେତ କାଶୀନଗର ବ୍ଲକ ଚେୟାରମେନ ଚୈା.ସିମାଦ୍ରି, ଗୋସାଣୀ ବ୍ଲକ ଚେୟାରମେନ ଚୈା.ତାରକେଶ୍ୱର, ପାରଳାଖେମୁଣ୍ଡି ଯୁବ ବିଜେଡି ସଭାପତି ପି.କ୍ରିଷ୍ନା, ପାରଳାଖେମୁଣ୍ଡିର ପୂର୍ବତନ ଚେୟାରମେନ ନୃସିଂହ ଚରଣ ପଟ୍ଟନାୟକ, ଗୁମା ବ୍ଲକ ପୂର୍ବତନ ଚେୟାରମେନ ମାରିୟମ ରାଇତୋ, ପାରଳାଖେମୁଣ୍ଡି ନଗର ବିଜେଡି ସଭାପତି ଜମିଦାର ପଟ୍ଟନାୟକ, କାଶିପୁର ବ୍ଲକ ପୂର୍ବତନ ଚେୟାରମେନ ଚନ୍ଦ୍ରୋ ସାହୁକାର, ଜିଲ୍ଲା ପରିଷଦ ସଦସ୍ୟ ଜି.ଶ୍ରୀଧର, ବିଜୁ ଛାତ୍ର ଜନତା ଦଳ ସଭାପତି କାହ୍ନୁଚରଣ ଭୁୟାଁ, ଗୁମା ବ୍ଲକ ବିଜେଡି ସଭାପତି ମାମା ସବର, ଗଜପତି ଜିଲ୍ଲା ଯୁବ ବିଜେଡି ସାଧାରଣ ସଂପାଦକ ଉତମ କୁମାର ପାଣି, ପୂର୍ବତନ ସରପଂଚ କେ.ଭେନୁଗୋପାଲ ରାଓ, ସରପଂଚ ପି.ସନ୍ମୁଖ ରାଓ, ପି.ବାବୁରାଓ, ସମିତି ସଭ୍ୟ ୱାଇ. ଲକ୍ଷ୍ମଣ ଆରାୟଣ, ବିଜେଡି ନେତା ଚେଲି ସୋମରେଶ୍ୱର ରାଓ, ଗୋର୍ଲି ଧରମା ରାଓ, ଏନ. ଜଗତ ଜିବନ ରାଓ, ଏସ.କିରନ କୁମାର, ବି.ଲକ୍ଷ୍ମଣ ରାଓ, ସନ୍ଦିପ ବକ୍ସି, ମିନକେତନ ବରାଳ, ରବି ନାରାୟଣ ପଣ୍ଡା, ଏସ,ଚକ୍ରବର୍ତୀ, ବି.ଲକ୍ଷ୍ମିନାରାୟଣ, ଡି.ରାଜେଶ କୁମାର, ଡି.ଶ୍ରୀନୁ, ଭି.ନରସିହ୍ମା ମୂର୍ତି, ଏସ.ଲକ୍ଷ୍ମୀପ୍ରସାଦ, ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
କଂଗ୍ରେସ ଗଡ ଭାବେ ପରିଚିତ ଗଜପତି ଜିଲ୍ଲାରେ ବିଜେଡିର ସଂଗଠନ ପାଇଁ ଦୀର୍ଘ ୨୦ରୁ ଉର୍ଦ୍ଧ ଧରି ଯେଉଁ କାର୍ଯ୍ୟ କରିଥିଲୁ, ଆଜି କିଛି ବ୍ୟକ୍ତି ବିଶେଷଙ୍କ ପାଇଁ ମୋତେ ଅଗ୍ରାହ୍ୟ କରିଦେଲେ । ଦଳରେ ଆଉ ଗଣତନ୍ତ୍ର ବୋଲି କିଛି ନାହିଁ । ଚାଟୁକାର, ତୋଷାମଦି ଏବଂ କିଛି ସ୍ୱାର୍ଥପର ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ବିଜେଡିରେ ରହି କାର୍ଯ୍ୟ କରିବା ଅସମ୍ଭବ । ଅନ୍ୟ ପଟେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଓ ନେତୃତ୍ୱରେ ଅକ୍ରୃଷ୍ଟ ହୋଇ ନିଜ ଅଂଚଳ ତଥା ରାଜ୍ୟ ପାଇଁ କାର୍ଯ୍ୟ କରିବାକୁ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଛି ବୋଲି ଏହି ମିଶ୍ରଣ ଅବସରରେ ଶ୍ରୀ ରାଓ କହିଛନ୍ତି । ଆଗାମୀ ଦିନରେ ଏକାଠି ହୋଇ ବିଜେପିକୁ ଶାସନରେ ଆଣିବା ସହ ବିଜେଡିକୁ ଶାସନ କ୍ଷମତାରୁ ଅପସାରଣ କରିବାକୁ ସଂକଳ୍ପ ନେଇଛି ବୋଲି ଶୀ ରାଓ କହିଛନ୍ତି ।
ସେହିପରି ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର ଯୁବନେତା ଶ୍ରୀ ଅଶ୍ୱିନୀ କୁମାର ସାହୁ ଆଜି ଅନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ବିଜେଡିର ତୃଣମୁଳ ସ୍ତରରେ ସଂଗଠନ ସୁଦୃଢ କରିଥିବା ଶ୍ରୀ ସାହୁ ଜଣେ ସୁସଂଗଠକ । ତାଙ୍କର ଯୋଗଦାନ ଭାରତୀୟ ଜନତା ପାର୍ଟୀର ସଂଗଠନକୁ ଦିଗପହଣ୍ଡି ଅଂଚଳରେ ଆହୁରି ସୁଦୃଢ କରିବ ।
ଏହି ଅବସରରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ, ଗଜପତି ଜିଲ୍ଲା ସଭାପତି ଜି.ଭେଙ୍କଟରାବଣ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting