ନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା

Straight to the Point

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସକାଳ ୧୦.୩୦ରେ ସୁନ୍ଦରଗଡ ଜିଲ୍ଲା କିରେଇ ଛତାବର ପଡିଆଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ସେହିପରି ଶ୍ରୀ ମୋଦୀ ଅପରାହ୍ନ ୧ଟାରେ ସୋନପୁର ଜିଲ୍ଲା ରାମେଶ୍ୱର ଷ୍ଟାଡିୟମଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଉଦବୋଧନ ଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ସେହିପରି ଆସନ୍ତା ୭ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା । ଶ୍ରୀ ଶାହା ଭୁବନେଶ୍ୱରରେ ପହଂଚି ରାଜ୍ୟ ବିଜେପିର ନିର୍ବାଚନ ଇସ୍ତାହାର ତଥା ସଂକଳ୍ପ ପତ୍ର ଜାରି କରିବେ । ପରେ ଶ୍ରୀ ଶାହା ମଧ୍ୟାହ୍ନ ୧୨ଟାରେ ଗଂଜାମ ଜିଲ୍ଲା ପୋଲସରାଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ଏବଂ ଅପରାହ୍ନ ୨ଟାରେ ଶ୍ରୀ ଶାହା ବରଗଡରେ ପହଂଚି ସାଧାରଣ ସଭାରେ ଉଦବୋଧନ ଦେବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

error: Thank You Keep Visiting