ମହିଳାଙ୍କ ସ୍ୱାସ୍ଥ୍ୟ ସହାୟତା ରାଶିକୁ ପାଞ୍ଚ ଲକ୍ଷ ଟଙ୍କାରୁ ସାତ ଲକ୍ଷ ଟଙ୍କାକୁ ବୃଦ୍ଧି:ମୁଖ୍ୟମନ୍ତ୍ରୀ

Straight to the Point

ଭୁୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ସ୍ୱାସ୍ଥ୍ୟ ସହାୟତା ରାଶିକୁ ପାଂଚ ଲକ୍ଷ ଟଙ୍କାରୁ ସାତ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ବୁଧବାର ଦିନ ସଚିବାଳୟ ଠାରେ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତିା ôସାମ୍ବାଦିକ ମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ମାଲକାନଗିରି ଜିଲ୍ଲାର ଜଣେ ମହିଳା ମମତା ଏହି ସ୍ୱାସ୍ଥ୍ୟ ସେବା ସହାୟତା ରାଶିକୁ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସଂପୃକ୍ତ ମହିଳା ଏହି ପ୍ରସଙ୍ଗ ଉଠାଇଥିଲେ । ସଂପୃକ୍ତ ମହିଳାଙ୍କ ଅନୁରୋଧକୁ ବିଚାରକୁ ନେଇ ଏହି ସହାୟତା ରାଶି ବୃଦ୍ଧି କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଏହି ଯୋଜନା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିରୋଧୀ ଦଳର ନେତା ନରସିଂହ ମିଶ୍ର କହିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ଘୋଷଣା ହୋଇଛି । ମାତ୍ର ସେଥି ମଧ୍ୟରୁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇ ନାହିଁ । ଡାକ୍ତରଖାନାରେ ଡାକ୍ତର, ନର୍ସ, ପାରା ମେଡିକାଲ କର୍ମଚାରୀ ନାହାନ୍ତି ।
ବିଜେପି ପକ୍ଷରୁ ଦଳୀୟ ପ୍ରବକ୍ତା ଗୋଲକ ମହାପାତ୍ର କହିଛନ୍ତି ଯେ ଏହି ସରକାର ଏକ ପ୍ରଚାର ସର୍ବସ୍ୱ ସରକାର । ଏହି ସରକାର କେବଳ ପ୍ରଚାର କର ଚକମା ଦେଖାନ୍ତି । ୧୮ଟି ଜିଲ୍ଲାରେ ଥିବା ହସପିଟାଲରେ ଆଇସିୟୁ ନାହିଁ । ୨୫୬ଟି ମେଡିକାଲରେ ବିଦ୍ୟୁତ ସଂଯୋଗ ନାହିଁ । ଆଦିବାସୀ ଅଧ୍ୟୁଷିତ ଅଂଚଳର ସ୍ୱାସ୍ଥ୍ୟବସ୍ଥା କହିଲେ ନ ଚଳେ ବୋଲି ସେ କହିଛନ୍ତି ।

error: Thank You Keep Visiting