ଘଷିପୁରାର ଜଣେ ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ହତ୍ୟା

Straight to the Point

ଆନନ୍ଦପୁର: ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ରାଜ୍ୟରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଘଷିପୁରାର ଜଣେ ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ରାମଚନ୍ଦ୍ର ବେହେରା। କେତେଜଣ ଦୁର୍ବୃତ୍ତ ତାଙ୍କୁ ଧକୋଠାସ୍ଥିତ ବାସଭବନରୁ ଡାକିନେଇ ହାତ, ଗୋଡ଼ ହାଣି ଦେଇଥିଲେ। ଗୁରୁତର ଅବସ୍ଥାରେ ରାମଚନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜନୈତିକ ଆକ୍ରୋଶ ଯୋଗୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

error: Thank You Keep Visiting