ବିଜେଡି ପକ୍ଷରୁ ୯ଟି ଲୋକସଭା ପାଇଁ ପ୍ରୀର୍ଥୀ ଘୋଷଣା

Straight to the Point

ଭୁବନେଶ୍ବର : ବିଜୁ ଜନତାଦଳ ପକ୍ଷରୁ ବୁଧବାର ଦିନ ୯ଟି ଲୋକସଭା ଓ  କେତେକ ବିଧାନସଭା ଆସନ ପାଇଁ ପ୍ରୀର୍ଥୀ ଘୋଷଣା କରାଯାଇଛି । କେନ୍ଦ୍ରାପଡା ଲୋକସଭା ଆସନରୁ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କ ନାମ ଘୋଷଣା କରାଯାଇଛି। ସେହିପରି ଭୁବନେଶ୍ବର ଲୋକସଭା ଆସନରୁ ଅରୂପ ପଟ୍ଟନାୟକ, ସମ୍ବଲପୁରରୁ ଅବସର ପ୍ରାପ୍ତ ଯନ୍ତ୍ରୀ ନଳିନୀକାନ୍ତ ପ୍ରଧାନ, ବା​ଲେଶ୍ବରରୁ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପୁଣି ପ୍ରାର୍ଥୀ କରାଯାଇଛି । ଅନ୍ୟପକ୍ଷରେ ସାଂସଦ ପିନାକୀ ମିଶ୍ରଙ୍କୁ ପୁଣି ପୁରୀରୁ ପ୍ରାର୍ଥୀ କରାଯାଇଛି। ଜଗତସିଂହପୁର ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ଜଗତସିଂହପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି ।

ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ

ଜଗତସିଂହପୁର – ଡ଼. ରାଜଶ୍ରୀ ମଲ୍ଲିକ

ସମ୍ବଲପୁର- ନଳିନୀକାନ୍ତ ପ୍ରଧାନ

ଯାଜପୁର- ଶର୍ମିଷ୍ଠା ସେଠୀ

ପୁରୀ- ପିନାକୀ ମିଶ୍ର

ମୟୁରଭଞ୍ଜ – ଡ଼. ଦେବାଶିଷ ମାରାଣ୍ଡି

ଭଦ୍ରକ- ମଞ୍ଜୁଲତା ମଣ୍ଡଳ

କେନ୍ଦ୍ରାପଡା- ଅନୁଭବ ମହାନ୍ତି

ଭୁବନେଶ୍ବର – ଅରୂପ ପଟ୍ଟନାୟକ

ବା​ଲେଶ୍ବର – ରବୀନ୍ଦ୍ର ଜେନା

 

error: Thank You Keep Visiting