କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ

An Independent Media

ବୌଦ୍ଧ/ସୁବର୍ଣ୍ଣପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲାରେ ମାରାଥନ ପ୍ରଚାର କରିଛନ୍ତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ନିର୍ବାଚନମଣ୍ଡଳୀର ଜାଓଲେ ଏବଂ ସୋନପୁର ନିର୍ବାଚନମଣ୍ଡଳୀର ସିଆଳିଠାରେ ଆୟୋଜିତ ବିଜେଡିର ପୃଥକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଦଳୀୟ କର୍ମୀ ଏବଂ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।

ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି ବର୍ଷିଥିଲେ। ବନ୍ୟା, ବାତ୍ୟା ସମୟରେ କେନ୍ଦ୍ରୀୟ ନେତାମାନଙ୍କର ଦେଖା ନ ଥିବାବେଳେ ଏବେ ନିର୍ବାଚନ ପାଇଁ ଭୋଟ ମାଗିବାକୁ ଚାଲିଆସୁଛନ୍ତି ବୋଲି ନବୀନ କହିଥିଲେ।

ସେହିପରି ବୌଦ୍ଧ ଜିଲାର ପୁରୁଣା କଟକଠାରେ ଆୟୋଜିତ ବିଜେଡିର ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଅନୁରୂପ ଭାବେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ କହିବା ସହ ସବୁବେଳେ ଓଡ଼ିଶାବାସୀଙ୍କ ସହ ରହିଛନ୍ତି ବୋଲି କହିଥିଲେ।

error: Thank You Keep Visiting