ବିଜେପିରେ ମିଶିଲେ ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ଓ ଟାଣୁଆ ନେତା ଶ୍ରୀ ଗିରିଧର ପତି

Straight to the Point

ଭୁୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): କଂଗ୍ରେସ ଦଳର ଅଗଣତାନ୍ତ୍ରୀକ କାର୍ଯ୍ୟକଳାପରେ କ୍ଷୁବ୍ଧ ହେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ଓ ଟାଣୁଆ କଂଗ୍ରେସ ନେତା ଶ୍ରୀ ଗିରିଧର ତ୍ରିପାଠୀ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଶ୍ରୀ ପତିଙ୍କୁ ଟୋପି ଏବଂ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ । ଶ୍ରୀ ପତିଙ୍କ ଯୋଗଦାନ କାରଣରୁ ଜିଲ୍ଲାରେ ବିଜେପିର ସାଂଗଠନିକ କ୍ଷମତା ଆହୁରି ବୃଦ୍ଧି ପାଇଛି ।
ଶ୍ରୀ ପତି ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ଅଂଚଳରୁ ୨ ଥର ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ପତି ପୂର୍ବରୁ କଂଗ୍ରେସ ଦଳ ତରଫରୁ ଲୋଇସିଙ୍ଗା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ । ଲୋୟର ସୁକତେଲ ଜଳପ୍ରକଳ୍ପ ବିସ୍ଥାପିତଙ୍କ ଥଇତାନ ପାଇଁ କଂଗ୍ରେସ ଦଳର ଆନ୍ତରିକତା ଅଭାବ, ବିରୋଧୀ ଦଳ ନେତା ତଥା ଜିଲ୍ଲାର ପ୍ରଭାବଶାଳୀ ନେତା ଶ୍ରୀ ନରସିଂହ ମିଶ୍ରୀଙ୍କ ଅଂଚଳବାସୀଙ୍କୁ ପ୍ରବଂଚନା ଆଦି କାରଣରୁ ସେ କଂଗ୍ରେସ ଦଳରେ ରହିବାକୁ ଚାହିଁଲେ ନାହିଁ । ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହାଙ୍କ ନୀତିରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା ଶ୍ରୀ ପତି କହିଛନ୍ତି । ରାଜ୍ୟରେ ବିଜେପି ଶାସନ କ୍ଷମତାକୁ ଆସିଲେ ତାଙ୍କ ନିଜ ଅଂଚଳ ସମେତ ସମଗ୍ର ରାଜ୍ୟର ବିକାଶ ସଠିକ ଭାବେ ହୋଇପାରିବ ବୋଲି ଶ୍ରୀ ପତି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ଅବସରରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting