ବିଜେଡି ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କୁ ହଜାର ହଜାର କର୍ମୀଙ୍କ ତୀବ୍ର ବିରୋଧ;ରାଜଶ୍ରୀଙ୍କ କୁଶପୁତ୍ତଳିକା ଦାହ,କଟକ-ପାରାଦ୍ୱୀପ ରାସ୍ତା ରୋକ
ଜଗତସିଂହପୁର: ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ରଘୁନାଥପୁର ଓ ତିର୍ତୋଲ ବିଜେଡି ପକ୍ଷରୁ ଆଜି ହଜାର ହଜାର କର୍ମୀ ବିରୋଧ କରି କଟକ-ପାରାଦ୍ୱୀପ ରାସ୍ତାର ତାରପୁର ବାଇପାସ ଠାରେ ରାସ୍ତା ରୋକ କରିଥିଲେ ।ରାଜଶ୍ରୀ ମଲ୍ଲିକଙ୍କର କୁଶପୁତ୍ତଳିକା ମଧ୍ୟ ଦାହ କରିଥିଲେ ।ପ୍ରକାଶ ଥାଉକି,ଜଗତସିଂହପୁର ଲୋକସଭା ଶାସନରେ ବିଜୁ ଜନତା ଦଳ ପକ୍ଷରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ତିର୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରାଜଶ୍ରୀ ମଲ୍ଲ୍ିକ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ୨୦୧୪ରୁ ବିଧାୟିକା ହେବାପରେ ୫ବର୍ଷ ମଧ୍ୟରେ କୌଣସି ବିଜେଡି କର୍ମୀଙ୍କ ସହିତ ସମ୍ପର୍କ ରଖିନାହାଁନ୍ତି ।
କୌଣସି ବିଜେଡି କର୍ମୀଙ୍କ ସୁଖଦୁଃଖରେ ଭାଗ ନେଇନାହାଁନ୍ତି । ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡିର ସଂଗଠନକୁ ଭାଙ୍ଗି ଦୁର୍ବଳ କରିଦେଇଛନ୍ତି । ଜଗତସିଂହପୁର ଜିଲ୍ଲାରେ ସାଂସଦ ପ୍ରାର୍ଥୀ କରାଯାଇଥିବାରୁ ଜିଲ୍ଲାରେ ବିଜେଡି ସଂଗଠନକୁ ସେ ଭାଙ୍ଗି ଦୁର୍ବଳ କରିଦେବେ ବୋଲି ତିର୍ତୋଲ ବ୍ଲକ ବିଜେଡି ସଭାପତି ବସନ୍ତ କୁମାର ମହାପାତ୍ର(ବଚୁ)କହିଥିଲେ । ସେହିପରି ଜିଲ୍ଲା ବିଜେଡି ଉପସଭାପତି ସରୋଜକାନ୍ତ ସ୍ୱାଇଁ ଏହି ଆନ୍ଦୋଳନର ନେତୃତ୍ୱ ନେଇ ରାଜଶ୍ରୀ ମଲ୍ଲିକ ଜିଲ୍ଲାରେ ବିଜେଡି ସଂଗଠନକୁ ଧୂଳିସାତ କରିଦେବେ । ତିର୍ତୋଲରେ ୫ବର୍ଷ ମଧ୍ୟରେ କେବଳ ହାତଗଣତି ଠିକାଦାରଙ୍କ ସହିତ ବ୍ୟବସାୟୀଙ୍କ ସମ୍ପର୍କ ରଖି ବିଜେଡି ସଂଗଠନକୁ ଭାଙ୍ଗି ଦେଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ହଜାର ହଜାର ବିଜେଡି କର୍ମୀ ଗତ ୫ବର୍ଷ ମଧ୍ୟରେ ଅବହେଳିତ ଓ ନଷ୍ପେଷିତ ହୋଇଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଥିଲେ ।
ରାଜଶ୍ରୀ ମଲ୍ଲିକଙ୍କୁ ନିର୍ବାଚନ ମଣ୍ଡଳୀ ମଧ୍ୟରେ ପୁରାଇ ଦିଆଯିବ ନାହିଁ ବୋଲି ବିଜେଡି ନେତା ।ର୍ନ୍ତଯାମୀ ରାଉତ ଧମକ ଦେଇଛନ୍ତି । ସେହିପରି ଅନ୍ୟତମ ବିଜେଡି ନେତା ଇନ୍ଦୁଭୂଷଣ ଲେଙ୍କା ଯୋଗଦେଇ ରାଜଶ୍ରୀ ମଲ୍ଲିକଙ୍କର ୨୦୧୪ମସିହାରୁ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀମାନଙ୍କୁ ପଚାରି ନାହାଁନ୍ତି ।ତାଙ୍କ ବିରୁଦ୍ଧରେ ୫ବର୍ଷ ହେଲା ଆନ୍ଦୋଳନ ହେଉଅଛି ।ଦଳର ସୁପ୍ରିମୋ ନବୀନ ପଟ୍ଟ୍ନାୟକ ତାଙ୍କର ବିଜେଡି ଟିକେଟକୁ ତୁରନ୍ତ ଫେରାଇନେବାକୁ ସେ ଦାବି କରିଛନ୍ତି ।ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ବିଧାୟକ ବିଜେଡି ପ୍ରାର୍ଥୀଭାବେ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରାଇବାକୁ ହଜାର ହଜାର ବିଜେଡି କର୍ମୀ ଓ ନେତା ମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି ।
ପ୍ରକାଶ ଥାଉକି,ଆଗାମୀ ନିର୍ବାଚନରେ ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରାଇବା ଦାବିରେ ଆଜି ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରପୁର ବାଇପାସ ଛକ ଠାରେ ଅନୁଷ୍ଠିତ ଏକ ବିଶାଳ ସମାବେଶ ରଘୁନାଥପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରଜତ କୁମାର ପାତ୍ର ଯୋଗଦେଇ କହିଲେ ଯେ,୧୦ବର୍ଷ ଧରି ତିର୍ତୋଲ ନିର୍ବାଚନ ମଣ୍ଡଳି ଅସଜଡା ହୋଇ ପଡିରହିଥିବା ବେଳେ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରାଗଲେ ଏହି ନିର୍ବାଚନ ମଣ୍ଡଳୀର ବିକାଶ ହୋଇପାରିବ ।
ଏଥିରେ ବିଜେଡି ଯୁବ ନେତା ପାର୍ଥ ସଖା ପାଲଟା ସିଂ,ତପନ ସାମଲ, ବିଷ୍ଣୁ ସେଠୀ ,ଇଂ ବାବାଜୀ ଜେନା ,ପୂର୍ବତନ ଜିଲ୍ଲା ପରିଷଦ କ୍ଷୀରୋଦ ବାରିକ,ପ୍ରଭୁଦତ୍ତ ମହାନ୍ତି , ବିଜେଡିନେତା ପ୍ରମୋଦ କୁମାର ଜେନା ,ବସନ୍ତ ମହାନ୍ତି ,ଧ୍ୟାନକେତନ ସିଂ, ରବିନ୍ଦ୍ର ସେଠୀ, ରଂଜନ ବାରିକ, ନାରାୟଣ ବେହେରା ,କ୍ଷୀରୋଦ ସ୍ୱାଇଁ ,ସାଗର ମାହାଳି ,ଅଭୟ ସାମନ୍ତରାୟ ,ପୁରୁଷତ୍ତମ ଦାସ ,ସମିତିସଭ୍ୟ ମହେବୁଦ ବେଗ୍ ,ବିଜେଡି ନେତା ଅଶୋକ ଦାସ ,ଛାତ୍ରନେତା ବିମଳ ମହାପାତ୍ର , ରମେଶ ରାଉଳ ,ବାବୁ ଦାସ , ବ୍ରଜ ମହାପାତ୍ର ,ପୂର୍ବତନ ବିଜେଡି ସଭାପତି ଅଶୋକ ରାଉତରାୟ ,ଛାତ୍ର ନେତା ରଶ୍ମିରଂଜନ ଚୌଧୁରୀ , ରାକେଶ ରୋସନ ସେଠୀ , ଦେବୀପ୍ରସାଦ ମହାପାତ୍ର , ସରପଂଚ ସରୋଜ ଦାସ , ସରପଂଚ ପ୍ରମୋଦ ଜେନା , ସରପଂଚ ଶେଷଦେବ ସେଠୀ , ସରପଂଚ କବିତା ନାୟକ , ସରପଂଚ ଅଭିମନ୍ୟୁ ନାୟକ ,ସରପଂଚ ପୁଷ୍ପଲତା ଦାସ , ସରପଂଚ ଛବିଲତା ମହାନ୍ତି , ସମିତିସଭ୍ୟା ବୈଜୟନ୍ତୀ ପାତ୍ର , ସମିତିସଭ୍ୟ ପ୍ରମିଳା ଦେଇ ,ସମିତିସଭ୍ୟା ସ୍ୱର୍ଣ୍ଣଲତା ସାହୁ ,ସମିତିସଭ୍ୟା ଜୟନ୍ତୀ ଦାସ ,ସମିତିସଭ୍ୟ ସଂଜୟ ସ୍ୱାଇଁ , ସମିତିସଭୟ ମେହେବୁଗ୍ ବେଗ , ପୂର୍ବତନ ସରଂପଚ ତପନ ମଲ୍ଲିକ ,ବିଜେଡିନେତା , ଦିବାକର ଖଟୁଆ , ଅର୍ନ୍ତଯାମୀ ରାଉତ, ମନରଂଜନ ରାୟ(ଖୋକନ) , ତାରାକାନ୍ତ ଜେନା ,ଶ୍ରୀ ଚରଣ ମହାପାତ୍ର ,ବୈରାଗୀ ସାହୁ ,ଅବଦୁଲ୍ଲ କଲ୍ଲିମ ଖାଁ , ବୁଟୁ ସେଠୀ , ପ୍ରଭୁଦତ୍ତ ମହାନ୍ତି ପ୍ରମୁଖ ହଜାରରୁ ଉଦ୍ଧ୍ୱର୍ ବିଜେଡି କର୍ମୀ ମାନେ ଯୋଗଦେଇ କରି ବିଷ୍ଣୁ ଦାସଙ୍କୁ ତିର୍ତୋଲରେ ପ୍ରାର୍ଥୀ କରାଇବାକୁ ମୁଖ୍ୟମନ୍ତୀଙ୍କ ନିକଟରେ ଦାବି କରିବା ସହିତ ଜଗତସିଂହପୁର ଲୋକସଭା ଆସନରେ ରାଜଶ୍ରୀ ମଲ୍ଲିକଙ୍କୁ ବିଜେଡି ପ୍ରାର୍ଥୀରୁ ବାଦ ଦେବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିବା ସହିତ ରାଜଶ୍ରୀ ମଲ୍ଲିକଙ୍କର କୁଶପୁତ୍ତଳିକା ଦାହ କରିଥିଲେ ।
ଖବରପାଇ ,ତିର୍ତୋଲ ପୋଲିସ ଏସଡିପିଓ ଆନ୍ଦୋଳନ ସ୍ତରରେ ପହଂଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ରଘୁନାଥପୁର ଆଇଆଇସି ବବିତା ଦଳାଇ,ଏସଆଇ ନିଲମ ସୋରେନ,ଏଏସଆଇ ପ୍ରମୋଦ କୁମାର ସାହୁ ସଦଳବଳ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ।