ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଓ ଯୁବ ନେତା ରାଷ୍ଟ୍ରପତି ବେହେରାଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

Straight to the Point

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଳା ବଙ୍ଗୋମୁଣ୍ଡା ବ୍ଲକର ଯୁବ ନେତା, ସୁସଙ୍ଗଠକ ଓ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକର ପଚାଂୟତ ସମିତି ଅଧ୍ୟକ୍ଷ ଏବଂ ରାଜ୍ୟ ବିଜେପିର କାର୍ଯ୍ୟକାରଣୀ ସଦସ୍ୟ ଶ୍ରୀ ରାଷ୍ଟ୍ରପତି ବେହେରାଙ୍କ ଆଜି ଏକ ମର୍ମଦୁତ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସ୍ୱର୍ଗତଃ ବେହେରାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ରଷ୍ଟ୍ରୀୟ ଉପସଭାପତି ଓ ରଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ବୈଜୟନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ସ୍ୱର୍ଗତଃ ବେହେରାଙ୍କ ବିୟୋଗରେ ବିଜେପି ନେତୃବୃନ୍ଦ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

error: Thank You Keep Visiting