ବିଜେଡି ପକ୍ଷରୁ ୨ଟି ଲୋକସଭା ଓ ୭ଟି ବିଧାନସଭା ପ୍ରାର୍ଥୀ ଘୋଷଣା

Straight to the Point

ଭୁବନେଶ୍ବର : ଚତୁର୍ଥ ପର୍ଯ୍ୟାୟ ​ସାଧାରଣ ନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ଜାରି ହୋଇଥିବା ବେଳେ​ ବିଜୁ ଜନତାଦଳ ପକ୍ଷରୁ ୨ଟି ଲୋକସଭା ଓ ୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ଢ଼େଙ୍କାନାଳ ଲୋକସଭା ଆସନ ପାଇଁ ବିଧାୟକ ମହେଶ ସାହୁଙ୍କ ନାମ ଘୋଷଣା କରାଯାଇଥିବା ବେଳେ କେନ୍ଦୁଝର ଲୋକସଭାରୁ ଚନ୍ଦ୍ରାଣୀ ମୁର୍ମୁ ପ୍ରାର୍ଥୀ କରାଯାଇଛି । ସେହିପରି ଖଣ୍ଡପଡା ବିଧାନସଭା ଆସନରୁ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ଯାଜପୁର ବିଧାନସଭା ଆସନରୁ ପ୍ରଣବ ପ୍ରକାଶ ଦାସ ଏବଂ ଭୁବନେଶ୍ବର (ମଧ୍ୟ) ଆସନରୁ ଅନନ୍ତ ନାରାୟଣ ଜେନାଙ୍କୁ ପ୍ରାର୍ଥୀ କରିବା ପାଇଁ ଘୋଷଣା କରାଯାଇଛି।

ଅନ୍ୟପକ୍ଷରେ ବିଧାୟକ ଅନୁଭବ ପଟ୍ଟନାୟକ, ଆକାଶ ଦାସ ନାୟକ, ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ସଂଜୀବ ସାହୁଙ୍କୁ ଟିକେଟ ଦିଆଯାଇ ନାହିଁ।

ଲୋକସଭା ଆସନ

ଢ଼େଙ୍କାନାଳ – ମହେଶ ସାହୁ

କେନ୍ଦୁଝର – ଚନ୍ଦ୍ରାଣୀ ମୁର୍ମୁ

ବିଧାନସଭା ଆସନ

ଖଣ୍ଡପଡା – ସୌମ୍ୟ ରଞ୍ଜନ ପଟ୍ଟନାୟକ

ଯାଜପୁର – ପ୍ରଣବ ପ୍ରକାଶ ଦାସ

କୋରେଇ- ଅଶୋକ ବଳ

ଭୁବନେଶ୍ବର ଉତ୍ତର – ସୁଶାନ୍ତ କୁମାର ରାଉତ

ଭୁବନେଶ୍ବର ମଧ୍ୟ – ଅନନ୍ତ ନାରାୟଣ ଜେନା

ପାଲଳହଡା- ମୁକେଶ ପାଲ

ଆଠମଲ୍ଲିକ- ରମେଶ ଚନ୍ଦ୍ର ସାଏ

error: Thank You Keep Visiting