ମା’ ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ : ନବୀନ
କଳାହାଣ୍ଡି : କଳାହାଣ୍ଡି ଜିଲାର ଜୟପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ବାଚନପ୍ରଚାର କରିଛନ୍ତି। ଏହି ଅବରସରେ ବିଜେଡି ପକ୍ଷରୁ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଯୋଗଦେଇ ଜୟ ଜଗନ୍ନାଥ କହି ଅଭିଭାଷଣ କରିଛନ୍ତି। ଖରାରେ ନିର୍ବାଚନ ସଭାରେ ଯୋଗ ଦେଇଥିବାରୁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ସଭାରେ ଉଦବୋଧନ ଦେଇ କହିଥିଲେ ଯେ, ମା’ ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ। ବିଜେଡି ସରକାରମହିଳାମାନଙ୍କ ଉପରେ ଅଧିକ ଗୁରୁତ୍ବ ଦେଇଛି। ମହିଳାଙ୍କ ପାଇଁ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ’ ଯୋଜନାରେସହାୟତା ରାଶି ୭ ଲକ୍ଷ ବଦଳରେ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ। ଗରିବ ଝିଅ ମାନଙ୍କୁ ବିବାହ ସମୟରେ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ। କେଜିରୁ କଲେଜ, ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସବୁ ଝିଅମାନେ ମାଗଣା ପାଠ ପଢିପାରିବେ। ମିଶନ ଶକ୍ତିର ମା’ ମାନଙ୍କୁ ବର୍ଷକୁ ୫ହଜାରକୋଟିର ସରକାରୀ କାମ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ କେବିକେ ଯୋଜନା କାହିଁକି ବନ୍ଦ ହେଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ମୁଁ ଆପଣମାନଙ୍କସେବା କରି ଚାଲିବି।ଏହାସହ ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀଆହ୍ବାନ କହିଛନ୍ତି।