ଜଗତସିଂହପୁର ଲୋକସଭା ଆସନ ପାଇଁ ବିଜେଡିରେ ଏକାଧିକ ପ୍ରାର୍ଥୀ,କଂଗ୍ରେସ ଓ ବିଜେପିରେ ପ୍ରାର୍ଥୀର ଅଭାବ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ଗତ ୧୯୭୭ ମସିହାରେ ଷଷ୍ଠ ଲୋକସଭା ନିର୍ବାଚନ ସମୟରେ ଓଡିଶାରେ ୨୧ତମ ଲୋକସଭା ମଣ୍ଡଳୀ ଭାବେ ଜଗତସିଂହପୁର ଲୋକସଭା ମଣ୍ଡଳୀ ଗଠନ କରାଯାଇଥିଲା । ୧୯୭୭ରେ ଜଗତସିଂହପୁର ଲୋକସଭା ଆସନର ପ୍ରଥମ ସାଂସଦ ବିଏଲଡି ନେତା ପ୍ରଦ୍ୟୁମ୍ନ ବଳ ବିଜୟୀ ହୋଇଥିଲେ । ଏପର୍ଯ୍ୟନ୍ତ ଜଗତସିଂହପୁର ଲୋକସଭା ଆସନ ପାଇଁ ହୋଇଥିବା ୧୧ଟି ନିର୍ବାଚନ ମଧ୍ୟରୁ ୧୯୭୭ ପ୍ରଥମ ନିର୍ବାଚନର ଫଳାଫଳ ବିଏଲଡି ସପକ୍ଷରେ ପାଇଥିବା ସମୟରେ ୧୯୮୦ ଓ ୧୯୮୪ ଦୁଇଟି ଲୋକସଭା ନିର୍ବାଚନର ଫଳାଫଳ କଂଗ୍ରେସ ନେତା ଲକ୍ଷ୍ମଣ ମଲ୍ଲିକଙ୍କ ସପକ୍ଷରେ ଯାଇଥିଲା । ୧୯୮୯ ଓ ୧୯୯୧ ଲୋକସଭା ନିର୍ବାଚନ ଫଳାଫଳ ସିପିଆଇ ନେତା ଲୋକନାଥ ଚୌଧୁରୀଙ୍କ ସପକ୍ଷରେ ଯାଇଥିଲା । ୧୯୯୬ ଓ ୧୯୯୮ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରଞ୍ଜିବ ବିଶ୍ୱାଳ ବିଜୟୀ ହୋଇଥିଲେ । ୧୯୯୯ ଲୋକସଭା ନିର୍ବାଚନରେ ବିଜେଡି ନେତା ତ୍ରିଲୋଚନ କାନୁନଗୋ,୨୦୦୪ ଲୋକସଭା ନିର୍ବାଚନରେ ବିଜେଡିର ବ୍ରହ୍ମାନନ୍ଦ ପଣ୍ଡା ବିଜୟୀ ହୋଇଥିଲେ । ମାତ୍ର ୨୦୦୯ରେ ଆସନ ସଂରକ୍ଷଣ ଓ ସୀମା ପୁର୍ନଗଠନ ଯୋଗୁ ଏହି ଲୋକସଭା ଆସନଟି ସଂରକ୍ଷୀତ ଆସନରେ ପରିଣତ ହୋଇଥିଲା ଏବଂ କମ୍ୟୁନିଷ୍ଟ ଓ ବିଜେଡି ମେଣ୍ଟର ପ୍ରାର୍ôଥ ବିଭୂପ୍ରସାଦ ତରାଇ ବିଜୟୀ ହୋଇଥିଲେ । ଗତ ୨୦୦୪ ଲୋକସଭା ନିର୍ବାଚନରେ ବିଜେଡି ପ୍ରାର୍ôଥ ଡଃ କୂଳମଣୀ ସାମଲ ବିଜୟୀ ହୋଇଥିଲେ ।
ଓଂପ୍ରତି ୧୭ତମ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମ୍ମ ପ୍ରମୁଖ ରାଜନୈତିକ ଦଳ ଗୁଡିକ ବିଧାନସଭା ପ୍ରାର୍ôଥ ଚୟନ ପାଇଁ ଅଧିକ ଗୁରୁତ୍ୱ ଦେଉଥିବା ସମୟରେ ଲୋକସଭା ଆସନ ପ୍ରତି ଗୁରୁତ୍ୱ ଦେଉନଥିବା ଦେଖାଯାଇଛି । ଗତ ୨୦୧୪ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଜେଡି ନେତା ୨୦୧୯ରେ ଟିକେଟ ପାଇବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ସର୍ବୋପରି ବିଜେଡି ସୁପ୍ରୀମୋ ୩୩ ଶତାଂଶ ଲୋକସଭା ଆସନରେ ମହିଳା ପ୍ରାର୍ôଥ ଉପସ୍ଥାପନ କରିବା ବିଷୟ ଘୋଷଣା କରିଛନ୍ତି ଓ ଜଗତସିଂହପୁର ଲୋକସଭା ଆସନଟି ସଂରକ୍ଷୀତ ମହିଳା ଆସନ ହେଉଥିବାରୁ ମହିଳା ସାଂସଦ ପ୍ରାର୍ôଥ ବିଜେଡି ଉପସ୍ଥାପନ କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।
ବିଜେଡି ସୁପ୍ରୀମୋ ଜଗତସିଂହପୁର ଆସନରେ ସଂରକ୍ଷୀତ ମହିଳା କାର୍ଡ ପ୍ରସଙ୍ଗ ଉଠାଇଥିଲେ ମଧ୍ୟ କିଏ ପ୍ରାର୍ôଥ ହେବ ତାହା ସ୍ଥିର ହୋଇପାରୁନାହିଁ । ଏଭଳି ସ୍ଥିତିରେ ବିଜେଡିର ତିର୍ତ୍ତୋଲ ବିଧାୟୀକା ଡଃ ରାଜଶ୍ରୀ ମଲ୍ଲିକ ସାଂସଦ ପ୍ରାର୍ôଥ ହେବା ବିଷୟ ଚର୍ଚ୍ଚା ହେଉଥିବା ସମୟରେ ଜିଲ୍ଲା ବିଜେଡି ସଭାପତିଙ୍କ ଭଉଣୀ ତଥା ପୂର୍ବତନ ପୌରଅ୍ମକ୍ଷା ମିନତୀ ଦାସ ମ୍ମ ଚର୍ଚ୍ଚାରେ ଅଛନ୍ତି । ଏହି ପୁରୁଣା ନେତ୍ରୀଙ୍କ ବାଦ୍ ଦେଲେ ଏରସମା ଅଞ୍ଚଳର ଜଣେ ସ ୁସାହିତ୍ୟିକା,ସମାଜସେବୀ ତଥା ଦଳିତ ମହିଳା ସଂଘର କର୍ମକର୍ତ୍ତା ଜଗତସିଂହପୁର ସାଂସଦୀୟ କ୍ଷେତ୍ରରେ ଥିବା ୭ଟି ଯାକ ବିଧାନସଭା କ୍ଷେତ୍ରରେ ସାଂଗଠନିକ କାର୍ଯ୍ୟ ଆଗେଇ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି ସସ୍ମୀତା ଦାସ । ଅନ୍ୟ ନାରୀ ନେତ୍ରୀ ମାନଙ୍କ ଠାରୁ ଅଧିକ ଚର୍ଚ୍ଚାରେ ଥିବା ସସ୍ମୀତା ଅଧିକ ଲୋକପ୍ରୀୟ ହୋଇପାରିଛନ୍ତି । ମାତ୍ର ଜଗତସିଂହପୁର ସାଂସଦୀୟ କ୍ଷେତ୍ରରୁ କିଏ ବିଜେଡି ଟିକେଟ ପାଇବ ସେ ପ୍ରସଙ୍ଗରେ ନେତା ବା ଜନସାଧାରଣ ଅଧିକ ଗୁରୁତ୍ୱ ଦେଉନଥିବା ଦେଖାଯାଇଛି । ବିଜେଡିକୁ ବାଦ୍ ଦେଲେ କଂଗ୍ରେସ ସଂଗଠନ ପକ୍ଷରୁ ଜଗତସିଂହପୁର ସାଂସଦୀୟ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଉନାହିଁ । ଗତ ୨୦୦୯ରେ ଏହି ଆସନରୁ ସିପିଆଇ ଓ ବିଜେଡି ମେଣ୍ଟରୁ ସୁଯୋଗ ନେଇ ଜିତିଥିବା ସିପିଆଇ ପ୍ରାର୍ଥରô୍ ବିଭୂପ୍ରସାଦ ତରାଇ ୨୦୧୪ରେ ଦଳ ତ୍ୟାଗ କରି କଂଗ୍ରେସ ଯୋଗଦେଇ ସାଂସଦ ପ୍ରାର୍ôଥ ହୋଇଥିଲେ । ମାତ୍ର ୨୦୧୪ରେ ବିଭୂପ୍ରସାଦ ପରାଜିତ ହେବାପରେ ଆଉ ଲୋକସଭା ନିର୍ବାଚନ ଲଢିବା ପାଇଁ ଆଗ୍ରହୀ ନଥିବା ସମୟରେ କଂଗ୍ରେସ ପକ୍ଷରୁ ପ୍ରଶାନ୍ତ ମଲ୍ଲିକଙ୍କୁ ପ୍ରାର୍ôଥ କରାଯିବା ପ୍ରସଙ୍ଗ ଚର୍ଚ୍ଚାକୁ ଆସିଥିଲା । ମାତ୍ର ବିଜେଡି ମହିଳା କାର୍ଡ ଖେଳିବା ପ୍ରସଙ୍ଗକୁ ବି·ରକୁ ନେଇ କଂଗ୍ରେସ ସଂଗଠନ ପକ୍ଷରୁ ପୂର୍ବତନ ସାଂସଦ ଲକ୍ଷ୍ମଣ ମଲ୍ଲିକଙ୍କ ଝିଅ ପ୍ରତିମା ମଲ୍ଲିକକୁ ସାଂସଦ ପ୍ରାର୍ôଥ କରିବା ପ୍ରସଙ୍ଗ ଆଲୋଚନାକୁ ଆସିଛି ।
ଅପରପକ୍ଷରେ ଜଗତସିଂହପୁର ଲୋକସଭା ଆସନ ଗଠନ ଠାରୁ ଏପର୍ଯ୍ୟନ୍ତ ସବୁଠୁ ପଛରେ ଥିବା ବିଜେଡି ସଂଗଠନ ମ୍ମ ଜଗତସିଂହପୁର ଲୋକସଭା ଆସନ ଉପରେ ଗୁରୁତ୍ୱ ଦେଉନଥିବା ଦେଖାଯାଇଛି । ବିଜେପି ପକ୍ଷରୁ ୨୦୦୯ ଓ ୨୦୧୪ରେ ଲଗାତାର ଦୁଇଥର ପ୍ରାର୍ôଥ ହୋଇ ପରାଜିତ ହୋଇଥିବା ବାଇଧର ମଲ୍ଲିକ ୨୦୧୯ରେ ପ୍ରାର୍ôଥ ହେବା ବିଷୟ ଆଲୋଚନାକୁ ଆସିଥିଲା । ମାତ୍ର ବିଜେଡିର ମହିଳା କାର୍ଡ ପ୍ରସଙ୍ଗ ଚର୍ଚ୍ଚାକୁ ଆସିବା ପରେ ବିଜେପି ପକ୍ଷରୁ ଜଣେ ସଂରକ୍ଷୀତ ମହିଳା ସାଂସଦ ପ୍ରାର୍ôଥ ଖୋଜା ·ଲିଥିବା ବିଷୟ ଆଲୋଚନାକୁ ଆସିଛି । ମାତ୍ର ବିଜେଡି,ବିଜେପି ଓ କଂଗ୍ରେସ ସଂଗଠନ ପକ୍ଷରୁ ଲୋକସଭା ଆସନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉ ନଥିବା ଜନସାଧାରଣରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

error: Thank You Keep Visiting