ଆଦିବାସୀ ଅଞ୍ଚଳର ବିକାଶ କରିବାରେ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଫେଲ୍ : ରଘୁବର ଦାସ

Straight to the Point

ଭୁୁବନେଶ୍ୱର : ଦୀର୍ଘ ୧୯ ବର୍ଷ ଶାସନ ପରେ ବି ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ କରିପାରିଲେ ନାହିଁ । ଆଦିବାସୀ ଅଂଚଳ ରାଇରଙ୍ଗପୁର ଓ ମୟୁରଭଂଜ ଜିଲ୍ଲାବାସୀଙ୍କୁ ଶୁଦ୍ଧ ପିଇବା ପାଣି, ଗାଁ କୁ ସଡକ, ଯୁବକମାନଙ୍କୁ ନିଯୁକ୍ତି ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣ ଫେଲ୍ ମାରିଛନ୍ତି । ଏପରିକି ମୌଳିକ ସୁବିଧାରୁ ସାରା ଓଡିଶାବାସୀ ବଂଚିତ ରହିଛନ୍ତି ବୋଲି ବାଙ୍ଗିରୀପୋଷିଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ।
ଶ୍ରୀ ଦାସ କହିଛନ୍ତି ଯେ, ଓଡିଶା ଏବଂ ଝାଡଖଣ୍ଡ ପାକୃତିକ ସଂପଦରେ ଭରପୂର ରହିଛି । ରାଜ୍ୟରେ ପ୍ରାକୃତିକ ଖଣିଜ ପଦାର୍ଥ ଭରପୂର ଥିବା ସତ୍ୱେ ଓଡିଶାର ଲୋକ ଗରୀବ । କିନ୍ତୁ ଝାଡଖଣ୍ଡରେ ୨୦୧୪ ପରଠୁ ବିଜେପି ସରକାର ଆସିବା ପରେ ଅନେକ ବିକାଶ ହୋଇଛି । ଗୁଜୁରାଟ ପରେ ଝାଡଖଣ୍ଡ ଆର୍ଥୀକ ଦିଗରୁ ବିକାଶ ହୋଇଛି । ଡବଲ ଇଂଜିନ ସରକାର ପାଇଁ ରାଜ୍ୟରେ ଏପରି ବିକାଶ ସମ୍ଭବ ହୋଇଛି ।
ସ୍ୱାଧୀନତା ପରେ ପ୍ରଥମ ଥର ଖଣିଜ ପଦାର୍ଥ ରୟାଲିଟରେ ୪୦ ପ୍ରତିଶତ ଅର୍ଥ ସଂପୃକ୍ତ ଜିଲ୍ଲାର ବିକାଶ ପାଇଁ ଖର୍ଚ୍ଚ କରିବାର ପ୍ରାବଧାନ କରିଛନ୍ତି ମୋଦୀ ସରକାର । ଓଡିଶାକୁ ମଧ୍ୟ ଅର୍ଥ ଆସୁଛି, କିନ୍ତୁ ରାଜ୍ୟସରକାର ଏହି ଅର୍ଥକୁ ଖର୍ଚ୍ଚ କରିପାରୁନାହାଁନ୍ତି । ଝାଡଖଣ୍ଡର ବିକାଶ ପାଇଁ ୧୧୦୦ କୋଟି ଟଙ୍କା ପ୍ରତି ବର୍ଷ ମିଳୁଛି । ସେହି ଅର୍ଥକୁ ଲଗାଇ ଝାଡଖଣ୍ଡରେ ପାଇପ ଲାଇନରେ ଶୁଦ୍ଧ ପାଣି ଘରେ ଘରେ ପହଂଚାଯାଉଛି । କିନ୍ତୁ ଏଠି ବିକାଶ କଣ ହେବ ପିଇବା ପାଇଁ ପାଣି ଟୋପେ ମିଳୁନାହିଁ । କେନ୍ଦ୍ରରୁ ଆସୁଥିବା ଅର୍ଥ କୁଆଡେ ଖର୍ଚ୍ଚ ହେଉଛି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି ।
ଶ୍ରୀ ଦାସ କହିଛନ୍ତି ଯେ, ଝାଡଖଣ୍ଡ ସରକାର ବିଧବା ମା ମାନଙ୍କୁ ପେନସନ ୧ ହଜାର ଟଙ୍କା ଦେଉଛି । କିନ୍ତୁ ଏଠି ନବୀନ ବାବୁ ଭତା ୩୦୦ ଟଙ୍କାରୁ ୨୦୦ ଟଙ୍କା ବଢାଇ ୫୦୦ ଟଙ୍କା ଦେଉଛନ୍ତି । ରାଜ୍ୟରେ ବିଜେପି ସରକାର ଆସିଲେ ଦିବ୍ୟାଙ୍ଗ, ବିଧବା, ବୃଦ୍ଧମାନଙ୍କର ଭତା ୧ ହଜାର ଟଙ୍କା କରାଯିବ । ବିଧବା ଭଉଣୀଙ୍କୁ ଝାଡଖଣ୍ଡରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନସାରେ ଘର ପ୍ରଦାନ କରାଯାଇଛି । ମୋଦୀ ସରକାର ପ୍ରଥମଥର ପାଇଁ ସ୍କିଲ ଡେଭଲେପମେଂଟ ଦ୍ୱାରା ଅନେକ ଯୁବକ ଯୁବତୀମାନଙ୍କୁ ଦକ୍ଷ କରିଛନ୍ତି । ଝାଡଖଣ୍ଡର ୧୩ଟି ଆଦିବାସୀ ଜିଲ୍ଲାରେ Self- Supporting Poultry Cooperative Federation  ଦ୍ୱାରା ମହିଳା ସଶକ୍ତିକରଣ ହୋଇଛନ୍ତି ।
ରେଲବାଇ କ୍ଷେତ୍ରରେ ସାନ୍ତାଳୀ ଭାଷାକୁ ପ୍ରାଧାନ୍ୟ ଦିଆଯାଇଛି । ସାନ୍ତାଳି ଅଂଚଳରେ ରେଲୱେ ଆନାଉସମେଂଟ ପାଇଁ ହିନ୍ଦୀ ଭାଷା ସହ ସାନ୍ତାଲି ଭାଷାରେ ସୂଚନା ପ୍ରଦାନ କରାଯାଉଛି । ସାନ୍ତାଳି ଭାଇ ଭଉଣୀମାନଙ୍କ ପାଇଁ ମୋଦୀ ସରକାର ଅନକ କାର୍ଯ୍ୟ କରିଛନ୍ତି । ସେହିପରି ଆଦିବାସୀ ମନ୍ତ୍ରାଳୟ ପ୍ରଥମ ଥର ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରି ବାଜପେୟୀ ଆରମ୍ଭ କରିଥିଲେ । କେନ୍ଦ୍ରରେ ଜୁଏଲ ଓରାମଙ୍କୁ ପ୍ରଥମ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ଦାୟୀତ୍ୱ ଦିଆଯାଇଥିଲା । ପ୍ରଥମ ସାନ୍ତାଳୀ ମହିଳା ଦୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ବନାଇବାର କାର୍ଯ୍ୟ ବିଜେପି ସରକାର କରିଛି ବୋଲି ଶ୍ରୀ ଦାସ କହିଛନ୍ତି ।
ଶ୍ରୀ ଦାସ କହିଛନ୍ତି ଯେ, ଗାନ୍ଧୀ ପରିବାର ଭଳି ରାଜ୍ୟରେ ବିଜୁ ଜନତା ଦଳରେ ପରିବାର ବାଦ ଏବଂ ବଂଶବାଦ ରାଜନୀତି ଚାଲିଛି । ଅନ୍ୟପକ୍ଷରେ ବିଜେପିରେ ଜଣେ ଚା ବାଲା ବି ପ୍ରଧାନମନ୍ତ୍ରୀ ହୋଇପାରୁଛି । ମୋଦୀ ସରକାର ଗତ ୪ ବର୍ଷରେ ଗରୀବ, କିଷାନ, ମହିଳା, ଯୁବକମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ବିକାଶ ସହ ଦେଶକୁ ସୁରକ୍ଷା କେବଳ ମୋଦୀ ସରକାର ହିଁ ଦେଇ ପାରିବ । ଗତ ଦିନରେ ପୁଲୱାମାରେ ୪୦ ଜବାନ ସହୀଦ ହେବା ପରେ ମୋଦୀ ସରକାର ଏହାର ବଦଲା ମାତ୍ର ୧୧ ଦିନ ଭିତରେ ଦେଇଥିଲେ । ବାୟୁସେନାର ଯବାନମାନେ ପାକିସ୍ତାନର ବାଲକୋଟ ଠାରେ ଆତଙ୍କୀ କ୍ୟମ୍ପକୁ ଧ୍ୱସଂ କରିଥିଲେ । ଆମେରିକା ଏବଂ ଇସ୍ରାଇଲ ପରେ ଭାରତ ଶତ୍ୁ ଦେଶକୁଯାଇ ଆକ୍ରମଣ କରି ଫେରିଛି । ଏହା ପରେ କଂଗ୍ରେସ ଏବଂ ବିରୋଧୀ ଦଳ ମାନେ ସେନାର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଉଛନ୍ତି । ଓଡିଶା ଏବଂ କେନ୍ଦ୍ରରେ ବଜବୁତ ସରକାର ବନାଇବାକୁ ଶ୍ରୀ ଦାସ ଆହ୍ୱାନ କରିଛନ୍ତି ।
ଏହି ସମାବେଶରେ ମୟୁରଭଂଜ ଲୋକସଭା ସାଂସଦ ବିଜେପି ପ୍ରାର୍ଥୀ ବିଶେଶ୍ୱର ଟୁଡୁ , ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥ ସୁନନ୍ଦା ମୁର୍ମୁ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ଥିଲେ ।

error: Thank You Keep Visiting