ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଶତାଧିକ କର୍ମୀ

Straight to the Point

ଭୁୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିି ଶତାଧିକ କର୍ମୀ ବିଜେଡି ଦଳ ଛାଡି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଖଲ୍ଲିକୋଟ ନିର୍ବାଚନୀ ମଣ୍ଡଳୀର ବିଜେପି ବିଧାୟକା ପ୍ରାର୍ଥୀ ଶ୍ରୀମତି ଭାରତୀ ବେହେରାଙ୍କ ନେତୃତ୍ୱରେ ବିକ୍ରମପୁର ଗ୍ରାମପଚାଂୟତର ପୂର୍ବତନ ସରପଚଂ ଧନୁରାମ ପ୍ରଧାନ, ବର୍ତମାନ ସରପଚଂ ମମତା ପ୍ରଧାନ, ବିଜେଡି ଯୁବ ନେତା ସୁଭଜିତ୍ ମହାନ୍ତି, ବିଜୁ ଯୁବ ବାହିନୀର ସଦସ୍ୟ ଲକ୍ଷ୍ମଣ ମହାନ୍ତି, ବରିଷ୍ଠ ବିଜେଡି ନେତା ବିଜୟ ପରିଡା, ବିଜେଡି ଯୁବ ନେତା ପ୍ରଦୀପ କୁମାର ଜେନା , ଗୋବର୍ଦ୍ଧନ ପ୍ରଧାନ ଏବଂ ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରମୁଖ ବିଜେଡି ଦଳ ଛାଡି ଆଜି ବିଜେପିରେ ବିଧିବଦ୍ଧ ସାମିଲ ହୋଇଛନ୍ତି ।
ସେହିପରି ବିକ୍ରମପୁର ପଂଚାୟତର ବିଜେଡିର ସକ୍ରିୟ ର୍କାଯ୍ୟକର୍ତା ସଂଞ୍ଜୟ ସିଂ, କରୁଣା ସିଂ, ଦେବାଶିଷ ସିଂ, ବିଜେଡି ଯୁବ ନେତା ବାହନ ପରିଡା, ଭାଗୀରଥି ପରିଡା, ଡକ୍ଟର ସାହୁ, ଜଗନ୍ନାଥ ପ୍ରଧାନ ଆଜି ବିଜେପିରେ ସାମିଲ ହୋଇଛନ୍ତି । ବିକ୍ରମପୁର ଗ୍ରାମପଚାଂୟତ ନାୟବ ସରପଂଚ ମଙ୍ଗୁଳ ପରିଡା, ୱାର୍ଡ ମେମ୍ବର ରଙ୍କ ପରିଡା, ସବିତା ପଲେଇ ବୀରଭଦ୍ର ମିଶ୍ର, ଶୈଳବାଳା ପ୍ରଧାନ, ଲକ୍ଷ୍ମୀ ସେଠୀ, ପୂର୍ଣ୍ଣଚନ୍ଦ୍ର ସାହୁ, ଅଶେଷ ପରିଡା, ପ୍ରତିମା ସ୍ୱାଇଁ, ଶାନ୍ତି ଦାସ, ବବିତା ଆଚାର୍ଯ୍ୟ ଏବଂ ଆଜି ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟ ଉପସଭାପତି ସମୀର ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ଶ୍ରୀ ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜେଡି ଦଳ ପ୍ରତି ଅତିଷ୍ଠ ହୋଇ ଏବଂ ମୋଦିଙ୍କ ସ୍ୱଚ୍ଛ ଶାସନ ଓ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ବିଜେପିରେ ମିଶିଥିବା ନେତା କହିଛନ୍ତି । ରାଜ୍ୟର ବିକାଶ ବିଜେପି ସରକାର କରିପାରିବ । ଏଥି ସହ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ କହିବା ସହ ବିଜେଡି ଦଳର ନେତାମାନେ ଦୁର୍ନୀତି ଓ ଭ୍ରଷ୍ଟାଚାର ଲିପ୍ତ ବୋଲି କହିଛନ୍ତି ।
ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ କେନ୍ଦୁଝରର ପୂର୍ବତନ ବିଧାୟକ ମୋହନ ମାଝୀ ଏବଂ ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting