ଜଗତସିଂହପୁର ଲୋକସଭା ବିଜେଡି ପ୍ରାର୍ଥୀ ଡ. ରାଜଶ୍ରୀ ମଲ୍ଲିକଙ୍କ ନାମାଙ୍କନ ପତ୍ର ଦାଖଲ

Straight to the Point

ଜଗତସିଂହପୁର: ଆଜି ନାମାଙ୍କନ ପତ୍ର ଦାଖଲର ପଞ୍ଚମ ଦିବସରେ ୧୬-ଜଗତସିଂହପୁର(ସଂ)ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜୁ ଜନତା ଦଳର ପ୍ରାର୍ôଥନୀ ଡା.ରାଜଶ୍ରୀ ମଲ୍ଲିକ ନିଜର ହଜାର ହଜାର ସମର୍ଥକଙ୍କ ସହିତ ମାଶାରଳାଙ୍କ ନିକଟରୁ ପୂଜାବିଧି ସାରି ଏକ ବିଶାଳ ରାଲିରେ ସହର ପରିକ୍ରମା କରି ଜିଲ୍ଲାପାଳ-ତଥା-ରିଟର୍ଣ୍ଣି ଅଫିସର ଗୁହା ପୁନମ୍ ତାପସ କୁମାରଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିଭଳି ୧୦୪-ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନାରକ୍ଷୀତ ସମାଜ ପାର୍ଟିର ପ୍ରାର୍ଥୀ ଭାବେ ଶ୍ରୀ ପ୍ରବୀର କୁମାର ଲେଙ୍କା ଉପ-ଜିଲ୍ଲାପାଳ-ତଥା-ରିଟର୍ଣ୍ଣିଂ ଅଫିସର,ଜଗତସିଂହପୁରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ସୁଦ୍ଧା ୧୦୧-ପାରାଦ୍ୱୀପ ଓ ୧୦୨-ତିର୍ତ୍ତୋଲ(ସଂ)ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କୈାଣସି ପ୍ରାର୍ଥୀ ପତ୍ର ଦାଖଲ ହୋଇନାହିଁ ବୋଲି ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

error: Thank You Keep Visiting