କଲାମ ଦ୍ୱୀପରୁ ପୃଥ୍ୱୀ ଡିଫେନ୍ସ ଭେଇକିଲ (ପିଡିଭି) ମିସାଇଲର ସଫଳ ପରୀକ୍ଷଣ

Straight to the Point

ଭଦ୍ରକ: ଧାମରା ସ୍ଥିତ କଲାମଦ୍ୱୀପରୁ ଆଜି ଦିନ୧୧.୧୦ ମିନିଟରେ ପୃଥ୍ୱୀ ଡିଫେନ୍ସ ଭେଇକିଲ ମିସାଇଲର ସଫଳ ପରୀକ୍ଷଣ ହୋଇଯାଇଛି । ପୃଥ୍ୱୀ ଡିଫେନ୍ସ ଭେଇକିଲ ମିସାଇଲ ଉନ୍ନତ ବାୟୁ ରକ୍ଷା କ୍ଷେପଣାସ୍ତ୍ରର ଏକ ସଂସ୍କରଣ ଅଟେ ।ଧାମରାରେ ଥିବା କଲାମ ଘାଟିର ୪ ନଂ ଲଂଚ ପ୍ୟାଡରୁ ଆଜି ସକାଳ ୧୧.୧୦ ମିନଟ ସମୟରେ ଆକାଶ ମାର୍ଗରେ ଏକ ପଂଏଟ ସ୍ତିରୀକୃତ ହେବା ପରେ କଲାମ ଘାଟରୁ ଏହି ନିର୍ଧାରିତ ପଂଏଟକୁ ଲକ୍ଷ୍ୟ କରି ପୃଥ୍ୱୀ ଡିଫେନ୍ସ ଭେଇକିଲ ମିସାଇଲକୁ ଛଡା ଯାଇଥିଲା । ଏହି ପିଡିଭି(ପୃଥ୍ୱୀ ଡିଫେନ୍ସ ଭେଇକିଲ ମିସାଇଲ) ନିର୍ଧାରିତ ସମୟରେ ଲକ୍ଷ୍ୟଭେଦ କରିଥିଲା ବୋଲି ପ୍ରତିରକ୍ଷା ବିଭାଗ ନିକଟରୁ ପ୍ରକାଶ । ଆଜିର ଏହି ପରୀକ୍ଷଣକୁ ପାରାଦ୍ୱୀପ ଏବଂ କୋଣାର୍କ ରେ ଅବସ୍ଥାପିତ ହୋଇଥିବା ରାଡାର ରେ ଏହାର ଗତିବିଦ୍ଧିକୁ ଲକ୍ଷ୍ୟ କରାଯାଇଥିଲା ।

ଆଜିର ଏହି ପରୀକ୍ଷଣ ସଫଳ ହୋଇଥିଲା ବୋଲି କାଲାମ ଦ୍ୱୀପରେ ଥିବା ପ୍ରତିରକ୍ଷା ବିଭାଗର ବରିଷ୍ଠ କର୍ମକର୍ତାଙ୍କ ଠାରୁ ପ୍ରକାଶ । ଏହି ପୃଥ୍ୱୀ ଡିଫେନ୍ସ ଭେଇକିଲ (ପିଡିଭି) ମିସାଇଲର ଓଜନ୪୪୦୦ କେଜି ହୋଇଥିବା ବେଳେ ଏହାର ଲମ୍ବ ୯ମିଟର ,ଓସାର ୧୧୦ ସେ.ମି ।ଏୟାର ଡିଫେନ୍ସ ମିସାଇଲ ଏକ ନୂତନ ସଂସ୍କରଣ ।ଏହାର ନିିର୍ଧାରିତ ଗତି ଘଂଟାକୁ ୫୪,୨୦୦କି.ମି ଥିବାବେଳେ ଏହା ୩ଶହ କ.ମି ଦୂରତା ଅତିକ୍ରମ କରିବା ସହ ଏହି ମିସାଇଲ ଏକ ପର୍ଯ୍ୟାୟ ି ବିଶିଷ୍ଟ କଠିନ ଇନ୍ଧନ ଦ୍ୱାରା ଚାଳିତ । ଭାରତୀୟ ଞାନ କୌଶଳରେ ନିିର୍ମିର୍ତ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଭାରତ ଡାଇନାମିକ୍ସ ଲିିମିଟେଡ ଦ୍ୱାରା ନିିର୍ମିତ । ଏହି ମିସାଇଲ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ହୋଇଥିବାରୁ ଏହା ଅନ୍ୟ ଶତ୍ରୁ ରାଜ୍ୟ ରୁ ଆସୁଥିବା ସମସ୍ତ କ୍ଷେପଣାସ୍ତ୍ର ଗୁଡିକୁ ଖୁବ ସହଜରେ ମୁକାବିଲା କରିବା ସହ ଧ୍ୱଂସ କରିପାରିବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରକାଶ । ଏହ ପୃଥ୍ୱୀ ି ଡିଫେନ୍ସ ଭେଇକିଲ ମିସାଇଲ ପରୀକ୍ଷଣ ସମୟରେ ବହୁ ବରିଷ୍ଠ ବୈଞାନିକ ଙ୍କ ସମେତ ବହୁ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting