ବିଜେପି ଦଳକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

Straight to the Point

ଭୁବନେଶ୍ବର : ବରିଷ୍ଠ ନେତା ବିଜୟ ମହାପାତ୍ର ଗୁରୁବାର ଦିନ ବିଜେପିକୁ ଫେରିଛନ୍ତି। ସେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଓ ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା ରାଷ୍ଟୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡାଙ୍କ ସହ ଆଲୋଚନା ପରେ ଦଳକୁ ଫେରିଛନ୍ତି। ବିଜେପିକୁ ଫେରିବା ପରେ ବିଜୟ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦେଶରେ ନୂଆ ପରିବର୍ତ୍ତନ ପାଇଁ ଆମକୁ ଏକାଠି ହୋଇ ଲଢିବାକୁ ପଡିବ। ପୁରୁଣା କଥାକୁ ଭୁଲି ନୂଆ ସଂକଳ୍ପ ସହ ଆଗକୁ ବଢିବୁ।

error: Thank You Keep Visiting