ବିଜେପି ପାଇଁ ଭଷ୍ମାସୁର ଓ ବୁମେରାଂ ସାଜିଛନ୍ତି ଦାମ

Straight to the Point

ପାରାଦ୍ୱୀପ: ବିିଜେଡି ଦଳରୁ ବହିସ୍କୃତ ହୋଇ ସଦ୍ୟ ବିଜେପିରେ ଯୋଗ ଦେଇଥିବା ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବହୁ ଚର୍ଚ୍ଚିତ ବିଧାୟକ ଦାମୋଦର ରାଉତ ବିଜେପିର ବାଲିକୁଦା – ଏରସମା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି । ନିକଟରେ ଦାମ ଗଣ ମାଧ୍ୟମ ଆଗରେ ସମଗ୍ର ଜଗତ୍ସିଂହପୁର ଜିଲ୍ଲାରୁ ବିଜେଡିର ନାମ ଓ ନିସାନ ହଜାଇ ଦେବା କଥା ଘୋଷଣା କରିଥିଲେ । ଯଦି ସାଂପ୍ରତିକ ପରିସ୍ଥିତିରେ ବିଜେପିର ସଂଗଠନ ଓ ମୋଦିଙ୍କର ହାୱା ଯୋଗୁଁ ଚଳିତ ନିର୍ବଚନରେ ଦଳ ଆଶାତିତ ଭାବେ ଭଲ କରିବ ବୋଲି ବିଶ୍ୱାସ ରଖିଛ , ତେବେ ଦାମଙ୍କ ଯୋଗଦାନ ପରେ ପାରାଦ୍ୱୀପ ସମେତ ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିନ୍ତ କରିଥିଲା । ତେବେ ଏପରି ଅବସ୍ଥାରେ ବିଜେଡି ଦାମଙ୍କ ପୁତ୍ର ସମ୍ବିତ୍ ରାଉତଙ୍କୁ ପ୍ରାର୍ଥୀ କରି ଦାମୋଙ୍କ ସବୁ ଯୋଜନାକୁ ପଣ୍ଡ କରିଦେଇଛି ।

ଦଳୀୟ ପ୍ରାର୍ଥୀ ବଦଳରେ ପୁତ୍ରକୁ ଜିତାଇବା ଉଦ୍ୟମ ନେଇ ଚର୍ଚ୍ଚା

ଶୁଣାଯାଏ ସେ ବିଜେପି ପ୍ରାର୍ଥୀ ସମ୍ପଦ ସ୍ୱାଇଁଙ୍କ ବଦଳରେ ପୁତ୍ର ସମ୍ବିତ୍ ରାଉତଙ୍କୁ ନିର୍ବାଚନରେ ଜିତାଇବା ପାଇଁ ଭିତିରିଆ ସହଯୋଗ କରୁଛନ୍ତି । ସେହିପରି ଜଗତ୍ସିଂହପୁର ଲୋକସଭା ଆସନରୁ ସଦ୍ୟ ବିଜେପିରେ ଯୋଗ ଦେଇଥିବା ପୂର୍ବତ୍ତନ ଅଭିଜ୍ଞ ସାଂସଦ ବିଭୁପ୍ରସାଦ ତରାଇଙ୍କୁ ଦଳ ପ୍ରାର୍ଥୀ କରିବାକୁ ଚାହୁଁଥିବା ବେଳେ, ତାଙ୍କର ଜଣେ ଘନିଷ୍ଠ ମହିଳା ସହଯୋଗୀଙ୍କୁ ଦାମ ପ୍ରାର୍ଥୀ କରିବାର ଜିଦ୍ରେ ଅଛନ୍ତି । ଯାହା ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ହେବା ସଙ୍ଗେ ସଙ୍ଗେ ଜଗତ୍ସିଂହପୁର ଜିଲ୍ଲାର ସଂସଦୀୟ କ୍ଷେତ୍ର ସମେତ ବିଧାନସଭା କ୍ଷେତ୍ରରେ ନକରାତ୍ମକ ପରିସ୍ଥିତି ସୃଷ୍ଟି ହୋଇ ସମ୍ଭାବ୍ୟ ସଫଳତା ବଦଳରେ ବିଫଳତା ଆଡକୁ ଗତି କରୁଛି । ତେବେ ଦାମ ବିଜେପି ପାଇଁ ବୁମେରାଂ ଓ ଭଷ୍ମାସୁର ପାଲଟିଥିବା ନେଇ ସାଧାରଣରେ ଚର୍ଚ୍ଚା ଏବେ ଜୋର ଧରିଛି । ପ୍ରକାଶଥାଉକି ଉଭୟ ଦଳ ମଧ୍ୟରେ ବିଶୃଙ୍ଖଳା ଓ ବିଭେଦ ଯୋଗୁଁ ପାରାଦୀପ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ୍ ସାର୍ଖେଲ୍ଙ୍କ ଜିତାପଟ ସୁନିଶ୍ଚିତ ହେବା ପରି ଲାଗୁଛି । ତେବେ ଖବରରୁ ପ୍ରକାଶ ବିଜେପି ଦଳ ବିଭୁ ତରାଇଙ୍କୁ ଜଗତସିଂହପୁରରୁ ତାର ସାଂସଦ ପ୍ରାର୍ଥି ରୂପେ ଘୋଷଣା କରିଛି ।

error: Thank You Keep Visiting