ବିଜେପିର ନୂଆ ପ୍ରାର୍ଥୀ ତାଲିକାରେ କଟକରୁ ପ୍ରକାଶ ମିଶ୍ର ଓ କନ୍ଧମାଳରୁ ଖାରବେଳ ସ୍ବାଇଁ

An Independent Media

ଭୁବନେଶ୍ବର : ବିଜେପି ପକ୍ଷରୁ ସୋମବାର ନୂଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏଥିରେ ୨ଟି ଲୋକସଭା ଏବଂ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । କଟକ ଲୋକସଭା ଆସନରୁ ପ୍ରକାଶ ମିଶ୍ର ଓ କନ୍ଧମାଳ ଲୋକସଭା ଆସନରୁ ଖାରବେଳ ସ୍ବାଇଁଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ଦଳ ପକ୍ଷରୁ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।

ଜୟଦେବ ବିଧାନସଭା ଆସନ ପାଇଁ ନରେନ୍ଦ୍ର ନାୟକ, ଜଟଣୀରୁ  ବିଶ୍ବରଞ୍ଜନ ବଡ଼ଜେନା, ପାରାଦ୍ବୀପ ପାଇଁ ସମ୍ପଦ ସ୍ବାଇଁ,  ଫୁଲବାଣୀ ପାଇଁ ଦେବ ନରାୟଣ ପ୍ରଧାନ, ବେଗୁନିଆ ପାଇଁ ରିଷଭ ନନ୍ଦ, ଝାରସୁଗୁଡା ପାଇଁ ଦୀନେଶ ଜୈନ, ରେଢ଼ାଖୋଲ ପାଇଁ ଦେବେନ୍ଦ୍ର ମହାପାତ୍ର, ଭଦ୍ରକରୁ ପ୍ରଦୀପ ନାୟକ  ଏବଂ  ଭଣ୍ଡାରୀପୋଖରୀ ବିଧାନସଭା ଆସନ ପାଇଁ  ବଦ୍ରି ନାରାୟଣ ଧଳଙ୍କ ନାମ ଘୋଷଣା କରାଯାଇଛି।

ସୂଚନା ଯୋଗ୍ୟ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ରବିବାର ବିଜେପିରେ ଯୋଗ ଦେଇଥିବା ବେଳେ ତାଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ସେହିପରି ସୋମବାର ବିଜେପିକୁ ଫେରିଥିବା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କୁ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି।

error: Thank You Keep Visiting