କଂଗ୍ରେସର ପ୍ରଚାର ନିମନ୍ତେ ଓଡ଼ିଶା ଆସୁଛନ୍ତି ରାଜ ବବର ଓ ଶତ୍ରଘ୍ନ ସିହ୍ନା
ଭୁବନେଶ୍ବର : ଗୁରୁବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେଉଥିବା ବେଳେ, ଆଉ ତିନି ପର୍ଯ୍ୟାୟର ନିର୍ବାଚନ ବାକି ଅଛି । ତେବେ ପ୍ରଚାର ଅଭିଯାନରେ କଂଗ୍ରେସ ଦଳ ଅନ୍ୟମାନଙ୍କ ଅପେକ୍ଷା ପଛରେ ପଡିଯାଇଥିବା ଜଣାପଡୁଛି। କାରଣ ତାରକା ପ୍ରଚାରକ ଭାବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଥମ ପର୍ଯ୍ୟାୟରେ ଥରେ ମାତ୍ର ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ତେବେ ଆଗାମୀ ଦିନରେ ଦୁଇ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ତାରକା ପ୍ରଚାରକ ରାଜ ବବର ଏବଂ ଶତ୍ରୁଘ୍ନ ସିହ୍ନା ଓଡ଼ିଶା ଆସି ନିର୍ବାଚନୀ ସଭାରେ ଯୋଗ ଦେବେ।

ଏନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା କେନ୍ଦୁଝରର ଘଷିପୁରା ଏବଂ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ଶତ୍ରୁଘ୍ନ ସିହ୍ନା ପ୍ରଚାର କରିବା ସହ ଜଗତସିଂହପୁର ଏବଂ ବାଲେଶ୍ବରରେ ମଧ୍ୟ ପ୍ରଚାର ଅଭିଯାନରେ ସାମିଲ ହେବେ। ସେହିପରି ରାଜ ବବର ମଧ୍ୟ ଉପକୂଳ ଓଡ଼ିଶାରେ ପ୍ରଚାର ଅଭିଯାନରେ ସାମିଲ ହେବେ।