ଆପଣମାନଙ୍କ ସୁଖ ସୁବିଧା ପାଇଁ ଏ ଚୌକିଦାର ଆସିଛି : ମୋଦୀ
ଜୟପୁର: ଆଦିବାସୀ, କୃଷକ ଏବଂ ଯୁବଗୋଷ୍ଠୀଙ୍କର ବିକାଶ ହୋଇପାରିବେ ଓଡ଼ିଶା ମଜଭୁତ ହୋଇପାରିବ। ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ବିଜେପି ସରକାର ଆସିଲେ ଏହି ସ୍ବପ୍ନ ପୂରଣ ହୋଇପାରିବ। ଓଡ଼ିଶା ମଜଭୁତ ହେଲେ ପୂର୍ବ ଭାରତ ମଜଭୁତ ହେବ ଏବଂ ପୂରା ଭାରତ ମଜଭୁତ ହେବ। ବିଗତ ୫ବର୍ଷରେ ବିଜେପି ସରକାର ସମୟରେ ଦେଶର ବିକାଶ ହୋଇଛି। ଓଡ଼ିଶାରେ ବି ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି। ମୋ ସରକାରର ଏହି ସଫଳତା ସମଗ୍ର ଦେଶବାସୀଙ୍କର। ରାୟଗଡ଼ାରେ ନୂଆ ରେଳ ଡିଭିଜନ ହୋଇଚି। ନବରଙ୍ଗପୁର-ମାଲକାନଗିରି ରେଳ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଛି। ଗାଁ ଗାଁରେ ରାସ୍ତା ନିର୍ମାଣ ଲାଗି ଯେପରି ଅର୍ଥର ଅଭାବ ନ ହେବ ସେଥିଲାଗି ପର୍ଯ୍ୟାପ୍ତ ପାଣ୍ଠି ବ୍ୟବସ୍ଥା କରାଯାଇଛି। ଯୁବଗୋଷ୍ଠୀ ଏବଂ ମହିଳାଙ୍କୁ ରୋଜଗାର ଯୋଗାଇ ଦିଆଯାଉଛି। ମହିଳାଙ୍କ ସଶକ୍ତ କରିବା ଲାଗି ଏସଏଚଜିଗୁଡ଼ିକୁ ମୁଦ୍ରା ଯୋଜନାରେ ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ଋଣ ଦେଉଛୁ। ଆପଣମାନଙ୍କ ସୁଖ ସୁବିଧା ପାଇଁ ଏ ଚୌକିଦାର ଆସିଛି।