ଦୁଇଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

Straight to the Point

ଭୁବନେଶ୍ବର : କଂଗ୍ରେସ ଦୁଇଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି। ବଡଚଣା ଓ ନିମାପଡା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ବଦଳାଇଥିବା ଜଣାପଡିଛି। ବଡଚଣାରୁ ଅଜୟ ସାମଲଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ନିମାପଡାରୁ ଦିଲୀପ ନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ପୂର୍ବରୁ ବଡଚଣାରୁ ସୀତାକାନ୍ତ ମହାପାତ୍ର ଓ ନିମାପଡାରୁ ସତ୍ୟବ୍ରତ ପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲା। କିନ୍ତୁ ସେମାନେ ଗତ ସୋମବାର ଦିନ ଟିକେଟ ଫେରାଇ ଦେଇଥିଲେ। ତେବେ ମଙ୍ଗଳବାର ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାରୁ କଂଗ୍ରେସର ପ୍ରାର୍ଥୀ ବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି।

error: Thank You Keep Visiting