ନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା
ଭୁବନେଶ୍ୱର: ଆସନ୍ତାକାଲି ଏପ୍ରିଲ ୧୨ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା । ଶ୍ରୀ ଶାହା ଆସନ୍ତାକାଲି ସକାଳ ୧୧ଟାରେ କେନ୍ଦୁଝର ମେଡିକାଲ ପଡିଆଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ପୁଣିଥରେ ଚଳିତ ମାସ ଏପ୍ରିଲ ୧୭ ତାରିଖ ଦିନ ଶ୍ରୀ ଶାହା ଓଡିଶା ଗସ୍ତରେ ଆସି ସକାଳ ୧୧ ଟାରେ ଢେଙ୍କାନାଲ ମହିଷାପାଟ ନୂଆ ବସଷ୍ଟାଣ୍ଡଠାରେ ଏବଂ ଅପରାହ୍ନ ୨ଟାରେ ବଡମ୍ବା ଟେନିସ ପଡିଆଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ସେହିପରି ଏପ୍ରିଲ ୧୬ ତାରିଖ ଦିନ ନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀ ମୋଦି ୧୬ ତାରିଖ ଦିନ ସକାଳ ୧୧ଟାରେ ସମ୍ବଲପୁର ଜିଲ୍ଲା ହିରାକୁଦ ରୋଡ ଲୋରପଙ୍କ ଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ସମାବେଶ ପରେ ଅପରାହ୍ନ ୫ଟାରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡିଆଠାରେ ବିଜୟ ସଂକଳ୍ପ ସଭାକୁ ଉଦବୋଧନ କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ପୁଣିଥରେ ଚଳିତ ମାସ ଏପ୍ରିଲ ୧୭ ତାରିଖ ଦିନ ଶ୍ରୀ ଶାହା ଓଡିଶା ଗସ୍ତରେ ଆସି ସକାଳ ୧୧ ଟାରେ ଢେଙ୍କାନାଲ ମହିଷାପାଟ ନୂଆ ବସଷ୍ଟାଣ୍ଡଠାରେ ଏବଂ ଅପରାହ୍ନ ୨ଟାରେ ବଡମ୍ବା ଟେନିସ ପଡିଆଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।