ଏହି ନିର୍ବାଚନୀ ମାହୋଲରେ ନେତା ଓ କର୍ମୀଙ୍କ ନିଦ ହଜାଇଛି ପାରାଦ୍ୱୀପ ବିଜେଡି ସଂଗଠନ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ଗତ ୧୯୯୯ଠାରୁ ୨୦୧୪ ପର୍ଯ୍ୟନ୍ତ ସଂଗଠିତ ୪ଟି ସାଧାରଣ ନିର୍ବାଚନରେ ନବୀନଙ୍କ ଚାଲ ସବୁ ସମମୟରେ ସଫଳ ହୋଇ ଆସିଛି । ଏପରିକି ନବୀନଙ୍କ ନିଷ୍ପତ୍ତି ବିରୋଧରେ ମୁଣ୍ଡ ଉଠାଇଲେ ସାହସ କୌଣସି ନେତା କରିନାହାନ୍ତି । ଏଭଳି ସ୍ଥିତିରେ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେଡି ସୁପ୍ରୀମୋ ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲାର ୪ଟି ବିଧାନସଭା କ୍ଷେତ୍ର ପାଇଁ କଣ ନିଷ୍ପତ୍ତି ନେବେ ସେ ନେଇ ବିଜେଡି ନେତା ମାନଙ୍କର ହୃତକମ୍ପନ ସୃଷି ହୋଇଛି ।

ଗତକାଲି ଏଭଳି ଏକ ବିଚିତ୍ର ନମୁନା ଦେଖିବାକୁ ମିଳିଥିଲା । ବାଲିକୁଦା ଏରସମା ବିଧାନସଭା କ୍ଷେତ୍ରରୁ ବିଜେଡି ଛାଡି ବିଜେପି ନେତା ସାଜିଥିବା ରଘୁନନ୍ଦନ ଦାସଙ୍କୁ ବିଜଡେିକୁ ଫେରାଇ ନିଆଯାଇଛି । ତେବେ ଏଭଳି ନିଷ୍ପତ୍ତି ସଂପର୍କରେ ଜିଲ୍ଲା ବିଜେଡି ସଭାପତି ଓ କାର୍ଯ୍ୟକାରୀ ସଭାପତି ତଥା ବାଲିକୁଦା ଏରସମା ବିଧାୟକଙ୍କ ଐପଚାରିକ ଦୃଷ୍ଟିକୁ ସାମିଲ ହୋଇଥିଲେ ମଧ୍ୟ ସେମାନଙ୍କ ମତାମତ ପ୍ରତି ଗୁରୁତ୍ୱ ଦିଆଯାଇନଥିବା ବିଷୟ ପ୍ରକାଶ ପାଇଛି ।

ଅନୁରୂପ ଭାବେ ପାରାଦ୍ୱୀପ ବିଧାନସଭା କ୍ଷେତ୍ରରେ ମଧ୍ୟ ଏକ ବିବାଦମାନ ସ୍ଥିତି ସୃଷ୍ଟି ହେବାକୁ ଯାଉଛି । ପାରାଦ୍ୱୀପ ବିଜେଡି ବିଧାୟକ ଡଃ ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି ଏବଂ ଡଃ ରାଉତ ବିଜେପିରେ ଯୋଗଦେଇ ନବୀନ ସରକାରର ଗୁମର ଖୋଲି ôଚଲିଛନ୍ତି । ଏହି ସୁଯୋଗରେ ପାରାଦ୍ୱୀପ ବିଧାନସଭା କ୍ଷେତ୍ରରୁୁ ଟିକେଟ ହାତେଇବା ପାଇଁ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, ଶ୍ରମିକନେତା ସନ୍ତୋଷ ପଟ୍ଟନାୟକ,ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ନଗର ବିଜେଡି ସଭାପତି ସୁମନ୍ତ ବିଶ୍ୱାଳ ଚେଷ୍ଟା ଜାରୀ ରଖିଛନ୍ତି । ମାତ୍ର ନବୀନ ପଟ୍ଟନାୟକଙ୍କ ଇତି ମଧ୍ୟରେ ଦୁଇ ଦୁଇ ଥର ଦାମୋଦରଙ୍କ ପୁଅ ସମ୍ବିତ୍ ରାଉତରାୟଙ୍କ ସହିତ ଆଲୋଚନା କରିବା ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି ।

ଅନୁମାନ କରାଯାଏ ଦାମୋଦରଙ୍କ ପୁଅ ସମ୍ବିତ୍ ରାଉତରାୟଙ୍କୁ ପାରାଦ୍ୱୀପ ବିଜେଡି ପ୍ରାର୍ôଥ କରି ନବୀନ ପଟ୍ଟନାୟକଙ୍କ କିଛି ନୂଆ ଗେମ୍ ଖେଳିପାରିଛି । ତେବେ ନବୀନଙ୍କ ନିଷ୍ପତ୍ତି ଯାହା ହେଉ ନାଁ କାହିଁକି ପାରାଦ୍ୱୀପ ବିଜେଡି ସଂଗଠନରେ ବିଜେଡି ନେତା, ସଂଗଠକ, କର୍ମକର୍ତ୍ତା ଓ ଭୋଟରଙ୍କ ନିଦ ହଜି ଯାଇଛି । ଆଦୌ ସଂଗଠନ ସହିତ ଜଡିତ ନଥିବା ଏବଂ ଜନସାଧାରଣଙ୍କ ଠାରୁ ଦୂରେଇ ଥିବା ସମ୍ବିତ୍ ଯଦି ନବୀନଙ୍କ ଦୟାରେ ଟିକେଟ ପାଆନ୍ତେ ତେବେ ପାରାଦ୍ୱୀପ ବିଜେଡି ପାଇଁ ନିରାପଦ ହବେ କି ନାଁ- ପ୍ରଶ୍ନବାଚୀ ଭିତରେ ରହିଛି ।

error: Thank You Keep Visiting