ବିଜେଡି କର୍ମୀମାନେ ବିଜେପି ପୋଷ୍ଟରକୁ ବିକୃତ କରୁଛନ୍ତି:ବିଜେପି

Straight to the Point

ଭୁୁବନେଶ୍ୱର: ବିଜେଡିକୁ ନିର୍ବାଚନ ହାରିବା ଭୟ ଘାରିଛି । ସେଥିଲାଗି ବିଜେଡି କର୍ମୀମାନେ ବିଜେପି ଦଳର ନେତାମାନଙ୍କୁ ବଦନାମ କରିବା ପାଇଁ ଅପପ୍ରଚାର କରୁଛନ୍ତି । ଭୁବନେଶ୍ୱରରେ ଲାଗିଥିବା ବିଜେପି ପୋଷ୍ଟର ଗୁଡିକୁ ବିଜେଡି କର୍ମୀମାନେ ବିକୃତ କରିଛନ୍ତି । ଏହାର ପ୍ରତିବାଦରେ ରାଜ୍ୟ ବିଜେପି ଆଇନ ପ୍ରକୋଷ୍ଠର ଆବାହାକ ଆଇନିଜୀବୀ ରବି ଶଙ୍କର ପଟ୍ଟନାୟକ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଡିସିପଙ୍କୁ ଭେଟି ଘଟଣା ସଂପର୍କ ଅବଗତ କରାଇବା ସହ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ବିଜେପି ପୋଷ୍ଟରର ଦଳୀୟ ଚିହ୍ନ ଉପରେ ନୀରବ ମୋଦି, ବିଜୟା ମାଲ୍ୟା ଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡାଙ୍କ ଫଟୋ ଲଗାଇ ଶାସକ ବିଜେଡି ପୋଷ୍ଟରକୁ ବିକୃତ କରିଛି । ଭୁବନେଶ୍ୱର ନନ୍ଦନକାନନ ରାସ୍ତାରେ ଲାଗିଥିବା ହୋଡିଂରେ ଏଭଳି ବିକୃତ ଫଟୋ ଲଗାଇ ଦଳକୁ ଏବଂ ପ୍ରାର୍ଥୀଙ୍କୁ ବଦନାମ କରାଯାଉଛି । ଭାରତୀୟ ଦଣ୍ଡ ବିଧାନ ଆଇନ ଧାରା ୪୨୫, ୪୮୯, ୪୯୯, ୫୦୪, ୫୦୬ ଓ ୩୪ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ । ଏଭଳି ଅପରାଧ କରିଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଗିରଫ କରାଯାଉ ବୋଲି ପ୍ରତିନିଧୀ ଦଳ ଦାବି କରିଛି । ଏହି ପ୍ରତିନିଧୀ ଦଳରେ ଆଇନ ଏବଂ ଅଭିଯୋଗ ପ୍ରକୋଷ୍ଠର ଆବାହକ ସୂର୍ଯ୍ୟ ଦାସ ଏବଂ ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ ।

error: Thank You Keep Visiting