ପକ୍କାଘରର ଲୋଭ ଦେଖାଇ ବିଡିଏର ଅଧିକାରୀମାନେ ବିଜେଡି ସପକ୍ଷରେ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି:ବିଜେପି

Straight to the Point

ଭୁବନେଶ୍ୱର: ଗତକାଲି ବିଡିଏର ଉପାଧ୍ୟକ୍ଷା ଅମ୍ବିକା ମହାନ୍ତି ଏବଂ ବିଡିଏର ନିର୍ବାହୀ ଯନ୍ତ୍ରୀ ଏଲ.ପି ମହାପାତ୍ର ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱର ଶାନ୍ତିପଲ୍ଲି ବସ୍ତି ଏବଂ ଇସାଣେଶ୍ୱର ବସ୍ତିକୁ ଯାଇ ସେଠାରେ ଥିବା ବସ୍ତିବାସୀନ୍ଦାମାନଙ୍କୁ ପକ୍କାଘର ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ । ଏହି ଘର ଗୁଡିକୁ କେଉଁ ଭଳି ନିର୍ମାଣ ହେବ ତାହା ବିଷୟରେ ଆଲୋଚନା କରିଥିଲେ ଏବଂ କାନ୍ଥରେ ପକ୍କାଘରର ପରିକଳ୍ପନାର ଚିତ୍ର ଲଗାଇଥିଲେ ଯାହା ଖୋଲା ଖୋଲି ଭାବେ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଛି । ଏହା ବିରୋଧରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସମ୍ପୃକ୍ତ ଅଧିକାରିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ଏହି ଅଧିକାରୀ ମାନେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ସ୍ୱତେ ବି ସରକାରୀ ଯୋଜନାର ଲୋଭ ଦେଖାଇ ଶାସକ ବିଜେଡି ସପକ୍ଷରେ ଭୋଟ ମାଗୁଛନ୍ତି । ଏପରିକି ବସ୍ତିବାସୀନ୍ଦାମାନଙ୍କୁ ମିଥ୍ୟା କାର୍ଯ୍ୟାଦେଶ ଦେଇ ବିଜେଡିକୁ ଭୋଟ ଦେବା ପାଇଁ କହୁଛନ୍ତି । ଦୀର୍ଘ ୧୯ ବର୍ଷ ହେବ ରାଜ୍ୟ ସରକାର ବସ୍ତିବାସୀନ୍ଦାମାନଙ୍କୁ ପକ୍କାଘର ଯୋଗାଇପାରିଲେ ନାହିଁ ଏବେ ରାଜ୍ୟରେ ନିର୍ବାଚନ ଚାଲିଥିବାରୁ ଏବଂ ଶାସକ ବିଜେଡି ଦଳ ସରକାରୀ ଅଧିକାରଙ୍କୁ ଲଗାଇ ଭୋଟ ହାତେଇବା ପାଇଁ ସରକାରୀ କଳର ଅପବ୍ୟବହାର କରୁଛି ବୋଲି ଶ୍ରୀ ସମୀର ମାହନ୍ତି କହିଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପାଖରେ ବିଜେପି ପ୍ରତିନିଧି ଦଳ ବେଆଇନ କାର୍ଯ୍ୟକଳାପ କରୁଥିବା ଅଧିକାରୀମାନଙ୍କ ଭିଡିଓ ଫୁଟେଜକୁ ପ୍ରମାଣ ଆକାରରେ ଦେବା ସହ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବାକୁ ଦଳ ଦାବି କରିଛି । ଏହି ଅଧିକାରିମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଏବଂ ମୁଖ୍ୟ ନିର୍ବାଚନ ଅଧିକାରି ଏହି ଘଟଣାର ତଦନ୍ତ କରି ଏଥିରେ ସଂପୃକ୍ତ ଥିବା ବିଡିଏ ଅଧିକାରୀମାନଙ୍କ ବିରୋଧରେ ଦୃଢ କାର୍ଯନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ପ୍ରତିନିଧି ଦଳରେ ନିର୍ବାଚନ ରାଜ୍ୟ ମୁଖପାତ୍ର ଶ୍ରୀ ଜୀବନ ସାହୁ , ରାଜ୍ୟ କାରିଣୀ ସଦସ୍ୟ ଶ୍ରୀ ପ୍ରତାପ ମିଶ, ପ୍ରକୋଷ୍ଠର ଆବାହକ ଶ୍ରୀ ରବି ଶଙ୍କର ପଟ୍ଟନାୟକ ପଟ୍ଟନାୟକ ଏବଂ ସଂଯୋଜକ ଶ୍ରୀ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting